ଚମକିବ ମାଁ ସମଲେଶ୍ବରୀଙ୍କ ମନ୍ଦିର; ବିକାଶ ପାଇଁ ଖର୍ଚ୍ଚ ହେବ ୨୦୦ କୋଟି

ସମ୍ୱଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠ ଅନ୍ୟତମ । ଆଉ ଏହି ଐତିହ୍ୟ ସମ୍ପର୍ଣ୍ଣ ସ୍ଥଳୀ ମାଁ ସମଲେଶ୍ୱରୀଙ୍କ ମନ୍ଦିରର ବିକାଶ ପାଇଁ ୨୦୦କୋଟି ଟଙ୍କାର ‘ସମଲେଇ ଯୋଜନା’ ଘୋଷଣା କରିଥିଲେ ଓଡ଼ିଶା ସରକାର । ୨୦୦ କୋଟି ଟଙ୍କା ବ୍ୟୟରେ ଜଗନ୍ନାଥ ମନ୍ଦିର ଢାଞ୍ଚାରେ ହେବ ମନ୍ଦିରର ଉନ୍ନତିକରଣ କାମ ।

249

ଓଡ଼ିଶାର ପ୍ରସିଦ୍ଧ ଶକ୍ତି ପୀଠମାନଙ୍କ ମଧ୍ୟରେ ସମ୍ୱଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠ ଅନ୍ୟତମ। ପଶ୍ଚିମ ଓଡ଼ିଶାର ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଜୀବନ ସହ ସମଲେଶ୍ୱରୀ ପୀଠର ଘନିଷ୍ଟ ସମ୍ପର୍କ ରହିଛି । ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ମା’ଙ୍କ ଆଶୀର୍ବାଦ ପାଇଁ ଆସିଥାନ୍ତି । ସମ୍ବଲପୁର ଅଧିଷ୍ଟାତ୍ରି ଦେବୀ ମାଁ  ସମଲେଶ୍ୱରୀ । ସମଲେଇ ପଶ୍ଚିମ ଓଡ଼ିଶାରେ ଆରାଧ୍ୟ ଦେବୀ ରୂପେ ପୂଜା ପାଇଥାନ୍ତି ।  ଆଉ ଏହି ଐତିହ୍ୟ ସମ୍ପର୍ଣ୍ଣ ସ୍ଥଳୀ ମାଁ ସମଲେଶ୍ୱରୀଙ୍କ ମନ୍ଦିରର ବିକାଶ ପାଇଁ ୨୦୦କୋଟି ଟଙ୍କାର ‘ସମଲେଇ ଯୋଜନା’ ଘୋଷଣା କରିଥିଲେ ଓଡ଼ିଶା ସରକାର । ଏହି ଯୋଜନାରେ ମା’ଙ୍କ ମନ୍ଦିରର ସୁରକ୍ଷା ଓ ବିକାଶ, ଏତିହ୍ୟ କରିଡ଼ର, ଯାତ୍ରୀ ସୁବିଧା, ସେବାୟତ ଓ ପରିବାର ପାଇଁ ବାସଗୃହ, ମନ୍ଦିର ଓ ମହାନଦୀକୁ ସଂଯୋଗ ରାସ୍ତା, ମହାନଦୀ ଆଳତୀ, ରିଙ୍ଗରୋଡ୍ ବିକାଶ, ନଦୀ କୂଳର ବିକାଶ, ହ୍ରଦ କୂଳର ବିକାଶ, ରେଳୱେ ରାସ୍ତାର ପ୍ରଶସ୍ତିକରଣ ଓ ଶଶ୍ମାନର ପୁନର୍ବିର୍ନ୍ୟାସ ଭଳି ୧୧ଟି କ୍ଷେତ୍ରର ବିକାଶ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି ।

Development Package for Maa Samaleswari Temple
@KarmiAnwesh

୨୦୦ କୋଟି ଟଙ୍କା ବ୍ୟୟରେ ଜଗନ୍ନାଥ ମନ୍ଦିର ଢାଞ୍ଚାରେ ହେବ ମନ୍ଦିରର ଉନ୍ନତିକରଣ କାମ । ପୁରୀର ଜଗନ୍ନାଥ ମନ୍ଦିର ଢାଞ୍ଚାରେ ଏଠାରେ ମଧ୍ୟ ବିକାଶ କରାଯାଇ ଆଧ୍ୟାତ୍ମିକ ପର୍ଯ୍ୟଟନର ବିକାଶ କରାଯିବାର ଲକ୍ଷ୍ୟ ରଖାଯାଇଛି  ।  ଭକ୍ତଙ୍କ ପାଇଁ ଆଶ୍ରୟସ୍ଥଳୀ ଠାରୁ ଆରମ୍ଭ କରି ମନ୍ଦିର ଚାରି ପାଖରେ ପରିକ୍ରମା ପାଇଁ ତିଆରି ହେବ ରାସ୍ତା । ମାଁ  ସମଲେଶ୍ବରୀଙ୍କ ମହିମାର ପ୍ରଚାର ପ୍ରସାର ଏହି ପଦକ୍ଷେପ ନିଆଯାଇଛି । ସମଲେଶ୍ବରୀଙ୍କ  ପୀଠ ତଥା ଆଖପାଖର ୧୦୮ ଏକର ଜମିରେ ବିକାଶ କରାଯିବାର ଯୋଜନା ରହିଛି । ମନ୍ଦିରର ସୌନ୍ଦର୍ଯ୍ୟକରଣ ସାଙ୍ଗକୁ ସ୍ଥାନୀୟ ଲୋକଙ୍କ ଆର୍ଥିକ ବିକାଶ, ପର୍ଯ୍ୟଟନର ବିକାଶ ଓ ଭକ୍ତଙ୍କୁ ଅନନ୍ୟ ଅନୁଭୂତି ଦେବା ପାଇିଁ ଏହି ସମଲେଇ ପ୍ରକଳ୍ପ କାର୍ଯ୍ୟ କରିବ । ସମଲେଇ ପ୍ରକଳ୍ପ ଅଧିନରେ ମନ୍ଦିରର ଚାରି ଦିଗରେ ୪ଟି ଦ୍ୱାର ନିର୍ମାଣ ହେବ । ପୂର୍ବ ଦ୍ୱାରରେ ଭକ୍ତ ପ୍ରବେଶ କରି ଅନ୍ୟ ଦ୍ୱାରଗୁଡିକରେ ବାହାରକୁ ବହାରିବେ । ଆସନ୍ତା ବର୍ଷ ଜୁନ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।

Development Package for Maa Samaleswari Temple
@hinduacademy

ଏହାକୁ ଦେଶର ଏକ ପ୍ରମୁଖ ଧାର୍ମିକ ସ୍ଥଳ ଭାବେ ପରିଣତ କରାଯିବ । ସମଲେଶ୍ୱରୀ ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ପୀଠ ହୋଇଥିବା ବେଳେ ଏହା ପଡ଼ୋଶୀ ରାଜ୍ୟର ହଜାର ହଜାର ଭକ୍ତଙ୍କ ଆସ୍ଥାର ସ୍ଥଳୀ ଭାବେ ପରିଣତ ହୋଇଛି । ତେଣୁ ଏହାର ବିକାଶ ପାଇଁ ବହୁତ ବଡ଼ ପ୍ରକଳ୍ପ ହାତକୁ ନିଆଯାଇଛି ସରକାରଙ୍କ ଦ୍ବାରା  । ବିବୃତିରେ ସମଲେଶ୍ୱରୀ ମନ୍ଦିରର ଚତୁଃପାଶ୍ୱର୍ର ପ୍ରାୟ ୭୦ରୁ ୮୦ ଏକର ଅଞ୍ଚଳର ବିକାଶ ହେବ । ଏହାକୁ ଦୃଷ୍ଟିରେ ରଖି ଏହି ଶକ୍ତିପୀଠର ବିକାଶ କରାଯିବା ନେଇ ୨୦୦ କୋଟି ଘୋଷଣା କରିଛନ୍ତି ସରକାର ।