ଆଜି ବିଶ୍ୱ ଐତିହ୍ୟ ଦିବସ

ଆଜି ହେଉଛି ବିଶ୍ୱ ଐତିହ୍ୟ ଦିବସ  । ପ୍ରତ୍ୟେକ ବର୍ଷ ଏପ୍ରିଲ ୧୮ ତାରିଖକୁ ବିଶ୍ୱ ଐତିହ୍ୟ ଦିବସ ରୂପେ ପାଳନ କରାଯାଏ ।  ଯେଉଁ ସ୍ଥାନ ସାଂସ୍କୃତିକ ମହତ୍ୱ , ପ୍ରାକୃତିକ ମହତ୍ୱ ର କେନ୍ଦ୍ର ଅଟେ ଓ ଐତିହାସିକ ଏବଂ ପର୍ଯ୍ୟାବରଣ କୁ ସଂଯୋଗ କରେ ସେହି ସ୍ଥାନ କୁ ବିଶ୍ୱ ଐତିହ୍ୟ ସ୍ଥଳୀ କୁହାଯାଏ ।

240

ଆଜି ହେଉଛି ବିଶ୍ୱ ଐତିହ୍ୟ ଦିବସ  । ପ୍ରତ୍ୟେକ ବର୍ଷ ଏପ୍ରିଲ ୧୮ ତାରିଖକୁ ବିଶ୍ୱ ଐତିହ୍ୟ ଦିବସ ରୂପେ ପାଳନ କରାଯାଏ ।  ଯେଉଁ ସ୍ଥାନ ସାଂସ୍କୃତିକ ମହତ୍ୱ , ପ୍ରାକୃତିକ ମହତ୍ୱ ର କେନ୍ଦ୍ର ଅଟେ ଓ ଐତିହାସିକ ଏବଂ ପର୍ଯ୍ୟାବରଣ କୁ ସଂଯୋଗ କରେ ସେହି ସ୍ଥାନ କୁ ବିଶ୍ୱ ଐତିହ୍ୟ ସ୍ଥଳୀ କୁହାଯାଏ । ସାରା ବିଶ୍ୱ ରେ ମାନବ ସଭ୍ୟତା ସହ ଜଡିତ ଐତିହାସିକ ଓ ସାଂସ୍କୃତିକ ସ୍ଥଳୀ ର ସଂରକ୍ଷଣ ପ୍ରତି ଜାଗରଣ ଆଣିବା ହେଉଛି ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ।

The World Heritage Day
@manas_muduli

ସଂୟୁକ୍ତ ରାଷ୍ଟ୍ର ର ସଂସ୍ଥା ୟୁନେସ୍କୋରେ କୁହାଯାଇଛି ଯେ ପ୍ରତ୍ୟେକ ଦେଶର ପ୍ରାକୃତିକ ଐତିହ୍ୟକୁ ସଂରକ୍ଷଣ କରିବା ପାଇଁ ଆମେ ପ୍ରତିବଦ୍ଧ  ।  ପ୍ରାଚୀନ ଐତିହ୍ୟଗୁଡ଼ିକର ଇତିହାସ ବାବଦରେ ସମସ୍ତଙ୍କୁ ଅବଗତ କରାଇବା ସହ ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ଲକ୍ଷ୍ୟ  । ସାରା ବିଶ୍ୱରେ ଦଶ ହଜାରରୁ ଅଧିକ ଅଦୁଷ୍ଠାନ ଏଥିପାଇଁ କାର୍ଯ୍ୟ କରୁଛନ୍ତି ।

The World Heritage Day
@nisharai_ggc

୧୯୭୨ ମସିହାରେ ସଂରକ୍ଷଣ ସନ୍ଧି ଲାଗୁ କରାଯାଇଥିଲା । ପ୍ରଥମେ ଏଥିରେ ତିନି ଶ୍ରେଣୀର ଐତିହ୍ୟ ସ୍ଥଳୀକୁ ସାମିଲ କରାଗଲା ।  ପ୍ରାକୃତିକ ଐତିହ୍ୟ ସ୍ଥଳୀ , ସାଂସ୍କୃତିକ ଐତିହ୍ୟ ସ୍ଥଳୀ ଓ ମିଶ୍ରିତ ଐତିହ୍ୟ ସ୍ଥଳୀ । ୧୯୮୨ ମସିହା ରେ ୟୁନେସ୍କୋ ର ମହାସମ୍ମିଳନୀରେ ଏପ୍ରିଲ ୧୮କୁ ବିଶ୍ୱ ଐତିହ୍ୟ ଦିବସ ରୂପେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।  ଆମ ଦେଶର ୪୦ ଟି ପର୍ଯ୍ୟଟନ ସ୍ଥଳୀକୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳୀର ମାନ୍ୟତା ଦେଇଛି । ଏଥିରେ ପ୍ରଥମେ ସ୍ଥାନ ପାଇଛି ବିଶ୍ୱ ପ୍ରସିଦ୍ଧ ପ୍ରେମର ପ୍ରତୀକ କୁହାଯାଉଥିବା ତାଜମହଲ ।

The World Heritage Day
@libertycruiseny

ମାନବ ସଭ୍ୟତାର କାହାଣୀ ବର୍ଣ୍ଣନା କରିବା କ୍ଷେତ୍ରରେ ବିଶ୍ଵର ବିଭିନ୍ନ ସ୍ଥାନରେ ଥିବା ଐତିହ୍ୟର ଗୁରୁତ୍ଵ ରହିଛି । ଭାରତରେ ପ୍ରାୟ ୩୬୯୧ ସଂରକ୍ଷିତ ଐତିହ୍ୟ ସ୍ମାରକୀ ରହିଛି ।ସେଥି ମଧ୍ୟରୁ ପ୍ରାୟ ୫୦ ଟି ଐତିହ୍ୟ ସ୍ଥଳୀ ୟୁନେସ୍କୋ ଅଧୀନରେ ବିଶ୍ଵ ଐତିହ୍ୟ ତାଲିକାଭୁକ୍ତ । ଏ ସମସ୍ତ ଐତିହ୍ୟ ସ୍ଥଳୀ ମଧ୍ୟରେ ତାଜମହଲ , ହମ୍ପୀ,ଅଜନ୍ତା ଏବଂ ଏଲୋରା ଗୁମ୍ଫା ,ସୂର୍ଯ୍ୟମନ୍ଦିର , ସାଞ୍ଚସ୍ତୁପ, ରାଜସ୍ଥାନର ହିଲ ଫୋର୍ଟସ ଆଦି ଅନ୍ତର୍ଭୁକ୍ତ । ପ୍ରାକୃତିକ ଐତିହ୍ୟ ସ୍ଥଳ ଗୁଡିକରେ ପଶ୍ଚିମ ଘାଟ,ଗ୍ରେଟ୍ ହିମାଳୟ ଜାତୀୟ ଉଦ୍ୟାନ , କଜିରଙ୍ଗା ୱାଇଲ୍ଡ ଲାଇଫ ଅଭୟାରଣ୍ୟ , ସୁନ୍ଦରବନ ଜାତୀୟ ଉଦ୍ୟାନ , ନନ୍ଦା ଦେବୀ ଏବଂ ଭ୍ୟାଲି ଫୁଲ ଜାତୀୟ ଉଦ୍ୟାନ ଅନ୍ତର୍ଭୁକ୍ତ ।ସର୍ବାଧିକ ସଂଖ୍ୟକ ଐତିହ୍ୟ ସଂରକ୍ଷିତ ସ୍ଥାନ ଉତ୍ତରପ୍ରଦେଶରେ ରହିଛି । ଏହାର ସଂଖ୍ୟା ୭୪୫ । ସେହିପରି କର୍ଣ୍ଣାଟକରେ ୫୦୬ ଟି ସଂରକ୍ଷିତ ଐତିହ୍ୟ ରହିଛି ।