ଓଡିଶାର ଐତିହ୍ୟ ଓ ପର୍ଯ୍ୟଟନ ମାନଚିତ୍ରରେ ଅତି ପରିଚିତ ସ୍ଥାନ ଗୋପିନାଥପୁରର ସିଂହନାଥ ପୀଠ

ଓଡିଶା ଐତିହ୍ୟ ଓ ପର୍ଯ୍ୟଟନ ମାନଚିତ୍ରରେ ପରିଚିତ ସ୍ଥାନ ହେଉଛି କଟକ ଜିଲ୍ଲା ବଡ଼ମ୍ବା ବ୍ଳକ ଗୋପିନାଥପୁରର ସିଂହନାଥ ପୀଠ । ମହାନଦୀର ମଝିରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଗୋଟିଏ ଛୋଟିଆ କୁଦରେ ଏହି ପ୍ରାଚୀନ ପୀଠଟି ଅବସ୍ଥିତ ।

289

ଓଡିଶାର ଐତିହ୍ୟ ଓ ପର୍ଯ୍ୟଟନ ମାନଚିତ୍ରରେ ଅତି ପରିଚିତ ସ୍ଥାନ ହେଉଛି କଟକ ଜିଲ୍ଲାର ବଡ଼ମ୍ବା ବ୍ଳକ ଗୋପିନାଥପୁରର ସିଂହନାଥ ପୀଠ । ମହାନଦୀର ମଝିରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଗୋଟିଏ ଛୋଟିଆ କୁଦରେ ଏହି ପ୍ରାଚୀନ ଐତିହାସିକ ପୀଠଟି ଅବସ୍ଥିତ । ପୌରାଣିକ କାହାଣୀ ଆଧାରରେ ପ୍ରଭୁ ରାମଚନ୍ଦ୍ରଙ୍କ ବନବାସ ସମୟରେ ରାମ, ଲକ୍ଷ୍ମଣ, ସୀତା ଏହି ସ୍ଥାନରେ କିଛି ଦିନ ରହିଥିଲେ । ସମବାହୁ ତ୍ରିଭୁଜର ଶୀର୍ଷ ଆକୃତିର ତିନୋଟି ପାହାଡ଼ ଉପରେ ତିନୋଟି ଶିବଲିଙ୍ଗ ପ୍ରତିଷ୍ଠା କରିଥିଲେ । ସେଥିମଧ୍ୟରୁ ନଦୀ ଭିତରେ ସିଂହନାଥ  ଓ ବୈଦେଶ୍ୱରରେ ନଦୀ କୂଳରେ ରାମନାଥ ଏବଂ ବୈଦ୍ୟନାଥଙ୍କ ମନ୍ଦିର ରହିଛି ।ତେବେ ମହାନଦୀ ଭିତରେ ଥିବା ସିଂହନାଥ ପୀଠ ସବୁଠୁ ପ୍ରାଚୀନ ।

Singhanath Temple, is unique for its sculptural
@Rotaract_3262

ତ୍ରିରଥ ଶୈଳୀରେ ନିର୍ମିତ ଏହି ମନ୍ଦିର ପରିସରରେ ମୂଳ ସିଂହନାଥଙ୍କ ମନ୍ଦିର ସହିତ ଜମ୍ବେଶ୍ଵର ଓ ଇଶାନେଶ୍ୱରଙ୍କ ମନ୍ଦିର ମଧ୍ୟ ରହିଛି । ମନ୍ଦିରର ସାମ୍ନା କାନ୍ଥରେ ଗଙ୍ଗା ଯମୁନାଙ୍କ ମୂର୍ତ୍ତି ସହିତ ପ୍ରବେଶ ପଥରେ ସପ୍ତମାତୃକାଙ୍କ ମୂର୍ତ୍ତି, ବାମପଟେ ବୀରଭଦ୍ର, ମାହେଶ୍ୱରୀ, ବୈଷ୍ଣବୀ, ଇନ୍ଦ୍ରାଣୀ ଓ ଡାହାଣ ପଟେ ବ୍ରାହ୍ମଣୀ, ବରାହୀ, ଚାମୁଣ୍ଡାଙ୍କ ମୂର୍ତ୍ତି ରହିଛି । ଏହା ବ୍ୟତୀତ କାନ୍ଥରେ ଅର୍ଦ୍ଧନାରୀଶ୍ଵର, ହରିହର, ଏକପାଦଭୈରବଙ୍କ ମୂର୍ତ୍ତି ମଧ୍ୟ ରହିଛି । ବିମାନର ଦ୍ଵାର ବନ୍ଧ ଉପରେ ଅଷ୍ଟଗ୍ରହଙ୍କ ମୂର୍ତ୍ତି ଦେଖାଯାଏ ।

Singhanath Temple, is unique for its sculptural
@SangramPatra

ସିଂହନାଥ ପାହାଡ଼ ଉପରେ ସୀତାକୁଣ୍ଡ ବୋଲି ଗୋଟିଏ ଛୋଟିଆ କୁଣ୍ଡ ରହିଛି ଯେଉଁଠାରେ ଖରାଦିନେ ମଧ୍ଯ ସେଇ କୁଣ୍ଡରେ ପାଣି ରହିଥାଏ ଏବଂ ରଘୁନାଥ ମନ୍ଦିର ପାଖରେ ଗୋଟିଏ ଗୁମ୍ଫା ମଧ୍ଯ ରହିଛି । ସଂସ୍କୃତି ଓ ପରମ୍ପରାକୁ ଧରି ରଖିଥିବା ଏହି ସିଂହନାଥ ପୀଠରେ ପ୍ରତିବର୍ଷ ମକର ମେଳା ହୋଇ ଆସୁଅଛି । ଇତିହାସ କହେ, ବଡ଼ମ୍ବାର ରାଜା ମାଧବ ରାଉତ ପ୍ରଥମେ ଏଠାରେ ମକର ମେଳା ଆୟୋଜନ କରିଥିଲେ । ସେବେଠାରୁ ପ୍ରତି ମକର ସଂକ୍ରାନ୍ତିରେ ଏଠାରେ ବିରାଟ ଯାତ୍ରା ଅନୁଷ୍ଠିତ ହେଉଅଛି । ଏବେ ତିନି ଦିନ ଧରି ଅତି ଯାକଜମକରେ ଏଠାରେ ମକର ମେଳା ଆୟୋଜନ ହେଉଅଛି । ମକର ସଂକ୍ରାନ୍ତିଠାରୁ ରଜ ସଂକ୍ରାନ୍ତି ପର୍ଯ୍ୟନ୍ତ ଗୋପିନାଥପୁର ପଟେ ନଦୀରେ ପ୍ରାୟ ପାଣି ନ ଥାଏ ଏବଂ ଅସ୍ଥାୟୀ ମୋରମ ରାସ୍ତା ବି ନିର୍ମାଣ କରାଯାଇଥାଏ, ତେଣୁ ଏହି ସମୟରେ ଗାଡି଼ରେ ସେ ସ୍ଥାନକୁ ଯାଇ ହେବ ।

Singhanath Temple, is unique for its sculptural
@samabeshnayak1

ବଡ଼ମ୍ବାରୁ ୮ କି.ମି. ଦୂରରେ ଗୋପିନାଥପୁର ଗ୍ରାମ ଯାହାକି ବଡ଼ମ୍ବା ରାଜା ଗୋପିନାଥ ମଙ୍ଗରାଜଙ୍କ ଦ୍ଵାରା ପ୍ରତିଷ୍ଠିତ ହୋଇଥିଲା । ଏହି ଗ୍ରାମର ମହାନଦୀ କୂଳରୁ ୧ କି.ମି. ନଦୀ ଭିତରେ ଏହି ପ୍ରସିଦ୍ଧ ସିଂହନାଥ ପୀଠ ଅବସ୍ଥିତ ।