ପ୍ରତିଷ୍ଠା ହେଲା ତାରା ତାରିଣୀ ମାଙ୍କ ନୂତନ ଭବ୍ୟ ମନ୍ଦିର; ଲୋକାର୍ପିତ ହେଲା ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସୁବିଧା

ଗଞ୍ଜାମ ଜିଲ୍ଲା ଆଜି  ଉତ୍ସବ ମୁଖରିତ ହୋଇଛି ।  କାରଣ ଜିଲ୍ଲାର ସବୁ ରାସ୍ତା ଆଜି ଯାଇ ପହଞ୍ଚିଛି ମା ତାରାତାରିଣୀଙ୍କ ପୀଠରେ । କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନବନିର୍ମିତ ମନୋରମ ମନ୍ଦିରର ଆଜି ହୋଇଛି ପ୍ରତିଷ୍ଠା ଉତ୍ସବ।

267

ଗଞ୍ଜାମର ଆରାଧ୍ୟ ଦେବୀ ମା ତାରାତାରିଣୀଙ୍କ ପୀଠର ଆଜି ହୋଇଛି କାୟାକଳ୍ପ । ଗଞ୍ଜାମ ଜିଲ୍ଲା ଆଜି  ଉତ୍ସବ ମୁଖରିତ ହୋଇଛି ।  କାରଣ ଜିଲ୍ଲାର ସବୁ ରାସ୍ତା ଆଜି ଯାଇ ପହଞ୍ଚିଛି ମା ତାରାତାରିଣୀଙ୍କ ପୀଠରେ । ଜିଲ୍ଲା ତଥା ଜିଲ୍ଲା ବାହାରୁ ଭକ୍ତଙ୍କ  ସୁଅ ଛୁଟିଛି ରତ୍ନଗିରି ପାହାଡକୁ, ମାନେ ମାଁ ଙ୍କ ଆସ୍ଥାନକୁ । ଗଞ୍ଜାମର ଆରାଧ୍ୟ ଦେବୀ ମା ତାରାତାରିଣୀଙ୍କ ପୀଠର ଆଜି ହୋଇଛି କାୟାକଳ୍ପ । କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନବନିର୍ମିତ ମନୋରମ ମନ୍ଦିରର ଆଜି ହୋଇଛି ପ୍ରତିଷ୍ଠା ଉତ୍ସବ। ପବିତ୍ର ମନ୍ତ୍ରଧ୍ବନୀର ଉଚ୍ଚାରଣରେ  ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଗତ ୫ ଦିନ ଧରି ଚାଲିଥିବା ପ୍ରତିଷ୍ଠା ଉତ୍ସବର ଆଜି ସଂପନ୍ନ ହୋଇଛି । ବ୍ରହ୍ମପୁର ଠାରୁ ୩୦ କିଲୋମିଟର ଦୂରରେ ଋଶିକୂଲ୍ୟା ନଦୀ କୂଳରେ ମା ତାରାତାରିଣୀଙ୍କ ପୀଠ ଏକ ପ୍ରସିଦ୍ଧ ଶକ୍ତିସ୍ଥଳ। କୁମାରୀ ପାହାଡର ସର୍ବୋଚ୍ଚ ଶିଖରରେ ପୂଜା ପାଆନ୍ତି ଦୁଇ ଦେବୀ ମା ତାରା ଓ ତାରିଣୀ।

taratarini-temple-in-ganjam

ଯଦିଓ ସେ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ, କିନ୍ତୁ କେବଳ ଦକ୍ଷିଣ ଓଡ଼ିଶା କିମ୍ବା ସମଗ୍ର ରାଜ୍ୟ ନୁହେଁ ବରଂ ସାରା ଦେଶର ଅନ୍ୟତମ ପ୍ରସିଦ୍ଧ ଶକ୍ତି ପୀଠ ମା’ ତାରାତାରିଣୀ ମନ୍ଦିର । ଏକଦା କେବଳ ଏକ ଅପେକ୍ଷାକୃତ କମ୍ ପ୍ରସିଦ୍ଧ ଧାର୍ମିକ ପୀଠ ଭାବେ ପରିଚିତ ଥିବା ଏହି ଶକ୍ତି ପୀଠ ଗତ କିଛି ସମୟ ମଧ୍ୟରେ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ଭାବେ ରୂପାନ୍ତରିତ ହୋଇପାରିଛି ।  ଆଗକୁ ଏକକାଳୀନ ଆଧ୍ୟାତ୍ମିକ ମହତ୍ତ୍ୱ, ପ୍ରାକୃତିକ ଶୋଭାରାଜିରେ ପରିପୂର୍ଣ୍ଣ ଓ ଭ୍ରମଣକାରୀଙ୍କ ସକାଶେ ଯାବତୀୟ ସୁବିଧା ସୁଯୋଗରେ ସମ୍ପନ୍ନ ଏକ ଅନ୍ତର୍ଜାତୀୟସ୍ତରର ଟୁରିଷ୍ଟ ସ୍ପଟ୍ ରୂପେ ଖ୍ୟାତିଲାଭ କରିବାକୁ ଯାଉଛି ଏହି ବିଖ୍ୟାତ ମନ୍ଦିର । ଶହ ଶହ ବର୍ଷ ପ୍ରାଚୀନ ଏହି ମନ୍ଦିର କେବଳ ଗତ ଦୁଇ ଦଶନ୍ଧି ମଧ୍ୟରେ ଉଲ୍ଲେଖନୀୟ ଭାବେ ପ୍ରଗତି କରିଛି।  ଆଗାମୀ ଦିନରେ ଲିଙ୍ଗରାଜ ପୀଠ ହେଉ କି ସମଲେଶ୍ଵରୀ ପୀଠ ଅଥବା କଣ୍ଟିଲୋ ନୀଳମାଧବ ପୀଠର ଏଭଳି ଭବ୍ୟ ଓ ଆଧ୍ୟାତ୍ମିକ-ପର୍ଯ୍ୟଟନ ବୈଭବ ସମ୍ପନ୍ନ ରୂପାନ୍ତରଣ ଦେଖିବାକୁ ମିଳିବ । ପୂର୍ବରୁ ଭକ୍ତ ମାନେ ଅନେକ ପାହାଚ ଚଢି ମା ଙ୍କ ଦର୍ଶନ ପାଇଁ ଯାଉଥିଲେ ଏବେ ରୋପୱେ ସହ ପୀଠକୁ ସୁନ୍ଦର ରାସ୍ତା ମଧ୍ୟ ତିଆରି ହୋଇଛି ।

taratarini-temple-in-ganjam

ଭକ୍ତ ମାନଙ୍କ ପାଇଁ ମନ୍ଦିର ପରିସରରେ ଏକ ମନୋଜ୍ଞ ପରିବେଶ ସୃଷ୍ଟି କରାଯାଇଛି। ପ୍ରସାଦ ସେବନ ଗୃହ, ଦୀପ ପ୍ରଜ୍ବଳନ ସ୍ଥାନ, ବାଖ୍ୟାନ କେନ୍ଦ୍ର, ମୁଣ୍ଡନ କେନ୍ଦ୍ର, ବିଶ୍ରାମସ୍ଥଳ, ସେଣ୍ଟ୍ରାଲ ପ୍ଲାଜା ଓ ଅତ୍ୟାଧୁନିକ ଆଲୋକ ବ୍ୟବସ୍ଥା ଆଦି ନୂତନ ସୁବିଧା ସହିତ ସ୍ବଚ୍ଛ ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧାର ବ୍ୟବସ୍ଥା କରାଯାଇଛି । ପାହାଚ ଶ୍ରେଣୀ, ରୋପ୍‌ ୱେ ଏବଂ ନୂତନ ସଡକ ସହିତ ଦ୍ବାରା ପୀଠକୁ ଯିବା ପାଇଁ ୩ ପ୍ରକାରର ବ୍ୟବସ୍ଥା କରାଯାଇଛି । ଏହାସହିତ ନଦୀ କୂଳ ସଡକକୁ ମଧ୍ୟ ନୂତନ ଭାବେ ନିର୍ମାଣ କରାଯାଇଛି ଏବଂ ଏଠାରୁ ଋଷିକୂଲ୍ୟା ନଦୀର ସୌନ୍ଦର୍ଯ୍ୟକୁ ଅନୁଭବ କରିବାର ସୁଯୋଗ ପର୍ଯ୍ୟଟକ ମାନଙ୍କ ପାଇଁ ଏକ ଅପୂର୍ବ ଆକର୍ଷଣ ସୃଷ୍ଟି କରିପାରିଛି। ଏ ସମସ୍ତ ବ୍ୟବସ୍ଥା ପାଇଁ ୧୧୫ କୋଟିରୁ ଅଧିକ ଟଙ୍କା ବିନିଯୋଗ କରାଯାଇଛି ।

taratarini-temple-in-ganjam

ଏହି ପୀଠକୁ କେବଳ ମନ୍ଦିର ମଧ୍ୟରେ ସୀମିତ ନରଖି ଏକ ପ୍ରସିଦ୍ଧ ଦର୍ଶନୀୟ ସ୍ଥାନ ଭାବେ ବିକଶିତ କରାଯିବାର ଭରପୁର ସମ୍ଭାବନାକୁ  ପରଖିଥିଲେ ରାଜ୍ୟସରକାର । ୨୦୨୦ ଫେବ୍ରୁଆରୀ, ୫ରେ ଥ୍ରୀ-ଡି ମଡେଲ ଉନ୍ମୋଚନ ସହ ବିଶ୍ୱସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର କରିବାକୁ ଦ୍ଵାର ଖୋଲି ଦେଇଥିଲେ ସେ । ପ୍ରାଚୀନ ପୀଢ଼ ଶୈଳୀରେ ପ୍ରସ୍ତୁତ ଏହି ମନ୍ଦିର ନବକଳେବରର ନକ୍ସା ପ୍ରସ୍ତୁତିରୁ ଆରମ୍ଭ କରି ସେଥିରେ ଓଡ଼ିଆ ସ୍ଥାପତ୍ୟ, କଳା ଓ କାରୁକାର୍ଯ୍ୟ ଯେପରି ବଜାୟ ରହିବ ସେଥିନେଇ ଛୋଟରୁ ବଡ଼ ସମସ୍ତ ଦିଗ ପ୍ରତି ଉଚିତ ନଜର ରଖାଯାଇ ଥିଲା। କେବଳ ପ୍ରଶାସନ ବା ମନ୍ଦିର କମିଟି ନୁହେଁ, ବରଂ ମା’ ତାରାତାରିଣୀଙ୍କୁ ନିଜର ଆରାଧ୍ୟା ମଣୁଥିବା ସାଧାରଣ ଜନତା ଓ ଭକ୍ତବୃନ୍ଦ ଏହି ରୂପାନ୍ତରଣର ଏହି ପ୍ରକ୍ରିୟାରେ ଯେପରି ସମ୍ପୃକ୍ତ ରହିବେ ସେଥିପାଇଁ ମଧ୍ୟ ପ୍ରୟାସ କରାଯାଇଥିଲା।

taratarini-temple-in-ganjam

୨୦୧୨ ସୁଦ୍ଧା ରତ୍ନମୁଦ, ପାର୍ଶ୍ଵ ମନ୍ଦିର, ପ୍ରାଚୀର ଆଦି ନିର୍ମାଣ ସରିଥିଲା। କାମ ଧିରେ ଧିରେ ଆଗେଇ ଚାଲିଥିଲା । ତେବେ କିଛି ବର୍ଷ ତଳେ ୫-ଟି ଯୋଜନାରେ ଏହି ପ୍ରକଳ୍ପକୁ ଅନ୍ତର୍ଭୁକ୍ତ କରିବା ସହ କାର୍ଯ୍ୟକୁ ତ୍ବରାନ୍ବିତ ହୋଇଥିଲା । ଯେଉଥିପାଇଁ ରାଜ୍ୟସରକାର ଅନୁଦାନ ମଞ୍ଜୁର କରିଥିଲେ ପ୍ରକଳ୍ପ କାମକୁ ଆଗେଇ ନେବା ପାଇଁ ।  ତାହାର ଫଳସ୍ଵରୂପ ଦୀର୍ଘ ୨୦ ବର୍ଷ ଧରି ଅପେକ୍ଷାରତ ମା’ଙ୍କ ଲକ୍ଷ ଲକ୍ଷ ଭକ୍ତ ଏବେ ପୀଠର ରୂପାନ୍ତରିତ କଳେବର ଦର୍ଶନ କରି ଆମୋଦିତ, ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇ ନିଜକୁ ଧନ୍ୟ ମନେ କରୁଛନ୍ତି। ଆଦିଶକ୍ତି କ୍ଷେତ୍ର ମା’ତାରାତାରିଣୀ ପୀଠ ଓଡ଼ିଆ ଭାବାବେଗ ସହ ଜଡ଼ିତ। ଓଡ଼ିଶା ସ୍ଥାପତ୍ୟ ଶୈଳୀରେ ନିର୍ମିତ ଏହି ଆଧ୍ୟାତ୍ମିକ ସ୍ଥଳର ରୂପାନ୍ତରଣ ଶ୍ରଦ୍ଧାଳୁଙ୍କୁ ଦିବ୍ୟ ଅନୁଭବ ପ୍ରଦାନ କରୁଛି।