କଟକ ଟାଙ୍ଗୀ ପ୍ରସିଦ୍ଧ ଛେନା କାକରା

ପିଠା ଭିତରେ କଟକ ଟାଙ୍ଗିର ଛେନା କାକରା ପିଠା ଆଦୃତ ଲାଭ କରିଛି । ଟାଙ୍ଗି କାକରାର ସ୍ୱାଦ ଓ ପ୍ରସ୍ତୁତି ପ୍ରଣାଳୀ ସ୍ୱତନ୍ତ୍ର ରହିଥିବା ହେତୁ ଏହା ସ୍ବତନ୍ତ୍ର ଅଟେ । ଯାହା ପାଇଁ ଆଜି ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ଏହା ପ୍ରସିଦ୍ଧି ଲାଭ କରି ପାରିଛି ।

0 239

ଓଡ଼ିଆ ସଂସ୍କୃତି ସହିତ ଜଡ଼ିତ ରହିଛି  ବିଭିନ୍ନ ପ୍ରକାରର ପାରମ୍ପାରିକ ପିଠା । ଆଉ ଏହି  ପିଠା, ଜଗନ୍ନାଥ ସଂସ୍କୃତି ଓ ଉତ୍କଳୀୟ  ପରାମ୍ପାରାର ଏକ ଅଭିନ୍ନ ଅଂଶ । ଓଡ଼ିଆ ଲୋକଙ୍କ ଘରେ ଘରେ ପ୍ରାୟ ସବୁ ପର୍ବ ପର୍ବାଣିରେ ଭିନ୍ନ ଭିନ୍ନ ପ୍ରକାରର ପିଠା ତିଆରି କରାଯାଏ । ଏହି ପାରମ୍ପାରିକ ପିଠାଗୁଡିକ  ଓଡ଼ିଶାର କେତେକ ସ୍ଥାନରେ ବେଶ ପ୍ରସିଦ୍ଧ ଲାଭ କରିଛି  । ଯାହାପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ପର୍ଯ୍ୟଟକ ପ୍ରାୟତଃ ପର୍ଯ୍ୟଟନ ସ୍ଥଳୀ ବୁଲି ସାରିବା ପରେ ସେଠାରେ ବିକ୍ରି ହେଉଥିବା ପ୍ରସିଦ୍ଧ ପାରମ୍ପରିକ ଖାଦ୍ୟ ଖାଇ ଆନନ୍ଦ ଉଠାଇଥାନ୍ତି । ଆଉ ଏହି ପ୍ରସିଦ୍ଧ ପିଠା ଭିତରେ କଟକ ଟାଙ୍ଗିର ଛେନା କାକରା ପିଠା ଆଦୃତ ଲାଭ କରିଛି । ଏହାକୁ ଖାଇବା ପାଇଁ ପ୍ରତିଦିନ ଟାଙ୍ଗୀ ରାସ୍ତା କଡରେ ଥିବା ଦୋକାନ ମାନଙ୍କରେ ଭିଡ ଲାଗିଥାଏ ଲୋକୋଙ୍କର ।

Cuttack Tangi famous Chennai Kakra
                                                                                 @odishabrand

ରାଜ୍ୟରେ କଟକ ଜିଲ୍ଲାର  ଟାଙ୍ଗୀରେ ଛେନା ପୁର ଦିଆ କାକରା ପିଠା ଓଡ଼ିଶା ପ୍ରସିଦ୍ଧ । ଟାଙ୍ଗୀ କଟକ ସହରରୁ ୨୦ କି.ମି ଦୂରରେ ରହିଛି । ଟାଙ୍ଗି କାକରାର ସ୍ୱାଦ ଓ ପ୍ରସ୍ତୁତି ପ୍ରଣାଳୀ ସ୍ୱତନ୍ତ୍ର ରହିଥିବା ହେତୁ ଏହା ସ୍ବତନ୍ତ୍ର ଅଟେ । ଯାହା ପାଇଁ ଆଜି ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ଏହା ପ୍ରସିଦ୍ଧି ଲାଭ କରି ପାରିଛି । ସାଧାରଣତଃ କାକରା ପିଠା ନଡିଆ ପୁର ଦେଇ ପ୍ରସ୍ତୁତ କରାଯାଇଥାଏ । କିନ୍ତୁ ଟାଙ୍ଗୀରେ ମିଳୁଥିବା କାକରା ପୁର ଛେନା ରେ ପ୍ରସ୍ତୁତ କରାଯାଇଥାଏ ଯାହା ସ୍ଵାଦିଷ୍ଟ ହେବା ସହିତ କ୍ରିସ୍ପି ଓ ନରମ ମଧ୍ୟ ଲାଗିଥାଏ ଖାଇଲାବେଳେ ।  ଆଉ ଯାହାକୁ ଖାଇବା ପାଇଁ ପ୍ରତିଟି ଯାତ୍ରୀ ଅଟକି ଯାଇଥାନ୍ତି ପିଠା ବିକ୍ରି ହେଉଥିବା ଦୋକାନରେ । ଛୋଟ ଛୁଆ ଋ ବୃଦ୍ଧ ପର୍ଯ୍ୟନ୍ତ  ସମସ୍ତଙ୍କୁ ଏହା ବେଶ ଭଲ ଲାଗିଥାଏ ।

Cuttack Tangi famous Chennai Kakra
                                                                                                   @manas_muduli

ଏହାର ପ୍ରସ୍ତୁତି  ପ୍ରଣାଳୀ : 

ନିଜ ଆବଶ୍ୟକୀୟ ଅନୁଯାୟୀ  ସୁଜି , ମଇଦା , ଗୁଜୁରାତି ଗୁଣ୍ଡ , ଗୁଡ , ଚିନି ,ଦହି ଛେନା , ଦେଶୀ ଗୁଆ ଘିଅ , କୋରା ନଡ଼ିଆ ଏବଂ ଲୁଣ ଆବଶ୍ୟକ ଟାଙ୍ଗି ପ୍ରସିଦ୍ଧ କାକରା ପ୍ରସ୍ତୁତି ପାଇଁ । ପ୍ରଥମେ କଡେଇରେ କିଛି ପାଣି ଦେଇ ଗରମ କରନ୍ତୁ । ପାଣି ଗରମ ହେଲାପରେ ସେଥିରେ ଅଧା କପ ଗୁଡ ପକାନ୍ତୁ  । ଗୁଡ ଫୁଟିବା ପରେ ସେଥିରେ ଦୁଇ କପ ନଡ଼ିଆ କୋରା ପକାନ୍ତୁ ଏବଂ କିଛି ସମୟ ଡ଼ିଆ ଭାଜି ହେବା ପରେ ସେଥିରେ ଗୋଲମରିଚ ଗୁଣ୍ଡ ପକାଇ ଆଉ କିଛି ସମୟ ଭାଜନ୍ତୁ  । ନଡ଼ିଆ ଭଲରେ ଭାଜି ହୋଇଗଲାପରେ ସେଥିରେ ଛେନା ପକାଇ ଆଉ କିଛି ସମୟ ଭାଜନ୍ତୁ । ଛେନାରେ ଥିବା ପାଣି ଅଂଶ ଭାଜିବା ସମୟରେ ଶୁଖିଗଲା ପରେ ସେଥିରେ ବାସ୍ନା ପାଇଁ ଗୁଜୁରାତି ଗୁଣ୍ଡ ପକାଇ ପୁରଟିକୁ ଥଣ୍ଡା ହବ ପାଇଁ ରଖିଦିଅନ୍ତୁ । ଏହାପରେ ପୁଣି ଏକ କଡେଇରେ ଗରମ ପାଣି ବସାନ୍ତୁ ଏବଂ ସେଥିରେ ପାନମଧୁରୀ , ଗୁଆ ଘିଅ , ଚିନି ଓ ଆବଶ୍ୟକୀୟ ଲୁଣ ଦେଇ କିଛି ସମୟ ଫୁଟାନ୍ତୁ । ପାଣି ଫୁଟିବା ପରେ ସେଥିରେ ସୁଜି ପକାନ୍ତୁ ଯାହା ପିଠାକୁ କ୍ରିସପି କରିବ  । ସୁଜି ପକାଇବା କିଛି ସମୟପରେ ସେଥିରେ ମଇଦା ପକାଇ ଧୀରେ ଧୀରେ ଗୋଳାନ୍ତୁ ଯେମିତି ମଇଦା ଓ ସୁଜି ଗୋଟା ନ ରହୁ  । ଏଥିରେ ଥିବା ଜଳୀୟ ଅଂଶ ମରିଗଲାପରେ ଗୋଟେ ପ୍ଲେଟ ରେ ଟିକେ ଗୁଆ ଘିଅ ଲଗାଇ ସେଥିରେ ଏହି ମଇଦା ଓ ସୁଜି ପ୍ରସ୍ତୁତି ଜନ୍ତଣିକୁ ଥଣ୍ଡା କରି ଚକଟନ୍ତୁ  । ଭଲ ଭାବେ ଚକଟି ସାରିବା ପରେ ସେଥିରେ ପ୍ରସ୍ତୁତି ଛୋଟ ଛୋଟ ଗୋଳା ଭିତରେ ପୁର ଦେଇ ତାକୁ  ପିଠା ଗଢନ୍ତୁ  । ଶେଷରେ ଅନ୍ୟ ଏକ କଡେଇରେ ତେଲ ଗରମ କରି ଗଢିଥିବା  ପିଠା କୁ ଗୋଟି ଗୋଟି କରି ଛାଣନ୍ତୁ  । ଏହାପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କ ଟାଙ୍ଗି ପ୍ରସିଦ୍ଧ ଛେନା କାକରା ପିଠା  ।