ସୁବର୍ଣ୍ଣପୁର ଜିଲ୍ଲା ବିନିକାର ପ୍ରସିଦ୍ଧ ଦର୍ଶନୀୟ ପର୍ଯ୍ୟଟନ ସ୍ଥଳ ‘ ପାପକ୍ଷୟ ଘାଟ ‘

ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଥିବା ପାପକ୍ଷୟ ଘାଟ ଯାହାକି ଅନେକ କିଛି  ଇତିହାସ ବହନ କରେ  । ପାପକ୍ଷୟ ଘାଟରେ ରହିଛି ଏକ ପୁରାତନ ବରଗଛ । ଘାଟରେ ସ୍ନାନ କରି ଏହି ବରଗଛ କୋରଡ଼ରେ ଗଳିଲେ ସବୁ ପାପକ୍ଷୟ ହୁଏ ବୋଲି ବିଶ୍ୱାସ ରହିଛି ।

301

ଓଡିଶା ପର୍ଯ୍ୟଟନ ସ୍ଥଳୀର ଗନ୍ତାଘର  ।  ଓଡ଼ିଶାର ୩୦ଟି ଜିଲ୍ଲାରେ ଭିନ୍ନ ଭିନ୍ନ ଧାର୍ମିକ ସାଂସ୍କୃତିକ ଓ ପର୍ଯ୍ୟଟନ ସ୍ଥଳୀ ରହିଛି ।  ତେବେ ଓଡ଼ିଶାରେ ଏମିତି କିଛି ସ୍ଥାନ ଅଛି ଯାହାକି ଏବେବି ଲୋକ ଲୋଚନରୁ ଲୁକାୟିତ ଅବସ୍ଥାରେ ରହିଛି  ।  ସେଥିମଧ୍ୟରୁ ସୁବର୍ଣ୍ଣପୁର ହେଉଛି ଏକ ଜିଲ୍ଲା ।  ଏହି ଜିଲ୍ଲାରେ ସୁବର୍ଣ୍ଣମେରୁ ମନ୍ଦିର, ହରିହରଜୋରା ଡ୍ୟାମ,ଭୀମଭୋଇ ସମାଧିପୀଠ ଆଦି ପାଇଁ ପ୍ରସିଦ୍ଧି ଲାଭ କରିଛି । କିନ୍ତୁ ଏହା ବ୍ୟତୀତ ସୁବର୍ଣ୍ଣପୁରରେ ଏମିତି କିଛି ସ୍ଥାନ ଅଛି ଯାହାକି ଆଜିବି ପର୍ଯ୍ୟଟକଙ୍କ ଆଖି ଆଢୁଆଳରେ ରହିଛି । ତେବେ ସେଠୀ ମଧ୍ୟରୁ  ପାପକ୍ଷୟ ଘାଟ ହେଉଛି  ଅନ୍ୟତମ ।  ଏହି ସ୍ଥାନଟି ଅନେକ କିଛି  ଇତିହାସ ବହନ କରେ  ।

Tourism Place Papakhaya Ghat In Subarnapur District
Worldorgs.com

ପାପକ୍ଷୟ ଘାଟରେ ରହିଛି ଏକ ପୁରାତନ ବରଗଛ । ଘାଟରେ ସ୍ନାନ କରି ଏହି ବରଗଛ କୋରଡ଼ରେ ଗଳିଲେ ସବୁ ପାପକ୍ଷୟ ହୁଏ ବୋଲି ବିଶ୍ୱାସ ରହିଛି । ତେଣୁ ବର୍ଷକ ବାର ମାସ  ଏହି ଘାଟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳେ ।  ପଶ୍ଚିମ ଓଡ଼ିଶା ସହ ପଶ୍ଚିମ ଛତିଶଗଡ଼ରୁ ମଧ୍ୟ ଅନେକ ଭକ୍ତ ଏଠାକୁ ଆସିଥା’ନ୍ତି । ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ ସମୟରେ ଏଠାରେ ପ୍ରବଳ ଭିଡ଼ ଦେଖିବାକୁ ମିଳେ । ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ ଦର୍ଶନ କରି ଘାଟରେ ସ୍ନାନ କରିବା ପରେ ବରଗଛ କୋରଡ଼ରେ ଗୋଟିଏ ପଟରୁ ପଶି ଅନ୍ୟ ପଟ ପାଖରେ ବାହାରିଲେ ପାପକ୍ଷୟ ହୁଏ ବୋଲି ଲୋକେ ବିଶ୍ୱାସ କରନ୍ତି । ତେଣୁ ଏହି ସମୟରେ ପ୍ରବଳ ଭିଡ଼ ହୋଇଥାଏ । ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ ବେଳେ ଏଠାରେ ମେଳା ମଧ୍ୟ ପଡ଼ିଥାଏ। ସେହିପରି କାର୍ତ୍ତିକ ମାସରେ ମଧ୍ୟ ପାପକ୍ଷୟ ଘାଟକୁ ଭକ୍ତଙ୍କ ସୁଅ ଛୁଟିଥାଏ ।

Tourism Place Papakhaya Ghat In Subarnapur District
Mapsus.net

ପାପକ୍ଷୟ ଘାଟ କେବଳ ଧାର୍ମିକ କେନ୍ଦ୍ର ପାଇଁ ପ୍ରସିଦ୍ଧି ଲାଭ କରିଛି, ତାହା ନୁହେଁ ।  ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଏହି ପବିତ୍ର ପୀଠକୁ ଟାଣି ଆଣେ । ପାପକ୍ଷୟ ଘାଟରେ ରାଧାକୃଷ୍ଣ ମନ୍ଦିର,କପିଳେଶ୍ୱର ଶିବ ମନ୍ଦିର, ପାର୍ବତୀ ମନ୍ଦିର ସହ ହନୁମାନ ମନ୍ଦିର ରହିଛି । ମହାନଦୀ କୂଳରେ ଥିବା ଏହି ପୀଠ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର। ତେଣୁ ଏହା ଏକ ପିକ୍‌ନିକ୍‌ ସ୍ପଟ୍ ଭାବେ ଏ ଅଞ୍ଚଳରେ ପରିଚିତ। ଏପରିକି ମହାନଦୀ ଭିତରେ ଥିବା ବାଲିଚରରେ ମଧ୍ୟ ପିକ୍‌ନିକ୍‌ କରାଯାଏ । ତେଣୁ ବର୍ଷର ବିଭିନ୍ନ ସମୟରେ ପିକ୍‌ନିକ୍‌ କରିବାକୁ ଏଠାକୁ ଲୋକେ ଆସିଥା’ନ୍ତି। ବିଶେଷ କରି ଶୀତ ଋତୁରେ ପିକ୍‌ନିକ୍‌ ପାଇଁ ଏଠାରେ ଭିଡ଼ ଅଧିକ  ହୁଏ।

Tourism Place Papakhaya Ghat In Subarnapur District
Odisha Stories

ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସୋନପୁରରୁ ସଡ଼କପଥରେ ୩୨ କିଲୋମିଟର ଗଲେ ପଡ଼ିବ ବିନିକା । ସେହିପରି ବିନିକା ସହରରୁ ପାପକ୍ଷୟ ଘାଟର ଦୂରତା ମାତ୍ର ୩ କିମି । ପାପକ୍ଷୟ ଘାଟ ଯେ କେବଳ ଧାର୍ମିକ ସ୍ଥାନ ପାଇଁ ପ୍ରସିଦ୍ଧି ଲାଭ କରିଛି, ତାହା ନୁହେଁ । ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକମାନଙ୍କୁ ଏଠାକୁ ଟାଣି ଆଣେ । ତେବେ ଏହି ପାପକ୍ଷୟ ଘାଟ ଧାର୍ମିକ ପୀଠ ଭାବେ ଓଡ଼ିଶା ତଥା ଭାରତର ପର୍ଯ୍ୟଟନ ମାନଚିତ୍ରରେ ମଧ୍ୟ  ସ୍ଥାନ ପାଇଛି ।