ବାଲେଶ୍ଵର ଜିଲ୍ଲାର ୧୨ଶ ଶତାବ୍ଦୀରେ ନିର୍ମିତ ଐତିହାସିକ ରାଇବଣିଆ ଦୁର୍ଗ

ଓଡ଼ିଶାର ବହୁ ପ୍ରାଚୀନ ଐତିହାସିକ କିମ୍ବଦନ୍ତୀ ରାଇବଣିଆ ଦୁର୍ଗ । ଦୁର୍ଗର ନିର୍ମାତା ଥିଲେ ରାଜା ଲାଙ୍ଗୁଳା ନରସିଂହ ଦେବ ।  ୧୨ଶ ଶତାବ୍ଦୀରେ ନିର୍ମିତ,ଏହା ପୂର୍ବ ଭାରତର ସର୍ବବୃହତ ଦୁର୍ଗ ଭାବେ ପରସିଦ୍ଧି ଲାଭ  କରିଥିଲା  ।

0 387

ଓଡ଼ିଶାର ବହୁ ପ୍ରାଚୀନ ଐତିହାସିକ କିମ୍ବଦନ୍ତୀ ରାଇବଣିଆ ଦୁର୍ଗ । ଦୁର୍ଗର ନିର୍ମାତା ଥିଲେ ରାଜା ଲାଙ୍ଗୁଳା ନରସିଂହ ଦେବ ।  ୧୨ଶ ଶତାବ୍ଦୀରେ ନିର୍ମିତ,ଏହା ପୂର୍ବ ଭାରତର ସର୍ବବୃହତ ଦୁର୍ଗ ଭାବେ ପରସିଦ୍ଧି ଲାଭ  କରିଥିଲା  । ଅତୀତରେ ଓଡିଶାକୁ ଆଫଗାନ, ମୋଗଲଙ୍କ ଭଳି ବାହ୍ୟ ଶତ୍ରୁଙ୍କ ଆକ୍ରମଣକୁ ପ୍ରତିହତ କରିବା ପାଇଁ ସେତେବଳେ ଏହି ଦୁର୍ଗ ସାଜିଥିଲା ସୁରକ୍ଷା କବଚ । ପ୍ରାୟ ୧୨୩୮-୧୨୬୪ ଖ୍ରୀଷ୍ଟାବ୍ଦରେ ଏହି ଦୁର୍ଗ ହସ୍ତି ଓ ଅଶ୍ୱାରହୀ ପ୍ରଶିକ୍ଷଣ କେନ୍ଦ୍ର ଥିଲା ବୋଲି ଶୁଣିବାକୁ ମିଳେ । ଏହା ସେତେବେଳର ଉଡ୍ର ରାଜ୍ୟକୁ ମଧ୍ୟ ସୁରକ୍ଷା ଯୋଗାଉଥିଲା । କୁତବୁଦ୍ଦିନ ଆଇବାକଙ୍କ ଉତ୍କଳ ଆକ୍ରମଣ ସମୟରେ ସୁରକ୍ଷା ଦେବାରେ ଏହି ଦୁର୍ଗର ମୁଖ୍ୟ ଭୂମିକା ଥିଲା ଗୁରୁତ୍ବପୂର୍ଣ୍ଣ । ଦେଶର ପ୍ରତିଟି ଦୁର୍ଗ ପ୍ରାଚୀର ପଥରରେ ନିର୍ମିତ ହୋଇଥିବା ବେଳେ ରାଇବଣିଆର ପ୍ରାଚୀର ଶକ୍ତ ଓ ଦୃଢ ମାଟିରେ ନିର୍ମିତ ହୋଇଛି ।

The historic Raibania fort of Balasore Dist , built in the 12th century
@pragnyaswain22

ଏହା ସେତେବେଳେ ଓଡ଼ିଶା-ବଙ୍ଗ ପ୍ରବେଶ ଦୁଆର ଭାବରେ ବ୍ୟବହାର କରାଯାଉ ଥିଲା । ଏହି ଦୁର୍ଗର ବର୍ଣ୍ଣନା ଆଇନ-ଇ-ଆକବରୀ ପୋଥିରେ ମଧ୍ୟ କରାଯାଇଅଛି । ଫକିର ମୋହନଙ୍କ ଲିଖିତ ଲଛମା ଉପନ୍ୟାସ ଏହି ରାଇବଣିଆ ଦୁର୍ଗ ଉପରେ ପର୍ଯ୍ୟବେସିତ । ଏହି ଦୁର୍ଗ କେତେ ହଜାର ବର୍ଷର ପୁରୁଣା ତାର ସଠିକ ଆକଳନ ଏ ପର୍ଯ୍ୟନ୍ତ କରାଯାଇ ପାରିନାହିଁ । କିନ୍ତୁ ଏହା ଇତିହାସ ଓ ପୌରାଣିକ କିମ୍ବାଦନ୍ତିରେ ବର୍ଣ୍ଣିତ ହୋଇରହିଛି । ରାଇବଣିଆ ଦୁର୍ଗର ତିନି ପାର୍ଶ୍ୱରେ ରହିଛି ସୁବର୍ଣ୍ଣରେଖା ନଦୀ । ଦୁର୍ଗରେ ପୂଜା ପାଉଛନ୍ତି ମା ଗଡଚଣ୍ଡି ଠାକୁରାଣୀ ।

The historic Raibania fort of Balasore Dist , built in the 12th century
@Rotaract_3262

ଓଡ଼ିଶାର ବାଲେଶ୍ୱରର ଲକ୍ଷ୍ମଣନାଥଠାରେ ଥିବା ଏକ ପୁରାତନ ଓ ଐତିହାସିକ ଦୁର୍ଗ ଯେଉଁଠାରେ ୧୬୧ଟି ଦେବୀ ମୂର୍ତ୍ତି ରହିଛି ଯାହା ଦେବୀ ଜୟଚଣ୍ଡୀଙ୍କ ସାଙ୍କେତିକ ରୂପ ଭାବରେ ଚିହ୍ନିତ । ରାଇବଣିଆ ଦୁର୍ଗ ହାତୀଗଡ ନିକଟରେ ଅବସ୍ଥିତ ଯାହା ଜଳେଶ୍ୱରଠାରୁ ୧୪ କିମି ଏବଂ ସୁବର୍ଣ୍ଣରେଖା ନଦୀ ଠାରୁ ୩.୨ କିମି ଦୂରରେ ଅବସ୍ଥିତ । ଉତ୍କଳର ଗଙ୍ଗ ବଂଶ ଶାସକ ଲାଙ୍ଗୁଳା ନରସିଂହ ଦେବ, ବାହାମଣିର ଶାସକ ହୁମାୟୁଁ ଶାହଙ୍କ ବିରୋଧରେ ଯୁଦ୍ଧ କରି ସେଥିରେ ଜିତିବା ପରେ ଓଡ଼ିଶା ଫେରିବା ପଥରେ ଓଡ଼ିଶା ଓ ବଙ୍ଗର ସୀମାନ୍ତରେ ଥିବା ହୁଗୁଳି ନଦୀ ନିକଟରେ ମୁସଲିମ ଶତ୍ରୁ ପ୍ରବେଶକୁ ରୋକିବା ନିମନ୍ତେ ବାଲେଶ୍ୱରର ଜଳେଶ୍ୱର ନିକଟରେ ଏହି ଦୁର୍ଗର ନିର୍ମାଣ କରାଯାଇଥିଲା । ଏହି ଦୁର୍ଗକୁ ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ  ଆସିନାହାନ୍ତି ।