ଓଳାଶୁଣୀ ଓଡ଼ିଶାର ପ୍ରସିଦ୍ଧ ଗୁମ୍ଫାକ୍ଷେତ୍ର ମଧ୍ୟରେ ଅନ୍ୟତମ

ଓଡ଼ିଶାର ଯେତେଗୁଡ଼ିଏ ଗୁମ୍ଫାକ୍ଷେତ୍ର ରହିଛି ସେଥିମଧ୍ୟରୁ ଓଳାଶୁଣି ଗୁମ୍ଫାକ୍ଷେତ୍ର ହେଉଛି ଅନ୍ୟତମ । ଆଉ ଏହାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମାଁ ଓଳାଶୁଣି । କିମ୍ବଦନ୍ତୀ ଅନୁସାରେ ଏହାର ପ୍ରାଣ ପ୍ରତିଷ୍ଠାତା ହେଉଛନ୍ତି ଅରକ୍ଷିତ ଦାସ ।

0 246

ଓଡ଼ିଶାର ଯେତେଗୁଡ଼ିଏ ଗୁମ୍ଫାକ୍ଷେତ୍ର ରହିଛି ସେଥିମଧ୍ୟରୁ ଓଳାଶୁଣି ଗୁମ୍ଫାକ୍ଷେତ୍ର ହେଉଛି ଅନ୍ୟତମ । ଆଉ ଏହାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମାଁ ଓଳାଶୁଣି । କିମ୍ବଦନ୍ତୀ ଅନୁସାରେ ଏହାର ପ୍ରାଣ ପ୍ରତିଷ୍ଠାତା ହେଉଛନ୍ତି ଅରକ୍ଷିତ ଦାସ । ଯାହାଙ୍କର ପୂର୍ବନାମ ଥିଲା ବଳଭଦ୍ରଦେବ । ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଠାରୁ ପାରାଦୀପ ଅଭିମୁଖେ ୩୦କିମି ଅତିକ୍ରମ କଲାପରେ  ପଡେ ଏହି ପ୍ରସିଦ୍ଧ ପ୍ରର୍ଯ୍ୟଟନ କ୍ଷେତ୍ର ଓଳାଶୁଣୀ । ଏହିପୀଠର କିମ୍ବଦନ୍ତୀ ଏବଂ ପୂଜା ଉପସନା ପୀଠଟିକୁ ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରସିଦ୍ଧ କରାଇ ପାରିଛି । ମହାପୁରୁଷଙ୍କର ତିରୋଧାନ ପରେ ଏହି ସ୍ଥାନର ସର୍ବୋଚ୍ଚ ମୁଖ୍ୟ ମନ୍ଦିରଟି ହେଉଛି ମହାପୁରୁଷଙ୍କର ସମାଧି ମନ୍ଦିର ।

Olasuni is one of the Famous  caves in Odisha
@OdishaTrails

ଫଳଗଛ ସହିତ ଅନ୍ୟାନ୍ୟ ଗଛ ଗୁଡିକ ଘେରି ରହିଛି ଏହିପୀଠକୁ ।  ଏହିଠାରେ ଶ୍ରୀଶ୍ରୀ ଅରକ୍ଷିତ ଦାସ ସମାଧି ପ୍ରତିଷ୍ଠିତ ଓ ଆରାଧିତ । ଏହି ଓଳାଶୁଣି ପାହାଡ଼ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ବୌଦ୍ଧପୀଠ ଲଳିତଗିରିର ଅନତି ଦୂରରେ ପଲେଇ ମୌଜାସ୍ଥ ଶୁଖୁଆପଡ଼ା ଗ୍ରାମ ନିକଟରେ ଅବସ୍ଥିତ । ଏହାର ପୂର୍ବ ଦିଗରେ ରହିଛି ଗାଙ୍ଗୀ ପାହାଡ଼,ଯହିଁରେ ପୁରାଣପ୍ରସିଦ୍ଧ ଗୋକର୍ଣ୍ଣ ବଟ ବୃକ୍ଷ ଅଛି  । ଯେଉଁ ବୃକ୍ଷର ପତ୍ରଗୁଡିକର ଏକ ପାର୍ଶ୍ୱ ଅଶ୍ୱତ୍‌ଥ ଓ ଅନ୍ୟ ପାର୍ଶ୍ୱଟି ବରପତ୍ର । ଦକ୍ଷିଣ ଦିଗରେ ଠିକ୍ ଏହାର ତଳଦେଶରେ କଳନିନାଦିନୀ ଗୋବରୀ ନଦୀ ପଦଧୌତ କରିଚାଲିଛି । ପଶ୍ଚିମ ପାର୍ଶ୍ୱରେ ଶୁଖୁଆ ପୋଡ଼ା-ଗ୍ରାମ ଏବଂ ଉତ୍ତର ଦିଗରେ ଲଳିତଗିରି ପାହାଡ଼ । ପୂର୍ବଦିଗରେ ରହିଛି  ଗାଙ୍ଗୀ ପାହାଡ଼ । ଏହାର ପୂର୍ବ – ଦକ୍ଷିଣ କୋଣର ଅନତି ଦୂରରେ ଅବସ୍ଥିତ ପୁରାଣପ୍ରସିଦ୍ଧ ପଞ୍ଚୁପାଣ୍ଡବଙ୍କର ମନ୍ଦିର । ଏହି ଓଳାଶୁଣୀର ଆଖପାଖରେ ରତ୍ନଗିରି, କୋଲଣଗିରି, ବ୍ରଜଗିରି ଇତ୍ୟାଦି ବୌଦ୍ଧପୀଠ ମଧ୍ୟ ଅବସ୍ଥିତ ।

ଓଳାଶୁଣୀ ଓଡ଼ିଶାର ଗୁମ୍ଫାକ୍ଷେତ୍ର ମଧ୍ୟରେ ଅନ୍ୟତମ
@OdishaTrails

ଏହି ପୀଠରେ ଜଗନ୍ନାଥଙ୍କ ମୂର୍ତ୍ତିର ପୂଜାରାଧନା ହେବା ସହିତ  ରାଧାକୃଷ୍ଣଙ୍କର ବିଗ୍ରହ ତଥା ସାଧନାସିଦ୍ଧ ସାତଟି ମହାପୁରୁଷଙ୍କର ସମାଧି ମନ୍ଦିର ଏବେବି ପୂଜାପାଇ ଆସୁଛି । ଆହୁରି ମଧ୍ୟ ମହାବୀର, ଗଣେଶ ଓ କେତୋଟି ଶାଳଗ୍ରାମ ବିଗ୍ରହ ଯଥାବିଧି ପୂଜିତ ହେଉଛନ୍ତି । ଏହି ପାହାଡ଼ର ପ୍ରାଚୀନ ବଡ଼ ଗୁମ୍ଫାଟି କେବେ କାହାଦ୍ୱାରା ନିର୍ମାଣ କରାଯାଇ ଥିଲା ତାହାର କୌଣସି କିମ୍ବଦନ୍ତୀ କିମ୍ବା ଇତିହାସ ଏ ପର୍ଯ୍ୟନ୍ତ ମିଳିନାହିଁ ।

ଓଳାଶୁଣୀ ଓଡ଼ିଶାର ଗୁମ୍ଫାକ୍ଷେତ୍ର ମଧ୍ୟରେ ଅନ୍ୟତମ
@Rotaract_3262

ଏଠାରେ ଶ୍ରଦ୍ଧାଳୁମାନେ ପୋଡ଼ ପିଠା ସହ ମଦ, ମାଛ ଓ ଶୁଖୁଆ ମହାପୁରୁଷଙ୍କ ଭୋଗ ଭାବେ ଅର୍ପଣ କରିଥାନ୍ତି । ଏଠାରେ ମହାପୁରୁଷଙ୍କ ସମୟରୁ କୃପାମହୌଷଧି ସ୍ୱରୂପ କାଞ୍ଜିପାଣି ଏପର୍ଯ୍ୟନ୍ତ ରହି ଆସିଅଛି । ପେଟ ଓ ଅନ୍ୟାନ୍ୟ ରୋଗ ପାଇଁ ଲୋକମାନେ ଏହାକୁ ବ୍ୟବହାରକରି ରୋଗମୁକ୍ତ ହେଉଛନ୍ତି। ଏହା ମଧ୍ୟ ଗୋମହିଷାଦିଙ୍କୁ ଆରୋଗ୍ୟ କରିବାରେ ସୁଖ୍ୟାତି ଅର୍ଜନ କରିଛି ।