ମୟୂରଭଞ୍ଜ ଜିଲ୍ଲାର ଅଭୟ ଦାୟିନୀ ମାଁ ଦ୍ବାରଶୁଣୀଙ୍କ ମନ୍ଦିର

ମୟୂରଭଞ୍ଜ ତଥା ବାଙ୍ଗରୀପୋଷୀର ଆକର୍ଷଣ ହେଉଛି ଅଭୟ ଦାୟିନୀ ମା' ଦ୍ବାରଶୁଣୀଙ୍କ ମନ୍ଦିର ।  ଆଜିକୁ  ପାଖାପାଖି  ୨୨ ବର୍ଷ ତଳେ ଅର୍ଥାତ ୨୦୦୦ ମସିହାରେ ନିର୍ମାଣ ହୋଇଥିଲା ବ୍ରାହ୍ମଣୀ ଘାଟିରେ ମାଁ ଦ୍ଵାରଶୁଣୀଙ୍କ ମନ୍ଦିର ।

325

ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ମୟୂରଭଞ୍ଜ ଜିଲ୍ଲାଋ ସଦର ମହକୁମା ବାରିପଦା ସହର ଠାରୁ ୪୦ କି.ମି. ଦୂରରେ ପଡ଼େ ମୟୂରଭଞ୍ଜ ତଥା ବାଙ୍ଗରୀପୋଷୀର ଆକର୍ଷଣ ହେଉଛି ଅଭୟ ଦାୟିନୀ ମା’ ଦ୍ବାରଶୁଣୀଙ୍କ ମନ୍ଦିର ।  ଆଜିକୁ  ପାଖାପାଖି  ୨୨ ବର୍ଷ ତଳେ ଅର୍ଥାତ ୨୦୦୦ ମସିହାରେ ନିର୍ମାଣ ହୋଇଥିଲା ବ୍ରାହ୍ମଣୀ ଘାଟିରେ ମାଁ  ଦ୍ଵାରଶୁଣୀଙ୍କ ମନ୍ଦିର । ଅନେକ ବର୍ଷ ପୂର୍ବରୁ ମାଁ ‘ ଶାଳ ଏବଂ ଅଶନ ଗଛ ମୂଳରେ ପୂଜା ପାଉଥିଲେ।   ଏହି ଘାଟିରେ ୫୨ ଟି ବାଙ୍କ ଥିବାରୁ କେହି କେହି ଏହାକୁ ବାବନ ଘାଟି ମଧ୍ୟ କହିଥାନ୍ତି । ଘାଟିର ଦୁଆରକୁ ଜଗି ରହିଥିବା ମାଁ ‘ ଦ୍ବାରଶୁଣୀଙ୍କର ପ୍ରସିଦ୍ଧି ଓ ମହିମା ଉପରେ ସମସ୍ତଙ୍କର ବିଶ୍ବାସ ରହିଛି ।   ମାଁ ଦ୍ବାରଶୁଣୀଙ୍କର ଏହି ପ୍ରସିଦ୍ଧ ମନ୍ଦିର ଟି ୪୯ ନମ୍ବର ଜାତୀୟ ରାଜପଥ ନିକଟରେ ରହିଛି । ତେଣୁ ଯାତାୟତ  କରୁଥିବା ଗାଡ଼ିମାନଙ୍କ ଉପରେ ଏକ ବିଶେଷ ନିୟମ କାର୍ଯ୍ୟକାରୀ ହୋଇଥାଏ ,  ଯେ ପ୍ରତ୍ୟକ ଗାଡି ମାଁ ‘ ଙ୍କ ମନ୍ଦିର ଦେଇ ଆସିବା ସମୟରେ ତିନିଥର ହର୍ନ ଦେଇ ଗାଡ଼ିଟି କୁ ପାର କରିବେ ।

maa dwarasuni temple in mayurbhanj district
@BeautyOfMayurbhanj

ମାଁ ‘  ପୀଠରେ ଏକ ଅନେକ ବର୍ଷ ପୁରୁଣା ଚୁମ୍ବକ ବାଡ଼ି ଦେଖିବାକୁ ମିଳିଥାଏ। ଯାନବାହାନ ରେ ଯାତାୟତ କରୁଥିବା ଭକ୍ତମାନେ ମାଁ ଙ୍କୁ ସ୍ମରଣା କରି ମୁଦ୍ରା ଟଙ୍କା ମନ୍ଦିର ପରିସରରେ  ଫୋଫାଡି  ଦେଉଥିବାବେଳେ ଏହି ଚୁମ୍ବକ ବାଡ଼ି ଦ୍ଵାରା ସେଗୁଡିକୁ ଉଠାଯାଇଥାଏ। ପ୍ରତ୍ୟକ ଦିନ  ଭକ୍ତମାନଙ୍କର ଆଗମନ ହୋଇଥାଏ କିନ୍ତୁ  ବିଶେଷ କରି ମନସ୍କାମନା ପୂର୍ଣ୍ଣ ନିମନ୍ତେ ଅନେକ ଭକ୍ତ ପୂଜାର୍ଚ୍ଚନା କରିବା ସହିତ ଏଠାରେ ରହିଥିବା ପବିତ୍ର ବୃକ୍ଷରେ ମନସ୍କାମନା ନିମନ୍ତ ସୁତ୍ର ବାନ୍ଧୁଥିବାର ଦୃଶ୍ୟ ଭକ୍ତି ଭାବମୟ ପରିବେଶ ସୃଷ୍ଟି କରିଥାଏ । ପ୍ରତିବର୍ଷ ମୟୂରଭଞ୍ଜର ଗଣପର୍ବ ମକର ସମୟରେ ଅନୁଷ୍ଠିତ ହୋଇଥାଏ  ମାଁ  ଙ୍କ ଘାଟି ମେଳା । ମାଁ  ଦ୍ବାରଶୁଣୀ ପୀଠର ପୂଜା କମିଟି ଆନୁକୂଲ୍ୟରେ ୫ ଦିନ ଧରି ଅହରାତ୍ର ନାମ ସଂକୀର୍ତ୍ତନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ। ମାଁ  ଦ୍ବାରଶୁଣୀଙ୍କ ଏହି ପ୍ରସିଦ୍ଧ ମେଳାରେ ଲକ୍ଷାଧିକ ଭକ୍ତଙ୍କର ସମାଗମ ହେବା ସହିତ  ପାଞ୍ଚଦିନ ଧରି ହେଉଥିବା ଏହି ମେଳାରେ ମୟୂରଭଞ୍ଜ ତଥା ଓଡ଼ିଶା ବାହାରୁ ମଧ୍ୟ ବିପୁଳ ସଂଖ୍ୟାରେ ଲୋକମାନଙ୍କର ଶୁଅ ଛୁଟେ।

maa dwarasuni temple in mayurbhanj district
@BeautyOfMayurbhanj

ପାହାଡ଼ ଶୀର୍ଷରୁ ପାହାଡ଼ର ପାଦଦେଶର ଦୃଶ୍ୟ ଓ ହଜାର ହଜାର ଭକ୍ତଙ୍କ ପାହାଡ଼ ଚଢା ର ଦୃଶ୍ୟ ବେଶ ମନମୁଗ୍ଧକର । ଏହି ପୀଠ ର ଚତୁର୍ଦ୍ଦିଗରେ ଦୃଶ୍ୟମାନ ବଣଜଙ୍ଗଲ ଏବଂ ଏଠାରେ ବାସ କରୁଥିବା ଅସଂଖ୍ୟ ଜୀବଙ୍କ ନିମନ୍ତେ ଅଭୟ ଦାୟିନୀ ମାଁ ‘ ଦ୍ବାରଶୁଣୀଙ୍କର ମହିମା ହିଁ ଏକମାତ୍ର ଭରସା  । ଏହି ପାହାଡ଼ର ଶୀର୍ଷରେ ରହିଛି ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟର ବଙ୍କର ଯେଉଁଠାରେ ରହି ବ୍ରିଟିଶ ସେନା ଶତ୍ରୁ ବିମାନ ଉପରେ ନଜର ରଖିବା ସହ ଗୁପ୍ତରେ ଅବସ୍ଥାନ କରୁଥିଲା।ତେବେ ଏହି ବଙ୍କର ସହିତ ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ବ୍ଳକରେ ଅବସ୍ଥିତ ଥିବା ଏସିହା ମହାଦେଶର ସବୁଠାରୁ ପୁରାତନ ଏୟାରଷ୍ଟିପ ଅମରଦା ଏୟାର ଷ୍ଟିପ ସହ ଏହାର ସମ୍ପର୍କ ଥିବାର ଅନୁମାନ କରାଯାଏ। ମେଳା ସମୟରେ ଲକାରଣ୍ୟ ହୋଇଉଠୁଥିବା ଏହି ଅଞ୍ଚଳରେ ପାହାଡର ଶୀର୍ଷଦେଶ ପର୍ଯ୍ୟନ୍ତ ନାନାବିଧ ଖାଦ୍ୟ ଓ ଅନ୍ୟାନ୍ୟ ଦୋକାନ ବଜାର ବସିଥାଏ। ସନ୍ଧ୍ୟା ସମୟରେ ସୁ ସଜ୍ଜିତ ଆଲୋକମାଳା ଓ ଅସଂଖ୍ୟ ଭକ୍ତଙ୍କ ମେଳରେ ମହିମାମୟ ଭୟ ଦାୟିନୀ ମାଁ ଦ୍ବାରଶୁଣୀଙ୍କ ପୀଠ ହୋଇଉଠେ ଅତ୍ୟନ୍ତ ଆକର୍ଷଣୀୟ। ବିଶେଷକରି ବର୍ଷାଋତୁରେ ମାଁ  ଦ୍ବାରଶୁଣୀଙ୍କ ପୀଠ ନିକଟରେ ଅବସ୍ଥିତ ଥିବା ସଂକୀର୍ତ୍ତନ ମଣ୍ଡପକୁ ଯିବା ପାଇଁ ଥିବା ପାହାଚ ପାହାଡ଼ର ଶୀର୍ଷ ଦେଶରୁ ଖସୁଥିବା ଜଳଯୋଗୁଁ କୁଳୁକୁଳୁ ଶବ୍ଦକରି ବହିଯାଉଥିବା ଛୋଟ ନଈର ଭ୍ରମ ସୃଷ୍ଟି କରେ ।  ମାଁ  ଦ୍ବାରଶୁଣୀଙ୍କର ଏହି ପ୍ରସିଦ୍ଧ ମନ୍ଦିରରଟି ଓଡ଼ିଶା ପର୍ଯ୍ୟଟନ ସହିତ  ଅନ୍ତର୍ଭୂକ୍ତ ହୋଇଛି ।