ପୁରାତନ ଶକ୍ତି ପୀଠ ମା ଭଦ୍ରକାଳୀଙ୍କ ମନ୍ଦିର

ଓଡିଶା ରେ ପ୍ରତିଷ୍ଠିତ ବିଭିନ୍ନ ଶକ୍ତି ପୀଠ ମଧ୍ୟରୁ ମା ଭଦ୍ରକାଳୀ ଙ୍କ ପୀଠ ଅନନ୍ୟ । ଏହା ସର୍ବ ପୁରାତନ ଶକ୍ତି ପୀଠ ମଧ୍ୟରୁ ଗୋଟିଏ । ଏହି ପୀଠକୁ “ଦୂର୍ଗା ମାଧବ ପୀଠ” ମଧ୍ୟ କୁହାଯାଏ ।

0 340

ତନ୍ତ୍ର ଶାସ୍ତ୍ରରେ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ପୀଠ ଭାଗରେ ପରିଚିତ ଲାଭ କରିଛି । ଓଡିଶା ରେ ପ୍ରତିଷ୍ଠିତ ବିଭିନ୍ନ ଶକ୍ତି ପୀଠ ମଧ୍ୟରୁ ମା ଭଦ୍ରକାଳୀ ଙ୍କ ପୀଠ ଅନନ୍ୟ । ଏହା ସର୍ବ ପୁରାତନ ଶକ୍ତି ପୀଠ ମଧ୍ୟରୁ ଗୋଟିଏ । ମା ଭଦ୍ରକାଳୀ ହେଉଛନ୍ତି ମାତା ସତୀ ଙ୍କ ଅଂଶ । ମାତା ସତୀ ଙ୍କ ଅଂଶବିଶେଷ ରୁ ମା” ଜନ୍ମି ଥିବାରୁ, ମାତା ଙ୍କ ପୀଠ ଏକ ଶକ୍ତି ପୀଠ ଭାବେ ସର୍ବଜନ ବିଦିତ। ମା ଭଦ୍ରକାଳୀଙ୍କ ମନ୍ଦିର ଭଦ୍ରକ ସହରଠାରୁ ପ୍ରାୟ ୭ କି.ମି.ଦୂରରେ ଥିବା ଆହାରପଦା ଗ୍ରାମ ରେ ଅବସ୍ଥିତ । ଏଠାରେ ଚତୁର୍ଭୁଜା ମା ” ଭଦ୍ରକାଳୀ ସିଂହପୃଷ୍ଠରେ ପଦ୍ମାସନରେ ବିରାଜମାନ କରିଛନ୍ତି । ଉପର ଭୁଜ ଦୁଇଟି ମଧ୍ୟରୁ ଦକ୍ଷିଣରେ ଖଡ୍‌ଗ ଓ ବାମ ଭୁଜରେ ଖର୍ପର ଧାରଣ କରିଛନ୍ତି । ତଳଭୁଜ ଦୁଇଟି ମଧ୍ୟରୁ ବାମଭୁଜରେ ଜପାମାଳି ଓ ଦକ୍ଷିଣ ଭୁଜରେ ଶିଶୁ କୃଷ୍ଣଙ୍କୁ କୋଳରେ ଧରିଛନ୍ତି । ଏହା ଏକମାତ୍ର ଶକ୍ତିପୀଠ ଯେଉଁଠି ମା କାଳୀ ଶ୍ରୀକୃଷ୍ଣଙ୍କୁ କୋଳରେ ଧରିଛନ୍ତି । ଏହି ପୀଠକୁ “ଦୂର୍ଗା ମାଧବ ପୀଠ” ମଧ୍ୟ କୁହାଯାଏ ।

The Old Shakti Peetha , Maa Bhadrakali Temple
                                                                                      @Abinash_Jena1

ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠଗୁଡ଼ିକ ମଧ୍ୟରେ – ଝଙ୍କଡ଼ ରେ ମା ଶାରଳା, କଟକରେ ମା ଚଣ୍ଡୀ, ବ୍ରହ୍ମ‌ପୁରର ଭଗବତୀ, ଖିଚିଙ୍ଗର ମା କୀଚକେଶ୍ୱରୀ, ବାଙ୍କୀର ମା ଚର୍ଚ୍ଚିକା, କାକଟପୁରର ମା ମଙ୍ଗଳା, ପୁରୀର ବିମଳା ପୀଠ, ଯାଜପୁରର ବିରଜା, ସମ୍ବଲପୁରର ମା ସମଲେଶ୍ଵରୀ ଏବଂ ଭଦ୍ରକର ମା ଭଦ୍ରକାଳୀ ଅନ୍ୟତମ । ପ୍ରାଚୀନ ତନ୍ତ୍ରଶାସ୍ତ୍ର ଅନୁସାରେ ଜଣାଯାଏ ଯେ, ପ୍ରାୟ ୩ୟ-୪ର୍ଥ ଶତାବ୍ଦୀରୁ ୧୨ଶ ଶତାବ୍ଦୀ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ଶକ୍ତିପୀଠଗୁଡ଼ିକ ବେସ ପ୍ରସିଦ୍ଧିଲାଭ କରିଥିଲା ।  ବର୍ତ୍ତମାନର ଭଦ୍ରକାଳୀ ମନ୍ଦିର ପରିସର ରୁ ଉଦ୍ଧାର କରାଯାଇଥିବା ଶିଳାଲେଖରୁ ଦେବୀଙ୍କ ଐତିହାସିକ ପୃଷ୍ଠଭୂମି ବିଷୟରେ ଜଣାଯାଇପାରେ । ବର୍ତ୍ତମାନ ପର୍ଯ୍ୟନ୍ତ ହାତୀଗୁମ୍ପାରେ ଖାରବେଳଙ୍କ ଶିଳାଲେଖ ପରେ ଏହିଟିକୁ ଦ୍ୱିତୀୟ ଶିଳାଲେଖ ଭାବରେ ଗଣାଯାଏ। ଏହି ଶିଳାଲେଖଟିରେ ବ୍ରାହ୍ମୀ ଲିପିରେ ପାଲି ଭାଷାରେ ଉଲ୍ଲେଖ ରହିଛି ।

The Old Shakti Peetha , Maa Bhadrakali Temple
                                                                                              pc:Tour MyOdisha

କିମ୍ବଦନ୍ତୀ ଅନୁସାରେ ଭୁଇଁଆମାନେ ଦେବୀଙ୍କ ପୂଜା କରିବା ପାଇଁ ଯାଜପୁରର ସିଦ୍ଦେଶ୍ୱର ଗ୍ରାମରୁ ବ୍ରାହ୍ମଣମାନଙ୍କୁ ଆଣିଥିଲେ । ଛୋଟ ମନ୍ଦିରଟି ସମୟକ୍ରମେ ଧିରେ ଧିରେ ନଷ୍ଟ ହୋଇଗଲା । ତେଣୁ ବର୍ତ୍ତମାନର ମନ୍ଦିରଟି ୧୯୫୩ରୁ ୧୯୫୯ ମଧ୍ୟରେ ନିର୍ମାଣ ହୋଇଛି । ବର୍ତ୍ତମାନ ଦୀକ୍ଷିତ ବଂଶର ପରିବାରଗଣ ଦେବୀଙ୍କର ପୂଜାକାର୍ଯ୍ୟ କରୁଛନ୍ତି । ଭଦ୍ରକାଳୀ ପୀଠରେ ପ୍ରତ୍ୟେକ ଦିନ ପାରମ୍ପରିକ ରୀତିନୀତିରେ ପୂଜା ହୋଇଥାଏ । ପ୍ରାତଃରେ ମଙ୍ଗଳ ଆରତି ଓ ସ୍ନାନ ଆଦି ସମାପନ ପରେ କଦଳୀ, କ୍ଷୀର, ଉଖୁଡା ଓ ଫଳମୂଳ ଦ୍ଵାରା ଭୋଗ ଲାଗି ହୋଇଥାଏ । ଦ୍ଵିପ୍ରହର ଓ ରାତ୍ରିରେ ଅନ୍ନଭୋଗ ହୋଇଥାଏ । ପ୍ରତିବର୍ଷ ମହାବିଷୁବ ସଂକ୍ରାନ୍ତି, ରଜପର୍ବ, ଦୁର୍ଗାପୂଜା, କାଳୀପୂଜା, ଓ ଚୈତ୍ର ପୂର୍ଣ୍ଣିମା ଇତ୍ୟାଦି ପାଳନ କରାଯାଇଥାଏ । ମହାବିଷୁବ ସଂକ୍ରାନ୍ତିରେ ଝାମୁ ଓ ପାଟୁଆ ଯାତ୍ରା ଅନୁଷ୍ଠିତ ହୋଇଥାଏ । ମା ଭଦ୍ରକାଳୀ ପୀଠ ମଧ୍ୟରେ ପୂଜା ପାଉଥିବା ଅନ୍ୟ ଦେବଦେଵୀ ଙ୍କ ମଧ୍ୟରେ ଯଥା ବାବା ଭଦ୍ରେଶ୍ୱର ମହାଦେବ, ନବଗ୍ରହ ମୂର୍ତ୍ତି, ଏବଂ ଜଗନ୍ନାଥ, ବଳଭଦ୍ର, ମା ସୁଭଦ୍ରା ଙ୍କ ତୃତୀୟ ମୂରତି ।