ଆଜି ସାବିତ୍ରୀ; ସ୍ୱାମୀଙ୍କ ମଙ୍ଗଳ ମନାସି ବ୍ରତ ରଖିବେ ସଧବା ନାରୀ

ସାବିତ୍ରୀ ଅମାବସ୍ୟା । ଓଡ଼ିଆମାନଙ୍କର ଗଣପର୍ବ ମଧ୍ୟରୁ ଏହା ଅନ୍ୟତମ । ଓଡିଆ ଘରର ଏହି ପର୍ବଟିକୁ ସାଧାରଣରେ ସଧବାମାନେ ପାଳନ କରନ୍ତି ।

271

ସାବିତ୍ରୀ ଅମାବସ୍ୟା । ଓଡ଼ିଆମାନଙ୍କର ଗଣପର୍ବ ମଧ୍ୟରୁ ଏହା ଅନ୍ୟତମ । ଓଡିଆ ଘରେ ଏହି ପର୍ବଟିକୁ ସାଧାରଣରେ ସଧବାମାନେ ପାଳନ କରନ୍ତି । ସାବିତ୍ରୀ ଅମାବାସ୍ୟା ପ୍ରତ୍ୟେକ ନାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଅଟେ । ହିନ୍ଦୁ ଧର୍ମରେ ଏହି ବ୍ରତର ବିଶେଷ ମହତ୍ୱ ରହିଛି । ସଧବା ନାରୀଙ୍କ ପାଇଁ ଏହା ହେଉଛି ମୁଖ୍ୟ ପର୍ବ । ପ୍ରତି ବର୍ଷ ଜ୍ୟେଷ୍ଠ ମାସ ଅମାବାସ୍ୟା ଦିନ ଏହି ବ୍ରତ ପାଳନ କରାଯାଇଥାଏ ।

savitri-vrata-celebrated-in-the-indian-states-of-odisha

 

ସ୍ୱାମୀଙ୍କର ଦୀର୍ଘାୟୁ କାମନା କରି ଉତ୍ତମ ସ୍ୱାସ୍ଥ୍ୟ ଓ ନିରାମୟ ଜୀବନ କାମନା କରି ସଧବା ନାରୀ ଜ୍ୟେଷ୍ଠ ମାସ ଅମାବାସ୍ୟା ଦିନ ଏହି  ସାବିତ୍ରୀ ବ୍ରତ ପାଳନ କରିଥାଏ । ଏହି ବ୍ରତରେ ନାରୀମାନେ ସାବିତ୍ରୀ, ଯମଦେବ ଓ ସତ୍ୟବାନକୁ ପୂଜା କରିଥାନ୍ତି । ଏହି ବ୍ରତ ଦିନ  ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ  । ଯେଉଁ ନାରୀ ପବିତ୍ର ମନରେ ଏହି ଓଷା ପାଳନ କରିଥାଏ ତା ଉପରେ ମାତା ସାବିତ୍ରୀ ସନ୍ତୁଷ୍ଟ ହୋଇଥାନ୍ତି ।

savitri-vrata-celebrated-in-the-indian-states-of-odisha

 

କିମ୍ବଦନ୍ତୀ ଅନୁସାରେ, ସତ୍ୟବାନ ଅଳ୍ପାୟୁ ଥିଲେ ମଧ୍ୟ ମୃତ୍ୟୁକୁ ଜୟ କରିଥିଲେ । ଯାହାକି ସମ୍ଭବ ହୋଇଥିଲା ତାଙ୍କ ସ୍ତ୍ରୀ ସାବିତ୍ରୀଙ୍କ ପାଇଁ । ଜଣେ ଶ୍ରେଷ୍ଠ କନ୍ୟା ହେଲେ ସାବିତ୍ରୀ । ସେ ଥିଲେ ରାଜକନ୍ୟା । ସାବିତ୍ରୀ ଦେବୀଙ୍କୁ ପ୍ରାର୍ଥନା କରି ମାଦ୍ରଦେଶର ରାଜା ଅଶ୍ୱପତି ତାଙ୍କୁ କନ୍ୟା ରୂପେ ପାଇଥିଲେ । ସତ୍ୟବାନଙ୍କ ରୂପ ଓ ଗୁଣରେ ମୁଗ୍ଧ ହୋଇ ତାଙ୍କୁ ବିବାହ କରିବେ ବୋଲି ଇଚ୍ଛା କରିଥିଲେ ସାବିତ୍ରୀ  । ବିବାହ ପରେ ସତ୍ୟବାନ ଗୋଟିଏ ବର୍ଷ ବଞ୍ଚିବେ  ଜାଣି ମଧ୍ୟ ତାଙ୍କୁ ବିବାହ କରି ଜଙ୍ଗଲରେ ରହୁଥିଲେ ସାବିତ୍ରୀ  । ଠିକ୍ ବର୍ଷକ ପରେ ସତ୍ୟବାନଙ୍କ ମୃତ୍ୟୁ ହୋଇଥିଲା । ମହାସତୀ ସାବିତ୍ରୀଙ୍କ ତପ ବଳରେ  ତାଙ୍କ ସ୍ବାମୀ ସତ୍ୟବାନ  ପୁର୍ନଜନ୍ମ ପାଇଥିଲେ । ଯମରାଜଙ୍କୁ ନିଜର ଯୁକ୍ତି ବଳରେ ସନ୍ତୁଷ୍ଟ କରି ସାବିତ୍ରୀ ନିଜ ସ୍ୱାମୀଙ୍କୁ ଫେରିପାଇଥିଲେ । ସେହିଦିନ ଠାରୁ ଦେବୀ ସାବିତ୍ରୀଙ୍କ ପବିତ୍ର ଗାଥା ସମସ୍ତ ସଂସାର ପାଇଁ ପତିବ୍ରତା ନାରୀତ୍ୱର ଏକ ଉଦାହରଣ ପାଲଟିଗଲା। ଏହି ବ୍ରତ ଦିନ ଅନ୍ନ ଜଳ ସ୍ପର୍ଶ ନକରି ଜଣେ ବିବାହିତା ନାରୀ  ଏହି ବ୍ରତ ପାଳନ କରି ସ୍ୱାମୀଙ୍କୁ ପୂଜା କରିବାର ପରମ୍ପରା ରହିଛି ।

@boomshankar_

ଆଜି ସାରା ଓଡ଼ିଶାରେ ଏହାର ପ୍ରଭାବ ପରିଲକ୍ଷିତ ହେଉଛି। ଆଜି ସକାଳୁ ରାଜ୍ୟର ବିଭିନ୍ନ ମନ୍ଦିରମାନଙ୍କରେ ସଧବା ମହିଳାମାନଙ୍କର ଭିଡ଼ ପରିଲକ୍ଷିତ ହୋଇଛି। କରୋନା ସଂକ୍ରମଣ ପାଇଁ ଗତ ୨ ବର୍ଷ ହେବ ମନ୍ଦିର ବନ୍ଦ ରହୁଥିବା କାରଣରୁ ଏହି ସମୟରେ ମହିଳାମାନେ ଘରେ ପୂଜାର୍ଚ୍ଚନା କରିସାବିତ୍ରୀ ବ୍ରତ ପାଳୁଥିଲେ। ହେଲେ ଚଳିତ ବର୍ଷ ସ୍ଥିତି ସ୍ୱାଭାବିକ ଥିବାରୁ ମନ୍ଦିରକୁ ଯାଇ ମହିଳାମାନେ ପୂଜାର୍ଚ୍ଚନା କରୁଛନ୍ତି।