ଓଡ଼ିଶାର ପ୍ରାଚୀନ ତନ୍ତ୍ରପୀଠ ପ୍ରାଚୀ ନଦୀ ଅବବାହିକାରେ ଅବସ୍ଥିତ ‘ବରାହୀ ଦେଉଳ’

ଉପକୂଳ ଓଡ଼ିଶାର ଐତିହ୍ୟ ସମ୍ପନ୍ନ ପ୍ରାଚୀ ନଦୀ ଅବବାହିକାରେ ରହିଛି  ଅନେକ ପ୍ରାଚୀନ ମନ୍ଦିର । ସେଥି ମଧ୍ୟରୁ ନିମାପଡା ନିକଟସ୍ଥ ଚୌରାଅଶୀ ଗାଁରେ ଅବସ୍ଥିତ ଶକ୍ତି ତଥା ତନ୍ତ୍ରପୀଠ ବରାହୀ ଦେଉଳ ।

338

ଉପକୂଳ ଓଡ଼ିଶାର ଐତିହ୍ୟ ସମ୍ପନ୍ନ ପ୍ରାଚୀ ନଦୀ ଅବବାହିକାରେ ରହିଛି  ଅନେକ ପ୍ରାଚୀନ ମନ୍ଦିର ।  ତେବେ ସେଥି ମଧ୍ୟରୁ ନିର୍ମାଣ ଶୈଳୀରେ ସବୁଠାରୁ ନିଆରା ଏକ ମନ୍ଦିର ହେଉଛି ନିମାପଡା ନିକଟସ୍ଥ ଚୌରାଅଶୀ ଗାଁରେ ଅବସ୍ଥିତ ଶକ୍ତି ତଥା ତନ୍ତ୍ରପୀଠ ବରାହୀ ଦେଉଳ । ଓଡ଼ିଶାର ଅଧିକାଂଶ ପୁରାତନ ମନ୍ଦିର ପାରମ୍ପରିକ ରେଖା ଓ ପିଢା ଦେଉଳ ଶୈଳୀରେ ନିର୍ମିତ ହୋଇଥିବା ବେଳେ ବାରାହୀ ଦେଉଳ ନିଆରା ଖାକରା ଶୈଳୀରେ ନିର୍ମିତ ହୋଇଛି ।

our-heritage-tantrik-shrine-barahi-deula-in-prachi-valley
                                                                                                     @kalingaheritage

ବର୍ତମାନ ରହିଥିବା ସମସ୍ତ ଖାକରା ଶୈଳୀ ମନ୍ଦିର ମଧ୍ୟରୁ ଅତୀବ ସୁନ୍ଦର କାରୁକାର୍ଯ୍ୟ, ନିର୍ମାଣ ଶୈଳୀ ଓ ଉତ୍ତମ ସଂରକ୍ଷଣ ଦୃଷ୍ଟିରୁ ସ୍ୱତନ୍ତ୍ର ହୋଇଥିବାରୁ ବରାହୀ ମନ୍ଦିରକୁ ଭାରତୀୟ ପ୍ରତ୍ନତାତ୍ଵିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଜାତୀୟ ସ୍ତରରେ ଗୁରୁତ୍ୱପୂର୍ଣ ଐତିହ୍ୟସ୍ଥଳ ଘୋଷଣା କରାଯାଇ ସଂରକ୍ଷଣ କରାଯାଇଛି ।  ତେବେ କେତେକ ସ୍ଥାନରେ ଏହି ମନ୍ଦିରର ନିର୍ମାଣ ଦଶମ ଶତାବ୍ଦୀରେ ହୋଇଥିବା ମଧ୍ୟ କୁହାଯାଉଛି । ଏହି ବରାହୀ ଦେଉଳରେ ସବୁଠାରୁ ସ୍ୱତନ୍ତ୍ର ହେଉଛି ଅଧିଷ୍ଠାତ୍ରୀ ଦେବୀ ବାରାହୀଙ୍କ ପ୍ରାୟ ୬ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି । ପୁରାଣ ବର୍ଣ୍ଣିତ ସପ୍ତମାତୃକାଙ୍କ ମଧ୍ୟରୁ ଅନ୍ୟତମ ବରାହୀ ଏଠାକାର ମୁଖ୍ୟ ମନ୍ଦିରରେ ଏକ ଉଚ୍ଚ ଆସନ ଉପରେ ଲଳିତାସନରେ ଉପବିଷ୍ଟ ହୋଇଥିବା ବେଳେ ମୁଖମଣ୍ଡଳଟି ବରାହ ସଦୃଶ ଏବଂ ଶରୀର ନାରୀର ରହିଛି ।

our-heritage-tantrik-shrine-barahi-deula-in-prachi-valley
@kalingaheritage

ବିଷ୍ଣୁଙ୍କ ବରାହ ଅବତାରର ଶକ୍ତି ରୂପ କୁହାଯାଉଥିବା ବରାହୀ ଏଠାରେ ମତ୍ସ୍ୟବାରାହୀ ଭାବରେ ଅଭିହିତ ଏବଂ ଏକ ବୃହତ ଆକାରର ପେଟ ରହିଥିବା ଏହି ବାରାହୀ ବିଗ୍ରହଙ୍କ ଦକ୍ଷିଣ ହସ୍ତରେ ମାଛ ଏବଂ ବାମ ହସ୍ତରେ ଏକ ରକ୍ତ ପାତ୍ର ରହିଥିବା ବେଳେ ଡାହାଣ ପାଦ ବାହାନ ମହିଷ ଉପରେ ରହିଛି । ଏକଦା ଏକ ପ୍ରମୁଖ ତନ୍ତ୍ରପୀଠ ରହିଥିବା ବରାହୀ ଦେଉଳରେ ପ୍ରତିଦିନ ମାଛ ଭୋଗ କରାଯାଇଥାଏ । ପ୍ରାୟ ୨୫ ଫୁଟ ଉଚ୍ଚତା ବିଶିଷ୍ଟ ବରାହୀ ଦେଉଳର ମୁହଁ ପୂର୍ବ ଦିଗକୁ ରହିଥିବା ବେଳେ ପାର୍ଶ୍ୱ ଦେବତା ଭାବରେ ଦକ୍ଷିଣ ପାର୍ଶ୍ୱରେ ରହିଛି ଅଗ୍ରପୂଜ୍ୟ ଗଣେଶଙ୍କ ପ୍ରତିମା ଏବଂ ପଶ୍ଚିମ ପାର୍ଶ୍ୱରେ ରହିଛି ସାତଟି ଅଶ୍ୱ ଓ ସାରଥିଙ୍କ ସହିତ ରଥାରୁଢ଼ ସୂର୍ଯ୍ୟଙ୍କ ପ୍ରତିମା ।

our-heritage-tantrik-shrine-barahi-deula-in-prachi-valley

@Rotaract_3262

କୋଣାର୍କ ସୂର୍ଯ୍ୟ ମନ୍ଦିର ଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଅବସ୍ଥିତ ଏହି ବରାହୀ ଦେଉଳର ମୁଖ୍ୟ ମନ୍ଦିରଟି ଖାକରା ପଞ୍ଚରଥ ଶୈଳୀରେ ନିର୍ମିତ ହୋଇଥିବାବେଳେ ମୁଖଶାଳା ବା ଜଗମୋହନର ନିର୍ମାଣ ଶୈଳୀ ଭୁବନେଶ୍ୱରର ପର୍ଶୁରାମେଶ୍ୱର ଓ ବାଙ୍କିର ସିଂହନାଥ ମନ୍ଦିର ଭଳି ରହିଛି ।  ତ୍ରିରଥ ଶୈଳୀରେ ନିର୍ମିତ ଏହି ଆୟତାକାର ଜଗମୋହନ ବା ମୁଖଶାଳାର ଉପର ଭାଗ ବା ଛାତ ସମତଳ ଆକୃତିର ରହିଥିବା ବେଳେ ଏହାର ମଝିରେ ଏକ କଳସ ରହିଛି ।