ବର୍ଷକରେ ଗୋଟିଏ ମାସ ମିଳିଥାଏ ଏହି ଶାଗ; କୋଲିଆରି ଶାଗ

ଆପଣ ମାନେ ଅନେକ ଶାଗ ଖାଇଥିବେ ସେ କୋସଳା ହେଉ କି ପାଳଙ୍ଗ ଅଥବା ନେଉଟିଆ ହେଉ କି ସଜନା ଶାଗ ଖାଇଥିବେ । ସେହିଭଳି କୋଲିଆରି ଶାଗ ଶାଗ ଭିତରେ ଅନ୍ୟତମ ।

273

ଆପଣ ମାନେ ଅନେକ ଶାଗ ଖାଇଥିବେ ସେ କୋସଳା ହେଉ କି ପାଳଙ୍ଗ ଅଥବା ନେଉଟିଆ ହେଉ କି ସଜନା ଶାଗ ଖାଇଥିବେ । ସେହିଭଳି କୋଲିଆରି ଶାଗ ଶାଗ ଭିତରେ ଅନ୍ୟତମ । ଦେହ ପାଇଁ ବେଶ ହିତକାରୀ ଏହି ଶାଗ । ଏ ସବୁ ଶାଗ ଆଦିଵାସୀ ବହୁଳ ଖଣି ଖାଦାନ ଭରା ଜିଲ୍ଲାର ବଜାରରେ ଦେଖିବାକୁ ମିଳେ । ବିଶେଷ କରି ଏ ସବୁ ଶାଗକୁ ଜଙ୍ଗଲରେ ରହୁଥିବା ଭୂୟାଁ ,ଜୁଆଙ୍ଗ ଲୋକେ ଜଙ୍ଗଲ ରୁ ସଂଗ୍ରହ କରି ବଜାରରେ ବିକିଥାନ୍ତି । ଏହି ଶାଗର ସ୍ୱାଦ ବହୁତ ନିଆରା । ଜଙ୍ଗଲରେ ଏହି କୋଲିଆରି ଗଛର କଅଁଳିଆ ପତ୍ର କୁ ଆଦିବାସୀ ମାନେ ଗଛରୁ ତୋଳି ଏହାକୁ ସଂଗ୍ରହ କରି ବଜାରରେ ବିକ୍ରି କରିଥାନ୍ତି । ଏହାର ପତ୍ରକୁ ଆୟୁର୍ବେଦ ଭାବରେ ବ୍ୟବହାର କରାଯାଇଥାଏ।

/koliari-vegetables-of-keonjhar

ଏହି କୋଲିଆରି ଶାଗରେ କୌଣସି ରସାୟନ ସାରର ପ୍ରୟୋଗ ନ ହୋଇଥିବାରୁ ଏହି ଶାଗ ଖାଇଲେ ଦେହରେ ଅନେକ ରୋଗ ଭଲ ହୋଇଥାଏ । ବିଶେଷ କରି କେନ୍ଦୁଝର ମାଟିରେ ବିଭିନ୍ନ ପ୍ରକାର ଲୌହ , ମାଙ୍ଗାନିଜ , ରହିଥିବାରୁ ଏହି ଜଙ୍ଗଲ ମାଟି ରେ ଏହି ଗଛ ହୋଇଥିବାରୁ ଏହି ଶାଗରେ ଲୋହ ସହ ଅନେକ ଭିଟାମିନରେ ଏହି ଶାଗ ଭରପୁର ରହିଥାଏ । ସେହିପରି ନବରଙ୍ଗପୁର ଓ କୋରାପୁଟ ରେ ମଧ୍ୟ ଏହି ଶାଗର ବେଶ ଚାହିଦା ରହିଛି । ଏହି ଶାଗ ଏବେବ କେବଳ ଆଦିବାସୀଙ୍କ ଖାଦ୍ୟ ହୋଇ ରହିନାହିଁ । ଏହି ଶାଗକୁ ସହର ଲୋକେ ପସନ୍ଦ କରିବା ସହ ସ୍ୱାଦର ପରିବର୍ତ୍ତନ କରିଥାନ୍ତି । ତେଣୁ ଏହି ଶାଗ କୁ ସହରୀ ଲୋକେ ବେଶ ପସନ୍ଦ କରୁଛନ୍ତି ଅବଏ । ଏହି ଶାଗ କେନ୍ଦୁଝର ଜିଲ୍ଲାର ବାଂଶପାଳ ତେଲକୋଇ ସୁଆକାଟି କାଞ୍ଜିପାଣି ତେଲକୋଇ ଅଞ୍ଚଳରେ ଦେଖିବାକୁ ମିଳେ। ଆଦିବାସୀ ଲୋକେ ରାତି ରୁ ଉଠି ଜଙ୍ଗଲ କୁ ଯାଇ ଏହି କୋଲିଆରି ଗଛ କୁ ଚଢି ଗଛ ର କଁଅଳ ପତ୍ର କୁ ସଂଗ୍ରହ କରି ଥାନ୍ତି। ଏହି କୋଲିଆରି ଶାଗ ବର୍ଷ ର ମାତ୍ର ଗୋଟିଏ ମାସ ମିଳୁ ଥିବାରୁ ଲୋକେ ବି  କୋଲିଆରି ଶାଗ କୁ ଖାଇବା ପାଇଁ  ଅପେକ୍ଷା କରିଥାନ୍ତି ।