କେନ୍ଦୁଝର ଜଙ୍ଗଲି ଆଦିବାସୀଙ୍କର ସୁସ୍ୱାଦୁ ଖାଦ୍ୟ ‘କଲେଇ’ ପୋକ

କେନ୍ଦୁଝର ଜିଲ୍ଲାର ପ୍ରାୟତଃ ଜଙ୍ଗଲିଆ ଅଞ୍ଚଳରେ ବସ ବାସ କରୁଥିବା ଆଦିବାସୀ ମାନଙ୍କର ପାରମ୍ପରିକ ନିଆରା ଓ ସୁସ୍ୱାଦୁ ଖାଦ୍ୟ ହେଉଛି ଭଗବାନଙ୍କର ସୃଷ୍ଟି ‘କଲେଇ’ ପୋକ ।

289

ବଣ ପାହାଡ ଜଙ୍ଗଲ ପରିବେଷ୍ଟିତ  କେନ୍ଦୁଝର ଜିଲ୍ଲାର  ବସ ବାସ କରୁଥିବା ଆଦିବାସୀ ମାନଙ୍କର ପାରମ୍ପରିକ ନିଆରା ଓ ସୁସ୍ୱାଦୁ ଖାଦ୍ୟ ହେଉଛି ଭଗବାନଙ୍କର ସୃଷ୍ଟି ‘କଲେଇ’ ପୋକ । କେହି କେହି ଏହାକୁ କହ୍ଲେଇ ପୋକ ବୋଲି କହି ଥାଆନ୍ତି । ଏହି କଲେଇ ପୋକ ପ୍ରକୃତିର ନିୟମନୁଶାରେ ବର୍ଷକ ରେ ମାତ୍ର ଗୋଟିଏ ସମୟରେ ବାହାରିଥାନ୍ତି । ଯେଉଁଥିପାଇଁ ଏହି ସୁସ୍ୱାଦୁ ଖାଦ୍ୟକୁ ଖାଇବା ପାଇଁ ସେମାନେ ଚାତକ ଭଳି ଚାହିଁ ରହିଥଆନ୍ତି । ଆଦିବାସୀ ମାନଙ୍କର ପ୍ରୀୟ ଖାଦ୍ୟ ଏହି କଲେଇ ପୋକକୁ ସଂଗ୍ରହ କରିବାର ଏକ ନିଆରା ବ୍ୟବସ୍ଥା ମଧ୍ୟ ସେମାନେ କରି ରଖିଛନ୍ତି ।

Kalei Poka , The Tribal Food Of Kendujhar Dist
                                                                                            Odiapua.com

ଜଙ୍ଗଲରୁ କାଠ, ପତ୍ର, ଟୋଲ, ମହୁଲ, ଶାଳମଞ୍ଜି, କେନ୍ଦୁ, ପଣସ ଆଦି ବିଭିନ୍ନ ପ୍ରକାର ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ନିଜର ଗୁଜୁରାଣ ମେଣ୍ଟାଇ ଥାଆନ୍ତି ଏହି ଆଦିବାସୀମାନେ । କଲେଇ ପୋକ ବା ଝଡି ପୋକ ସେମଧ୍ୟରୁ ଏକ । ଯାହା ସେମାନଙ୍କର ଅତି ପ୍ରିୟ ଖାଦ୍ୟ ଭାବେ ଜଣାଶୁଣା। କେତେବେଳେ କଞ୍ଚା ତ ପୁଣି କେତେବେଳେ କଲେଇ ପୋକର ପରକୁ ଛଡାଇ ତାକୁ ଭାଜି ମୁଢି ସହ ତ , ଆଉ କେତେବେଳେ ଚାଉଳକୁ ବାଟି ତା ସହ ମିଶାଇ ତରକାରୀ କରି ଭାତ ସହ ତାକୁ ଖାଇବକୁ ପ୍ରାୟତଃ ସେମାନେ ପସନ୍ଦ କରିଥାଆନ୍ତି । ବର୍ଷକୁ ଥରେ ମାତ୍ର ଠିକ୍ ଏହି ବର୍ଷା ସମୟରେ ହିଁ ଏହି ଝଡିପୋକ ବା କଲେଇ ପୋକର ସ୍ୱାଦ ଚାଖିବାକୁ ସେମାନେ ପାଇଥାଆନ୍ତି। ଏହି କଲେଇ ପୋକ ସାଧାରଣତଃ ଉଇ ହୁକାଁ ରୁ ବାହାରି ଥାଆନ୍ତି ।

Kalei Poka , The Tribal Food Of Kendujhar Dist

ପ୍ରଚଣ୍ଡ ଖରା ଓ ଗରମ ପରେ ଝଡି ବର୍ଷା ହେଲେ ଉଇ ହୁକାଁରୁ ଏହି କହ୍ଲେଇ ବା ଝଡି ପୋକ ବାହାରି ଉଡି ବୁଲିଥାଆନ୍ତି । କଲେଇ ପୋକମାନେ ଅଧିକ ସଂଖ୍ୟାରେ ହୁଙ୍କାରୁ ବାହାରିବା ପାଇଁ ସେମାନେ ସୁନାରୀ’ ନାମକ ଏକ ଫଳ ର ରସ କୁ ଉଇ ହୁକାଁ ଭିତରେ ପକାଇ ଥାଆନ୍ତି । ଫଲରେ ଉକ୍ତ ରସର ପ୍ରଭାବରେ ପ୍ରବଳ ମାତ୍ରା ରେ ଝଡି ପୋକ ବା କଲେଇ ହୁଙ୍କାରୁ ବାହାରି ଥାନ୍ତି  ଏବଂ ସେହି କଲେଇ ପୋକକୁ ସଂଗ୍ରହ କରିବା ପାଇଁ ଜଗି ରହିଥିବା ଲୋକେ ହୁଙ୍କା ଉପରେ ମଶାରି ଟାଣି କିମ୍ବା ହୁଙ୍କା ମୁହଁ ରେ ପତ୍ରରେ ନିର୍ମିତ ଠୋଲା ରଖି କଲେଇ ପୋକ ବା ଝଡି ପୋକ ସଂଗ୍ରହ କରିଥାଆନ୍ତି । କେହି କେହି କଲେଇ ପୋକକୁ ଧରୁ ଧରୁ ସେଇଠି କଞ୍ଚା ମଧ୍ୟ ଖାଇଯାନ୍ତି । ଅନ୍ୟ ପକ୍ଷରେ ମଧ୍ୟ ଏହି କଲେଇ ପୋକ ଏହି ସମୟରେ ଅନେକ ଆଦବାସୀ ଙ୍କର ଏକ ରୋଜଗାର ର ମାଧ୍ୟମ ପଲଟିଥାଏ। ଜିଲ୍ଲାର ହାଟ ବଜାର ରେ ଏହି କଲେଇ ପୋକର ପସରା ଦେଖିବାକୁ ମିଳିଥାଏ ।