ଛେନା ମୁଡୁକି; ଛେନାରେ ତିଆରି ଏକପ୍ରକାର ମିଠା

ଓଡ଼ିଶାର ପ୍ରସିଦ୍ଧ ମିଠା ମାନଙ୍କ ମଧ୍ୟରୁ ଛେନାମୁଡୁକି ଅନ୍ୟତମ । ନିଆରା ଓ ସ୍ଵାଦିଷ୍ଟ ଛେନା ମୁଡୁକି ପାଇଁ ଓଡ଼ିଶାର ଭଦ୍ରକ ଜିଲ୍ଲାର ରହିଛି ବିଶେଷ ନାଁ । 

247

ଛେନା ମୁଡୁକି ଛେନାରେ ତିଆରି ଏକ ଭାରତୀୟ ମିଠା । ଛେନା, ଚିନି, ଅଳେଇଚ ଓ ଗୋଲାପ ଜଳ ଆଦି ସାମଗ୍ରୀ ମିଶାଇ ଏହାକୁ ତିଆରି କରାଯାଥାଏ । ଏହା ମୁଖ୍ୟତଃ ଓଡ଼ିଶାର ଭଦ୍ରକ ଜିଲ୍ଲାରେ ବେସ ପ୍ରସିଦ୍ଧ । ଏହାକୁ ତିଆରି କରିବା ପାଇଁ ଛେନାରୁ ପାଣି ମାରି ତାକୁ ଚକଟି ସେହି ଚକଟାକୁ ଚିନି ଶିରାରେ ମିଶାଇ ରନ୍ଧାଯାଏ । ଏହି ମିଶ୍ରଣ ପୂରା ବହଳିଆ ହୋଇଆସିଲେ ସେଥିରେ ଅଳେଇଚ ଓ ଗୋଲାପ ଜଳ ମିଶାଇ ଥଣ୍ଡା କରାଯାଏ । ଥଣ୍ଡା ହେଲା ପରେ ଖଣ୍ଡ ଖଣ୍ଡ କରି ପରସାଯାଏ । ଏହାର ସ୍ୱାଦ ସମସ୍ତ  ମିଠା ଜିନିଷ ଠାରୁ ଅଲଗା ହୋଇଥାଏ । ଓଡ଼ିଶାର ପ୍ରସିଦ୍ଧ ମିଠା ମାନଙ୍କ ମଧ୍ୟରୁ ଛେନାମୁଡୁକି ଅନ୍ୟତମ । ନିଆରା ଓ ସ୍ଵାଦିଷ୍ଟ ଛେନା ମୁଡୁକି ପାଇଁ ଓଡ଼ିଶାର ଭଦ୍ରକ ଜିଲ୍ଲାର ରହିଛି ବିଶେଷ ନାଁ ।

chhenamudki-is-a-famous-odia-sweet-of-odisha
@Gopi_KhataTweet

ଆବଶ୍ୟକ ସାମଗ୍ରୀ

୧କେଜି ଖାଣ୍ଟି ଛେନା, ୨କେଜି ଚିନି, ଆବଶ୍ୟକ ଅନୁସାରେ ଅଳେଇଚ ଓ ଗୁଜୁରାତି ଗୁଣ୍ଡ

 

ପ୍ରସ୍ତୁତି ପ୍ରଣାଳୀ

ଖାଣ୍ଟି ଛେନାକୁ ଏକ କପଡ଼ାରେ ଚାପି ଏଥିରୁ ପାଣିକୁ ସମ୍ପୂର୍ଣ୍ଣ ଭାବେ ନିଗାଡି ଦେବା ପରେ ଏହାକୁ ଖଣ୍ଡ ଖଣ୍ଡ କରି କଟା ଯାଇଥାଏ। ଏଥିରେ ସାମାନ୍ୟ ଅଳେଇଚ ଓ ରୁଚି ଅନୁସାରେ ଗୁଜୁରାତି ଗୁଣ୍ଡ ମିଶାଇ ପାରିବେ। ଦୁଇକିଲୋ ଚିନିକୁ ବଡ଼ କଡ଼େଇରେ ସିରା ପ୍ରସ୍ତୁତ କରିବେ। ଚିନି ସିରା ଗରମ ହେବା ପରେ ଏଥିରେ ଖଣ୍ଡ ଖଣ୍ଡ କରି କଟାଯାଇଥିବା ଛେନାକୁ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ରଖି ଫୁଟାଯାଇଥାଏ । ଏହାପରେ ଚୁଲିରୁ କଡ଼େଇକୁ ଓହ୍ଲାଇ ଛେନା ମୁଡୁକିକୁ ଥଣ୍ଡାକରି ଖାଇବାକୁ ଦିଆଯାଏ ।

chhenamudki-is-a-famous-odia-sweet-of-odisha
@PIBBhubaneswar

 

ସାଧାରଣତଃ କେଜିଏ ଖାଣ୍ଟିଛେନାରୁ ୮୦୦ ଗ୍ରାମ୍‌ ଓଜନର ଛେନାମୁଡ଼ୁକି ପ୍ରସ୍ତୁତି ହୋଇଥାଏ। ଏହି ମିଠାରେ ଆଦୌ ତେଲର ବ୍ୟବହାର କରାଯାଉନଥିବାରୁ ଏହା ଶରୀର ପାଇଁ ସୁସ୍ଥକର ଓ ରୁଚିକର । ଛେନା ମୁଡୁକି ପ୍ରସ୍ତୁତି ହେବା ଦିନରୁ ୭/୮ ଦିନ ଯାଏଁ ରଖାଯାଇପାରୁଥିବାରୁ ଏହା ଦୂରଦୂରାନ୍ତ ତଥା ବିଦେଶକୁ ମଧ୍ୟ ନେଇ ହୁଏ ।