ଓଡ଼ିଶାର ବାଇଗା ଜନଜାତି

ଆଧୁନିକତା ପ୍ରଭାବରେ ବି ସେମାନଙ୍କ ସଭ୍ୟତା ସଂସ୍କୃତି ହଜି ଯାଇନି ବରଂ ଓଡ଼ିଶାକୁ ଏକ ନୂଆ ପରିଚୟ ଦେଇଛି । ସେହିପରି ଏକ ସମ୍ପ୍ରଦାୟ ହେଉଛି ବାଇଗ। ।

253

ଓଡିଶା  ଏକ ଆଦିବାସୀ ବହୁଳ ରାଜ୍ୟ । ଏଠାରେ ୬୨ ପ୍ରକାରର ଆଦିବାସୀ ବସବାସ କରନ୍ତି । ପ୍ରତ୍ୟେକ ଆଦିବାସୀ ସମ୍ପ୍ରଦାୟର ନିଜସ୍ୱ ଭାଷା, ସଂସ୍କୃତି ଓ ପରମ୍ପରା ରହିଛି । ଅଳ୍ପ କେତୋଟି ଜିଲ୍ଲାକୁ ଛାଡ଼ିଦେଲେ ପ୍ରାୟ ସମସ୍ତ ଜିଲ୍ଲାରେ ବିଭିନ୍ନ ଆଦିବାସୀ ଜନଜାତି ବସବାସ କରନ୍ତି । ଆଧୁନିକତା ପ୍ରଭାବରେ ବି ସେମାନଙ୍କ ସଭ୍ୟତା ସଂସ୍କୃତି ହଜି ଯାଇନି ବରଂ ଓଡ଼ିଶାକୁ ଏକ ନୂଆ ପରିଚୟ ଦେଇଛି । ସେହିପରି ଏକ ସମ୍ପ୍ରଦାୟ ହେଉଛି ବାଇଗ। ।  ବାଇଗା ସମ୍ପ୍ରଦାୟ ସାଧାରଣତଃ ଓଡିଶାର ସୁନ୍ଦରଗଡ ଏବଂ ବାଲେଶ୍ୱର ଅଞ୍ଚଳରେ  ଦେଖାଯାଆନ୍ତି । ଛତିଶଗଡୀ ଏବଂ ଓଡିଆ ଭାଷାରେ ସେମାନେ ପରସ୍ପର ମଧ୍ୟରେ କଥାବାର୍ତା କରନ୍ତି ।ସାଧାରଣତଃ ବାଇଗା ସମ୍ପ୍ରଦାୟ ଲୋକେ ବୃତ୍ତିରେ  ପୋଡୁ ଚାଷ ଓ ଜଙ୍ଗଲ ଜାତୀୟ କାମ କରନ୍ତି । ସେମାନେ ସ୍ୱତନ୍ତ୍ର ଆଦିବାସୀ ଧର୍ମରେ ବିଶ୍ୱାସ ରଖନ୍ତି ।

Baiga Tribes
@rahulbhatia20

ବାଇଗାର ପ୍ରକୃତ ଅର୍ଥ ହେଉଛି ମାଟିର ପ୍ରଭୁ କିମ୍ବା ମାଟିର ପୁଅ, ଯେଉଁଥିପାଇଁ ଉକ୍ତ ସମ୍ପ୍ରଦାୟର ନାଁ ରହିଛି ବାଇଗା । ଏହି ସମ୍ପ୍ରଦାୟକୁ ଦୁଇଟି ଆଞ୍ଚଳିକ  ଉପ ଗୋଷ୍ଠୀ ଯଥା- ଗରହ ଏବଂ ଗୋଟିରେ ବିଭକ୍ତ କରାଯାଇଛି । ସେମାନେ ପାରସ୍ପାରିକ ସମ୍ପର୍କ ଭିତରେ ବିବାହ କରିବାକୁ ଅଧିକ ପସନ୍ଦ କରନ୍ତି ଏବଂ ବିଧବାମାନଙ୍କୁ ଅନ୍ୟତ୍ର ପୁଣି ବିବାହ କରିବା ପାଇଁ ମଧ୍ୟ ଅନୁମତି ଦିଆ ଯାଇଥାଏ । ଏହି ସମ୍ପ୍ରଦାୟର ଜନଜାତି  ମୃତକଙ୍କ ପାଇଁ ସମାଧି ତୋଳିଥାନ୍ତି ।  ଏହି ଜନଜାତିରେ ସ୍ବାମୀ ସ୍ତ୍ରୀ  ମଧ୍ୟରେ ଯଦି  କାହାର ଛାଡପତ୍ର ହୁଏ ତେବେ ନୂତନ ସ୍ୱାମୀର ଯ୍ୟୈତୁକ ଟଙ୍କା  ପାଇଁ ପୂର୍ବ ସ୍ୱାମୀକୁ କ୍ଷତିପୂରଣ ଦେବାକୁ ପଡିଥାଏ । ଯଦି ଛାଡପତ୍ର ଦେଇଥିବା ଦମ୍ପତିଙ୍କର ସନ୍ତାନ ଥାଏ ତେବେ ପତ୍ନୀଙ୍କର ପ୍ରଥମ ଅଧିକାର ରହିଥାଏ ସନ୍ତାନ ଉପରେ ଏବଂ ତା ପରେ ସ୍ୱାମୀ । ଏହି ବାଇଗା ଜନଜାତିର ଏକ ବିଶେଷତ୍ୱ ହେଉଛି ସେମାନଙ୍କର ମହିଳାମାନେ ଶରୀରର ପ୍ରାୟ ସମସ୍ତ ଅଙ୍ଗରେ ବିଭିନ୍ନ ପ୍ରକାରର ଟାଟୁ ପାଇଁ ପ୍ରସିଦ୍ଧ । ସେମାନଙ୍କ ଟାଟୁ କରିବାର ପ୍ରକୃତ ସମୟ ହେଉଛି ଶୀତ ଋତୁ ଆରମ୍ଭରୁ ଗ୍ରୀଷ୍ମ ପର୍ଯ୍ୟନ୍ତ । ନିଜର ଆବଶ୍ୟକତା ପୂରଣ କରିବା ପାଇଁ ଏମାନେ  ଶିକାର, ମତ୍ସ୍ୟଜୀବୀ ଚାଷ କରିବା ସହିତ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହରେ ମଧ୍ୟ ନିୟୋଜିତ ହୋଇଥାନ୍ତି ।  ବାଇଗାର ଅନ୍ୟ ଏକ ମୁଖ୍ୟ ଖାଦ୍ୟ ହେଉଛି ‘ପେଜ’ ଯାହାକି ଚାଉଳର ପାଣିରୁ ତିଆରି କାରିଥାନ୍ତି ସେମାନେ । ସେମାନେ ଏହି ପେଜକୁ ଖାଦ୍ଯ ଭାବେ ଗ୍ରହଣ କରିବା ସହିତ ଅନେକ ପ୍ରକାରର ଫଳ ଏବଂ ଜଙ୍ଗଲଜାତ ପନିପରିବା ଖାଇଥାନ୍ତି । ଏହା ସହିତ ସେମାନେ ଶିକାର କରନ୍ତି, ମୁଖ୍ୟତ ମାଛ ଏବଂ ଛୋଟ ସ୍ତନ୍ୟପାୟୀ ପ୍ରାଣୀ ଅଧିକ ଶିକାର କରିଥାନ୍ତି ।