ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମାଁ ଭୈରବୀଙ୍କ ମନ୍ଦିର

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ଠାରୁ କିଛି ଦୂରରେ ଥିବା ମନ୍ତ୍ରୀଡି ଗ୍ରାମ ରେ ଆବିର୍ଭୂତ ଦେବୀ ଭୈରବୀଙ୍କ ନାମରେ ପରିଚିତ । ଏହି ସ୍ଥାନଟି ଭୈରବୀ ପୀଠ ନାମରେ ସୁପ୍ରସିଦ୍ଧ । ଏହା ହେଉଛି ଜିଲ୍ଲାର ଏକ ପ୍ରସିଦ୍ଧ ଶକ୍ତିପୀଠ ।

0 208

ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଗଞ୍ଜାମରେ ରହିଛି ପ୍ରକୃତିକୁ ଉପଭୋଗ କରିବାର ସମସ୍ତ ଉପାଦାନ । ଶ୍ୟାମଳ ସବୁଜିମା ସହ ବେଳାଭୂମି ଏବଂ ପର୍ବତର ତୁଙ୍ଗ ଶିଖର ଆଉ ରହିଛି ପ୍ରାଚୀନ ମନ୍ଦିର ଓ ନଦୀ ମୁହାଣ । ଚକ୍ରବର୍ତ୍ତୀ ସମ୍ରାଟ ଅଶୋକଙ୍କ ଠାରୁ ଆରମ୍ଭ କରି ଇଂରେଜଙ୍କ ଶାସନରେ ଶାସିତ ହୋଇ ଗଞ୍ଜାମ ସୃଷ୍ଟି କରିଛି ଅନେକ ଇତିହାସ । ପ୍ରାଚୀନ ଇତିହାସରେ ଗଞ୍ଜାମର ଭୂମିକା ଅନନ୍ୟ । ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ରେଶମ ସହର ବ୍ରହ୍ମପୁର ପୁଣି ଏହାର ଆଉ ଏକ ଆକର୍ଷଣ ।  ଓଡିଶାର ଦକ୍ଷିଣଭାଗରେ ଅବସ୍ଥିତ ଲୋକପ୍ରିୟ ଜିଲ୍ଲା ହେଉଛି ଗଞ୍ଜାମ ।ସେହିପରି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ଠାରୁ କିଛି ଦୂରରେ ଥିବା ମନ୍ତ୍ରୀଡି ଗ୍ରାମ ରେ ଆବିର୍ଭୂତ ଦେବୀ ଭୈରବୀଙ୍କ ନାମରେ ପରିଚିତ । ଏହି ସ୍ଥାନଟି ଭୈରବୀ ପୀଠ ନାମରେ ସୁପ୍ରସିଦ୍ଧ । ଏହା ହେଉଛି ଜିଲ୍ଲାର ଏକ ପ୍ରସିଦ୍ଧ ଶକ୍ତିପୀଠ । ଓଡିଶାର ବିଭିନ୍ନ ପ୍ରାନ୍ତତଃ ଉତ୍ତର ଆନ୍ଧ୍ରପ୍ରଦେଶରୁ ବହୁ ପର୍ଯ୍ୟଟକ ଏହି ସ୍ଥାନକୁ ପରିଭ୍ରମଣରେ ଆସିଥାନ୍ତି ।

 

the-famous-maa-bhairavi-temple-in-ganjam-district
                                                                                   @odishabrand

 

କିଂବଦନ୍ତି ଅନୁସାରେ, ଏକଦା ଜଣେ ଚାଷୀ ହଳ କରୁଥିବା ସମୟରେ ଲଙ୍ଗଳ ମୂନରେ ରକ୍ତ ଲାଗିଥିଲା। ଭୟଭୀତ ଚାଷୀ ହଳ ନ କରି ଘରକୁ ପଳାଇଆସିଥିଲେ । ଖେତରେ ଦେବୀ ସିଦ୍ଧ ଭୈରବୀ ଅବସ୍ଥାନ କରିଥିବା ନେଇ ରାତିରେ ଚାଷୀଙ୍କୁ ଶୂନ୍ୟବାଣୀ ହୋଇଥିଲା । ପର ଦିନ ଚାଷୀ ଜମିରୁ ଦେବୀଙ୍କୁ ଉଦ୍ଧାର କରିଥିଲେ। ମନ୍ଦିର ପରିସରରେ ନାମଯଜ୍ଞ ମନ୍ଦିର, ଆନନ୍ଦମଣ୍ଡପ, ପ୍ରସାଦ ସେବନ ମଣ୍ଡପ, ଲକ୍ଷ୍ମୀ ଭଣ୍ଡାର, ଗନ୍ତାଘର, ରୋଷେଇଶାଳା ଆଦି ରହିଛି। ଦେବୀଙ୍କ ଆକାର ତ୍ରିକୋଣାକାର ।  ସେ ଚତୁର୍ଭୁଜା ଏବଂ ଏକପାଦ ବିଶିଷ୍ଟ ଐଶାନ୍ୟମୁଖା ହୋଇ ଦେବୀ ଅଧିଷ୍ଠିତା । ଶାକ୍ତ ପରଂପରା ଓ ସାତ୍ତ୍ୱିକ ପୂଜା ପଦ୍ଧତିରେ ଦେବୀଙ୍କୁ ଆରାଧନା କରାଯାଏ। ଶାକ୍ତ ପରମ୍ପରା  ଦେବୀ ଉପାସିତ ହେଉଥିବାରୁ, ବୈଷ୍ଣବମାନେ ଦେବୀ ପୂଜାରୁ ବଞ୍ଚିତ ହେଉଥିଲେ । ଏକଦା ଜଣେ ଆଚାର୍ଯ୍ୟଙ୍କୁ ଦେବୀ ସ୍ୱପ୍ନରେ କହିଲେ, ସେ ସିଦ୍ଧ ଭୈରବୀ; କେବଳ ‘ଶାକ୍ତ ନୁହନ୍ତି, ‘ବୈଷ୍ଣବୀ’ ମଧ୍ୟ। ସେହି ଦିନଠାରୁ ଦେବୀ ପରମ ବୈଷ୍ଣବୀ ଭାବେ ପୂଜାପାଉଛନ୍ତି ଏବଂ ଶାକ୍ତ ଓ ବୈଷ୍ଣବ ଦୁହେଁ ଦେବୀଙ୍କ ପୂଜା କରୁଥିବାର ଦେଖିବାକୁ ମିଳେ ।

 

the-famous-maa-bhairavi-temple-in-ganjam-district
                                                                   @sampatro

 

ହିନ୍ଦୁ ଶାସ୍ତ୍ରୀୟ ପଦ୍ଧତି ଅନୁସାରେ ନିର୍ମିତ ମନ୍ଦିର ଭିତରେ ପ୍ରତିଷ୍ଠିତ ଦେବୀ ଭୈରବୀଙ୍କ ମୂର୍ତ୍ତିର ଏକ ବିଶେଷତ୍ୱ ରହିଛି । ସେ ଚତୁର୍ଭୁଜା ଏବଂ ଏକପାଦ ବିଶିଷ୍ଟା । ମୂର୍ତ୍ତିର ବାମପାର୍ଶ୍ୱ ସ୍କନ୍ଧ ନିକଟରେ ଥିବା ଖାଲୁଆ ଅଂଶରୁ ସୁବାସିତ ଗଙ୍ଗାଜଳ ନିର୍ଝରିତ ହୁଏ । ମୂର୍ତ୍ତି ଈଶାନ୍ୟମୁଖା ହୋଇ ଅଧିଷ୍ଠିତା । ତାଙ୍କ ଦୃଷ୍ଟି ମନ୍ଦିରର ବେଢା ସଂଲଗ୍ନ ବ୍ରାହ୍ମଣମାନଙ୍କ ଶ୍ମଶାନ ମଧ୍ୟ ଦେଇ ପ୍ରାୟ ଏକ ମାଇଲ ଦୂର ପାଲୁରୁ ପାହାଡ ଯାଏ ଲମ୍ବିଛି । ଲୋକ ବିଶ୍ୱାସ ରହିଛି ଏହି ପାହାଡ଼ଟି ଦେବୀଙ୍କ ଲୀଳାପୀଠ । ମଧ୍ୟରାତ୍ରରେ ଅତି ଉଲ୍ଲାସ ଚିତ୍ତରେ ସେଠାରେ ବିହରଣ କରନ୍ତି ଭୈରବୀ । ପୁଣି ପାହାଡ଼ର ଉପର ଭାଗରେ ଥିବା ଜଳକୁଣ୍ଡ ଦେବୀଙ୍କର ବିଳାସ ତଡାଗ ଏବଂ ବର୍ଷସାରା ସେଠାରେ ସମ ପରିମାଣର ଜଳ ରହିଥାଏ ।

 

 

the-famous-maa-bhairavi-temple-in-ganjam-district
                                                                                      @ashishsarangi

 

ଏହା ଓଡ଼ିଶାର ଆଉ ଏକ ପ୍ରସିଦ୍ଧ ଦେବୀ ପୀଠ ଯେଉଁଠି ଶାରଦୀୟ ପୂଜାର ମହତ୍ତ୍ଵ କିଛି ଅଲଗା ରହିଛି । ଶାରଦୀୟ ଦୁର୍ଗାପୂଜା ସମୟ ରେ ମହା ସପ୍ତମୀ ଓ ଦଶହରା ଅବସରରେ ଚଣ୍ଡୀପାଠ ,ଷୋଡ଼ଶ ଉପଚାରରେ ନିତିକାନ୍ତି ସହ ବିଶେଷ ପୂଜା କରାଯାଇଥାଏ ମନ୍ଦିରରେ । ଏହି ଦେବୀ ପୀଠ ଜିଲ୍ଲାରେ  ଘରେ ଘରେ ପରିଚିତ । ଏହି ଦେବୀ ପୀଠ ର ଆଉ ଏକ ବିଶେଷତ୍ଵ ରହିଛି ଏଠାରେ ୧୦୮ ଦେବାଦେବୀ ଅଛନ୍ତି । ପୁରାତନ କାଳରୁ ମାଁ ଏଠାରେ ପୂଜା ପାଇ ଆସୁଛନ୍ତି । ଗଞ୍ଜାମର ବଣିକ ମାନେ ମାଁଙ୍କୁ ସୁମରଣା  କରି ସମୁଦ୍ର ଯାତ୍ରା କରୁଥିଲେ । ଏଥିପାଇଁ ସେମାନଙ୍କ ପରିବାର ପକ୍ଷରୁ ଦେବୀଙ୍କ ନିକଟରେ ବିଶେଷ ପୂଜାର୍ଚ୍ଚନାର ଆୟୋଜନ କରାଯାଉଥିଲା ।୧୯୦୭ ରେ ମାଁ ଙ୍କ ନୂତନ ମନ୍ଦିର ନିର୍ମାଣ ସହ ପରବର୍ତ୍ତୀ ସମୟରେ ସୁଦୃଶ୍ୟ ମନ୍ଦିର ନିର୍ମାଣ ହୋଇଛି ଏଠାରେ । ବର୍ତ୍ତମାନ ପ୍ରତି ପଣା ସଂକ୍ରାନ୍ତିରେ ବିଶେଷ ପୂଜାର ଆୟୋଜନ କରାଯାଇଥାଏ ଦେବୀଙ୍କ ପାଖରେ । ଏହି ପୂଜା ଦ୍ୱାରା ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି ।