ଜାଣନ୍ତୁ ଶ୍ରୀଜଗନ୍ନାଥଙ୍କ ବିଶ୍ଵ ପ୍ରସିଦ୍ଧ ମହାପ୍ରସାଦର ମହତ୍ତ୍ୱ

ପୁରୀ ଜଗନ୍ନାଥ ମନ୍ଦିରରେ ଠାକୁରଙ୍କୁ ଭୋଗ ଲଗାଯିବା ପରେ ଆନନ୍ଦ ବଜାରରେ ଏହାକୁ ଭକ୍ତମାନଙ୍କ ନିମନ୍ତେ ବିକ୍ରି କରାଯାଇଥାଏ । ଜଗନ୍ନାଥଙ୍କ ଭୋଗ ଦୁଇ ଭାଗରେ ବିଭକ୍ତ ଶଙ୍ଖୁଡ଼ି ଭୋଗ ଓ ନିଶଙ୍ଖୁଡ଼ି ଭୋଗ (ଶୁଖିଲା ଭୋଗ) ।

447

ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପାଖରେ ବିଭିନ୍ନ ପ୍ରକାର ଅନ୍ନବ୍ୟଞ୍ଜନ ଭୋଗ ହୋଇସାରି ବିମଳାଙ୍କ ନିକଟରେ ସମର୍ପଣ କରାଯିବା ପରେ ତାହାକୁ ମହାପ୍ରସାଦ (ଅବଢ଼ା ନାମରେ ମଧ୍ୟ ଜଣା) କୁହାଯାଏ । ଏହା ଅବଢ଼ା (ଏହା ବଢ଼ା ନହୋଇ ଗୋଟା କୁଡୁଆରେ ଠାକୁରମାନଙ୍କୁ ଅର୍ପଣ କରାଯାଉଥିବାକୁ ଏହାକୁ ଅବଢ଼ା (ବଢ଼ା ହୋଇନଥିବା) କୁହାଯାଇଥାଏ । ଅବଢ଼ା ନିର୍ମାଲ୍ୟ, ମାହାର୍ଦ୍ଦ ଓ କୈବଲ୍ୟ ନାମରେ ମଧ୍ୟ ଜଣା । କୈବଲ୍ୟ ଓ ଅବଢ଼ା ମଧ୍ୟରେ ପାର୍ଥକ୍ୟ ହେଉଛି, କୈବଲ୍ୟକୁ ଦୁଇ ଆଙ୍ଗୁଠିରେ ଅର୍ଥାତ କଣିକାଏ ଖାଇବାକୁ ହୁଏ; କିନ୍ତୁ ଅବଢ଼ା ମନମୁତାବକ ପେଟପୁରା ଖିଆଯାଏ ।

Madhusmita Behera

 

ପୁରୀ ଜଗନ୍ନାଥ ମନ୍ଦିରରେ ଠାକୁରଙ୍କୁ ଭୋଗ ଲଗାଯିବା ପରେ ଆନନ୍ଦ ବଜାରରେ ଏହାକୁ ଭକ୍ତମାନଙ୍କ ନିମନ୍ତେ ବିକ୍ରି କରାଯାଇଥାଏ । ଜଗନ୍ନାଥଙ୍କ ଭୋଗ ଦୁଇ ଭାଗରେ ବିଭକ୍ତ ଶଙ୍ଖୁଡ଼ି ଭୋଗ ଓ ନିଶଙ୍ଖୁଡ଼ି ଭୋଗ (ଶୁଖିଲା ଭୋଗ) । ଶଙ୍ଖୁଡ଼ି ଭୋଗ ମନ୍ଦିର ମଧ୍ୟରେ ପ୍ରସ୍ତୁତ କରାଯାଉଥିବା ବେଳେ ନିଶଙ୍ଖୁଡ଼ି ଭୋଗ ମନ୍ଦିର ବାହାରେ ପ୍ରସ୍ତୁତ ହୋଇଥାଏ । ଶୁଖିଲା ଭୋଗ ବା ଶୀତଳ ଭୋଗ ବଡ଼ ଦେଉଳରେ, ରଥ ଉପରେ ଓ ଶ୍ରୀଗୁଣ୍ଡିଚା ମନ୍ଦିରରେ ହୁଏ । ହେଲେ ଶଙ୍ଖୁଡିଭୋଗ କେବଳ ରଥ ଉପରକୁ ଛାଡି ବଡ଼ ଦେଉଳ ଓ ଶ୍ରୀଗୁଣ୍ଡିଚା ମନ୍ଦିରରେ ହଉଛି । ପୂର୍ବରୁ ରଥ ଉପରେ ମଧ୍ୟ ଶଙ୍ଖୁଡିଭୋଗ ହେଉଥିଲା ।

ମହାପ୍ରସାଦ ଦୁଇ ପ୍ରକାରର ହୋଇଥାଏ l ଗୋଟିଏ ହେଉଛି ସାଙ୍କୁଡି ମହାପ୍ରସାଦ ଏବଂ ଅନ୍ୟଟି ହେଉଛି ସୁଖିଲା ମହାପ୍ରସାଦ l ସମସ୍ତ ଭୋଗ କୁ ବଡସୁଆର ସେବାୟତ ମାନେ ପ୍ରସ୍ତୁତ କରିଥାନ୍ତି l ସାଙ୍କୁଡି ମହାପ୍ରସାଦରେ ଚାଉଳ, ଘି ଚାଉଳ, ମିଶ୍ରିତ ଚାଉଳ, ଜିରା ମଞ୍ଜି ଏବଂ ଲୁଣରେ ମିଶ୍ରିତ ଆସଫୋଏଟିଡା-ଅଦା ଚାଉଳ, ଏବଂ ମିଠା ଡାଲି, ପନିପରିବା ସହିତ ସାଧା ଡାଲି, ବିଭିନ୍ନ ପ୍ରକାରର ମିଶ୍ରିତ ତରକାରୀ, ସାଗା ଭଜା, ଖଟା ଇତ୍ୟାଦିକୁ ନେଇ ଅନ୍ତର୍ଭୁକ୍ତ l ଏହି ସବୁ ପ୍ରଭୁଙ୍କୁ ରୀତିନୀତି ଅନୁଯାୟୀ ଉତ୍ସର୍ଗ କରାଯାଏ।

PC:@Rajeev

ଶ୍ରୀଜଗନ୍ନାଥଙ୍କ ନିକଟରେ ଭୋଗ ଲାଗୁଥିବା ଭୋଗଗୁଡିକ ମଧ୍ୟରୁ ‘ଛପନ ଭୋଗ’ ଭାବେ ପ୍ରସିଦ୍ଧ ଭୋଗ ଗୁଡିକ ହେଲା:

🔵 ଅଟକାଳି
🔵 ଅମାଲୁ
🔵 ଅଦା ପାଚେଡ଼ି
🔵 ଆରିସା
🔵 ଏଣ୍ଡୁରି
🔵 କଦମ୍ବ
🔵 କାକରା
🔵 କାନ୍ତି
🔵 କୋରା
🔵 ଖଇର ଚୂଳ
🔵 ଖଜା
🔵 ଖିରି

🔵 ଖୁଆ ମଣ୍ଡା
🔵 ଖୁରିସା
🔵 ଖୁରୁମା
🔵 ଖେଚୁଡ଼ି
🔵 ଗଇଁଠା
🔵 ଗଜା
🔵 ଗୋଟାଳି
🔵 ଚକଟା
🔵 ଚକୁଳି
🔵 ଚିତଉ
🔵 ଛୁଞ୍ଚିପତ୍ର
🔵 ଛେନା ତାଡ଼ିଆ
🔵 ଛେନା ମାଣ୍ଡୁଆ
🔵 ଜଗନ୍ନାଥ ବଲ୍ଲଭ
🔵 ଜେନାମଣି
🔵 ଝିଲି
🔵 ଡାକୁଆ
🔵 ଡାଳିମ୍ବ
🔵 ତ୍ରିପୁରି
🔵 ଧଉଳା
🔵 ନାଡ଼ି
🔵 ପଖାଳ
🔵 ପଣା
🔵 ପଣା ସୁଆ
🔵 ପାଳୁଅ ଖିରି
🔵 ପିଠା (କାନ୍ତି, ପୋଡ଼, ମହୁବୀର, ସାତପୁରି, ସୁଆର)
🔵 ପୁରି
🔵 ଫେଣି
🔵 ସରପାପୁଡି
🔵 ସରପୁଳି
🔵 ସରସ୍ୱତୀଆ
🔵 ବଡ଼ା
🔵 ବଳୀ ବାମନ
🔵 ଭଜା
🔵 ମନୋହରା
🔵 ମହାଦେଇ
🔵 ମୋହନ ଭୋଗ
🔵 ରସାବଳି
🔵 ରାଧାବଲ୍ଲଭ
🔵 ଲଡ଼ୁ
🔵 ଲହୁଣିଆ
🔵 ଲକ୍ଷ୍ମୀବିଳାସ
🔵 ହଂସକେଳି
🔵 ହଂସ ବଲ୍ଲଭ

ସାଙ୍କୁଡି ଏବଂ ଶୁଖିଲା ମହାପ୍ରସାଦ ବ୍ୟତୀତ ଅନ୍ୟ ଏକ ପ୍ରକାର ଶୁଖିଲା ମହାପ୍ରସାଦ ହେଉଛି ନିର୍ମlଲ୍ୟ l ଏହା କୈବଲ୍ୟ ନାମରେ ମଧ୍ୟ ଜଣାଶୁଣା l ଆଧ୍ୟାତ୍ମିକ ସ୍ୱୀକୃତିରେ ନିର୍ମlଲ୍ୟ ମହାପ୍ରସାଦ ସଙ୍ଗେ ସମାନ l ହିନ୍ଦୁମାନଙ୍କ ମଧ୍ୟରେ ଏକ ବିଶ୍ୱାସ ରହିଛି ଯେ ଯଦି ନିର୍ମlଲ୍ୟକୁ ତାଙ୍କ ମୃତ୍ୟୁ ଶଯ୍ୟାରେ ଦିଆଯାଏ, ତେବେ ତାଙ୍କର ସମସ୍ତ ପାପର ପ୍ରାୟଶ୍ଚିତ ହୋଇ ମୃତ୍ୟୁ ପରେ ସେ ସ୍ୱର୍ଗରେ ସ୍ଥାନ ପାଇଥାନ୍ତି l ସାରା ଭାରତ ବର୍ଷରେ ଯେଉଁଠି ମନ୍ଦିର ଅଛି ସେଠି ସବୁ ପ୍ରସାଦ, ହେଲେ ମହାପ୍ରଭୁଙ୍କର ଏହି ଭୋଗକୁ ମହାପ୍ରସାଦ ବୋଲି କୁହାଯାଇଥlଏ କାରଣ ଦେବତା ମାନେ ମଧ୍ୟ କୁହନ୍ତି ମହାପ୍ରଭୁ ଏଠାରେ ସ୍ୱୟଂ ଭୋଜନ କରିଥାନ୍ତି l ଆଉ ଏହି ମହାପ୍ରସାଦ ପାଇବାକୁ ଭକ୍ତଙ୍କୁ ଆନନ୍ଦବାଜରକୁ ଯିବାକୁ ପଡିଥାଏ l