ଶ୍ରୀମହାପ୍ରଭୁଙ୍କ ରଥ ଉପରେ ଅଧରପଣା ନୀତି ପରମ୍ପରା

ବାହୁଡା ଯାତ୍ରା ପରେ ସିଂହଦ୍ୱାରଠାରେ ତିନି ରଥ ଉପରେ ସୁନାବେଶ ଓ ତା’ ପରଦିନ ଠାକୁରମାନଙ୍କ ଉଦ୍ଦେଶ୍ୟରେ ଅଧର ପଣା ଭୋଗ ହେବାର ନୀତି ପରମ୍ପରା ରହିଛି ।

257

ମହାପ୍ରଭୁଙ୍କ ବାହୁଡା ଯାତ୍ରା ପରେ ସିଂହଦ୍ୱାରରେ ତିନି ରଥ ଉପରେ ସୁନାବେଶ ଏବଂ ଓ ତା’ ପରଦିନ ରଥ ଉପରେ ଅଧର ପଣା ଭୋଗ ହେବାର ନୀତି ପରମ୍ପରା ରହିଛି । ରଥାରୂଢ଼ ଥିବା ଠାକୁରମାନଙ୍କ ଅଧର ଉଚ୍ଚ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟି ହାଣ୍ଡିରେ ହେଉଥିବା ପଣା ଭୋଗକୁ ଅଧର ପଣା କୁହାଯାଏ । ସ୍ୱତ୍ତ୍ୱଲିପି ଅନୁଯାୟୀ ବାହୁଡା ଦଶମୀ ଦିନ ରଥ ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ଏହି ନୀତି ଶେଷ ହେବ ର ବିଧି ରହିଛି । କିନ୍ତୁ ସମୟ ଅଭାବରୁ ଏହା ଏକାଦଶୀ ଦିନ ଅନୁଷ୍ଠିତ ହୋଇଥାଏ ।

Adharapana Rituals of Mahaprabhu Shri Jagannath

ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଏହି ନୀତି ଅନୁଷ୍ଠିତ ହୋଇଥାଏ। ପ୍ରତି ରଥରେ ଶ୍ରୀଜୀଉମାନଙ୍କ ଅଧର ଉଚ୍ଚର ହାଣ୍ଡିରେ ପଣା ପ୍ରସ୍ତୁତ ହୁଏ। ପ୍ରତି ରଥରେ ୩ଟି ଲେଖାଏଁ ମାଟି ହାଣ୍ଡିରେ ଅଧର ପଣା ଭୋଗ କରାଯାଇଥାଏ।ଏହି ୯ ହାଣ୍ଡି ପଣାକୁ ପୂଜାପଣ୍ଡା ସେବକମାନେ ପଞ୍ଚୋ ପଚାର ପଦ୍ଧତିରେ ଶ୍ରୀବିଗ୍ରହମାନଙ୍କୁ ଅର୍ପଣ କରିଥାନ୍ତି। ଭୋଗ ହେବା ପରେ ପଣା ଥିବା ହାଣ୍ଡିଗୁଡ଼ିକୁ ରଥ ଉପରେ ଭାଙ୍ଗି ଦିଆଯାଏ।

Adharapana Rituals of Mahaprabhu Shri Jagannath

ରଥଗୁଡ଼ିକରେ ଥିବା ପାର୍ଶ୍ଵ ଦେବଦେବୀ, ଚଣ୍ଡିଚାମୁଣ୍ଡା ତଥା ଅଶରୀରୀମାନଙ୍କ ଉଦ୍ଧାର ନିମନ୍ତେ ପଣା ହାଣ୍ଡି ସବୁକୁ ଭୋଗ ହେବା ପରେ ଭାଙ୍ଗି ଦିଆଯିବାର ବିଧି ରହିଛି। ପଣା ହାଣ୍ଡି ଭାଙ୍ଗିଲେ ପଣା ସବୁ ରଥ ତଳକୁ ବୋହିଯାଏ।ତାହାକୁ ଅନ୍ୟ ଦେବାଦେବୀ, ଭୂତପ୍ରେତ, କିନ୍ନର ଓ ରାକ୍ଷସମାନେ ପାଇଥାନ୍ତି ବୋଲି କୁହାଯାଏ। ଅଧରପଣା ପାଇଁ ସିଂହଦ୍ୱାର ସମ୍ମୁଖ ଛାଉଣୀ ମଠ କୂଅରୁ ସେବାୟତମାନେ ପାଣି ଆଣିଥାନ୍ତି। ଏହି ପାଣିରେ ପଣା ପ୍ରସ୍ତୁତ ହୋଇଥାଏ। ପଣା ପ୍ରସ୍ତୁତିରେ ସର, କଦଳୀ, ଛେନା, ଗୋଲ ମରିଚ, ଗୁଣ୍ଡ କର୍ପୁର, ଜାଇଫଳ ଆଦି ସାମଗ୍ରୀ ହୋଇଥାଏ।

Adharapana Rituals of Mahaprabhu Shri Jagannath
@SJTA_Puri

ରଥରେ ଥିବା ପାର୍ଶ୍ୱ ଦେବାଦେବୀ ଓ ଚଣ୍ଡି ଚାମଣ୍ଡାଙ୍କୁ ତୃପ୍ତ କରିବା ପାଇଁ ରଥ ଉପରେ ଅଧରପଣା ନୀତି କରିବାର ପରମ୍ପରା ରହିଛି । ଏହି  ନୀତି ସରିବା ପରଦିନ ବଡ଼ଦାଣ୍ଡରୁ ଲୀଳାଖେଳା ସାରି ଭାଇ ଭଉଣୀଙ୍କ ସହ ନୀଳକନ୍ଦରକୁ ବାହୁଡ଼ି ଯାଆନ୍ତି ନୀଳମଣି ।