କୋରାପୁଟର ପଣସ ଚିପ୍ସ

କୋରାପୁଟ ଜିଲ୍ଲାର ପଣସ ଚିପ୍ସ ଜିଲ୍ଲାକୁ ଦେଇଛି ନୂଆ ପରିଚୟ । ଏବେ ପଣସ ଚିପ୍ସ କରି ମହିଳା ହୋଇଛନ୍ତି ଲାଭବାନ ।

257

ଗୋଟେ ପରେ ଗୋଟେ ସଫଳତାର ପାହାଚ ଚଢୁଛି କୋରାପୁଟ । ପୂର୍ବରୁ କୋରାପୁଟ କଫି ବିଶ୍ବ ଦରବାରରେ ସ୍ବତନ୍ତ୍ର ପରିଚୟ ହାସଲ କରିଛି । ଆଉ ଏବେ ରାଜ୍ୟରେ ପ୍ରଥମ ଥର ପଣସରୁ ଚିପ୍ସ ତିଆରି କରି କୋରାପୁଟ ମହିଳା ଖ୍ୟାତି ଅର୍ଜନ କରିପାରିଛନ୍ତି । ଏବେ ମହିଳାଙ୍କୁ ଟଙ୍କା ଦେଉଛି ପଣସ ଚିପ୍ସ । ମହିଳାଙ୍କୁ ଏହି ପଣସ ଚିପ୍ସ ବେଶ ଲାଭବାନ୍ କରିଛି । କୋରାପୁଟ ଜିଲ୍ଲାରେ ଅଧିକ ମାତ୍ରାରେ ପଣସ ଆଦାୟ ହୁଏ ମାତ୍ର ଉଚିତ ବଜ଼ାରର ଅଭାବ ଯୋଗୁଁ ପଡୋଶୀ ରାଜ୍ୟର ବ୍ୟବସାୟୀ ଶସ୍ତାରେ ଏହାକୁ କିଣି ନେଉଥିବା ବେଳେ ବାକି ପଣସ ଜିଲ୍ଲାରେ ଚାଷୀଙ୍କ ଘରେ ପଚି ସଢ଼ି ନଷ୍ଟ ହେଉଯାଉଥିବା ଦେଖିବାକୁ ମିଳେ । ଏହାର ପ୍ରକ୍ରିୟା କାରଣ କରି ଏଥିରୁ ଚିପ୍ସ କରାଯାଉଥିଲେ ସୁଦ୍ଧା କରୋନା କାଳରେ ଏହା ମାନ୍ଦା ପଡିଥିଲା  । ଅନ୍ୟପଟେ ଚାହିଦା ରହିଥିଲେ ବି ଆବଶ୍ୟକ ଅନୁସାରେ ଏହାର ଉତ୍ପାଦନ ହୋଇ ପାରୁନଥିଲା  । କରୋନା କାଳରେ ଏହି ପଣସ ଚିପ୍ସ ମହିଳାଙ୍କୁ ଦେଖାଇଥିଲା ରୋଜଗାରର ବାଟ  । ବଣ ପାହାଡ ଘେରା ଆଦିବାସୀ ଅଞ୍ଚଳରେ ପ୍ରଚୁର ପରିମାଣରେ ପଣସ ଫଳେ ।

Koraput Famous jackfruit cheaps
@TusharKantaMo18

ଆଳୁ, ସାରୁ, କଦଳୀ ଓ କଲରା ଏହିପରି ଅନେକ ଚିପ୍ସ ବଜାରରେ ଦେଖିବାକୁ କିନ୍ତୁ ଏବେ କୋରାପୁଟ ଜିଲ୍ଲାର ପଣସ ଚିପ୍ସ ଜିଲ୍ଲାକୁ ଦେଇଛି ନୂଆ ପରିଚୟ । ସାଧାରଣତଃ ପଣସକୁ କଞ୍ଚାବେଳେ କଠା କଷା ଓ ପିଠଉ କରି ଖାଇଥାନ୍ତି । କିନ୍ତୁ ଏବେ ପଣସ ଚିପ୍ସ କରି ମହିଳା ହୋଇଛନ୍ତି ଲାଭବାନ । ପୁଣି ବିନା କେମିକାଲରେ ପ୍ରସ୍ତୁତ ହେଉଛି ଏହି ସ୍ବାଦିଷ୍ଟ ଚିପ୍ସ । ବଜାରରେ ଏହାର ଚାହିଦା ଅଧିକ ରହିଥିବା ବେଳେ କିନ୍ତୁ ଚିପ୍ସର  ମୂଲ୍ୟ କମ ରହିଛି ।  ଯାହା ସ୍ଥାନୀୟ ବଜାର ସମେତ ରାଜ୍ୟ ଓ ରାଜ୍ୟ ବାହାରକୁ ଯାଉଥିବାରୁ ସ୍ଥାନୀୟ ଲୋକଙ୍କୁ ମିଳିଛି ରୋଜଗାର ।

Koraput Famous jackfruit cheaps
@josephseby78

ଗଛରେ ଟାଣ ଅବସ୍ଥାରେ ତାକୁ କାଟି ଆଣି ପଣାସଦ କଷା ବାହାର କରାଯାଇଥାଏ । ପରେ ତାକୁ ଛୋଟ ଛୋଟ କାଟି ଚିପ୍ସ ତିଆରି କରାଯାଏ । ବିନା କେମିକାଲ ରେ ତିଆରି ହେଉଛି ଏହି ଚିପ୍ସ । ବଜାରରେ ଏହାର ମୂଲ୍ୟ କିଲୋ ପିଛା ୫୦୦ ଟଙ୍କା । ଗୋଟିଏ ପଣସରୁ ପାଖାପାଖି ୨ ରୁ ୩ କିଲୋ ପଣସ ଚିପ୍ସ ତିଆରି କରାଯାଉଛି । ବାହାର ଦେଶକୁ ଏହି ପଣସ ଚିପ୍ସ ପହଞ୍ଚାଇବା ପାଇଁ ଉଦ୍ୟମ ଆରମ୍ଭ କରିଛି ନାଲକୋ ଫାଉଣ୍ଡେସନ୍ । ଆଉ ଏଥିପାଇଁ ହାତ ବଢ଼ାଇଛି ଓରମାସ ।