ରାଜ୍ୟ ପର୍ଯ୍ୟଟନ ଇତିହାସରେ ଏକ ପରିଚିତ ନାମ ‘ବିକ୍ରମଖୋଲ ଗୁମ୍ଫା’

ରାଜ୍ୟ ପର୍ଯ୍ୟଟନ ଇତିହାସରେ ଏକ ପରିଚିତ ନାଁ ହେଉଛି  ‘ବିକ୍ରମଖୋଲ ଗୁମ୍ଫା’ । ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ସହରଠାରୁ ପ୍ରାୟତଃ ୧୨ କିଲୋମିଟର ଦୂରରେ ଏହା  ଅବସ୍ଥିତ ।

904

ଓଡିଶାର  ପଶ୍ଚିମ ପ୍ରାନ୍ତରେ ଅବସ୍ଥିତ ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ନୂଆପଡା, ଦେବଗଡ ଏବଂ କଳାହାଣ୍ଡି ଆଦି ଜିଲ୍ଲା ବଣ ଜଙ୍ଗଲରେ ବେଷ୍ଟିତ ପର୍ବତ ବକ୍ଷରେ ଥିବା ଗୁମ୍ଫାଗୁଡିକରେ ପ୍ରାଚୀନ ସଭ୍ୟତାର ନିଦର୍ଶନ ଦେଖିବାକୁ ମିଳେ । ଖ୍ରୀଷ୍ଟପୂର୍ବ ପାଞ୍ଚ ହଜାର ବର୍ଷ ତଳର ଲିପି ଓ ଚିତ୍ର ଝାରସୁଗୁଡା ଜିଲ୍ଲାରେ ଅବସ୍ଥିତ ବିକ୍ରମଖୋଲ ଗୁମ୍ଫାରେ ଖୋଦିତ ହୋଇଥିବା ଅନୁଧ୍ୟାନରୁ ଜଣାଯାଇଛି ଯାହା ଦେଶ ତଥା ବିଦେଶର ଐତିହାସିକ, ଗବେଷକ ଓ ଭାଷାବିତ୍ ମାନଙ୍କ ପାଇଁ  ମୁଖ୍ୟ ଆକର୍ଷଣ କେନ୍ଦ୍ର ବିନ୍ଦୁ ପାଲଟିଯାଇଛି ।

Bikramkhol Cave,is a tourist destination situated in the Jharsuguda Dist
@odisha_tourism

ରାଜ୍ୟ ପର୍ଯ୍ୟଟନ ଇତିହାସରେ ଏକ ପରିଚିତ ନାଁ ହେଉଛି  ‘ବିକ୍ରମଖୋଲ ଗୁମ୍ଫା’ । ଏଠାରୁ ଆବିଷ୍କୃତ ଶିଳାଲିପି ଐତିହାସିକ, ଗବେଷକଙ୍କୁ ଆକର୍ଷିତ କରୁଛି । ସେହିପରି ବିକ୍ରମ ପାହାଡ଼ ଓ ଗୁମ୍ଫାର ପ୍ରାକୃତିକ ମନୋରମ ଦୃଶ୍ୟ ପର୍ଯ୍ୟଟନ କେନ୍ଦ୍ରର ବିଶେଷତ୍ୱକୁ ବୃଦ୍ଧି କରିବାରେ ଲାଗିଛି । ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ସହରଠାରୁ ପ୍ରାୟତଃ ୧୨ କିଲୋମିଟର ଦୂରରେ ଏହା  ଅବସ୍ଥିତ । ପାହାଡ଼ର ଏକ ଗୁମ୍ଫାରେ ଖୋଦିତ ପ୍ରାଚୀନ ଶିଳାଲିପି ସର୍ବପ୍ରଥମେ ୧୯୨୪ ମସିହାରେ ଆବିଷ୍କୃତ ହୋଇଥିଲା ।

Bikramkhol Cave,is a tourist destination situated in the Jharsuguda Dist
@VikramLimsay

ବିକ୍ରମଖୋଲ ଗୁମ୍ଫାର ଦୈର୍ଘ୍ୟ ଓ  ଉଚ୍ଚତା ଯଥାକ୍ରମେ ୩୭ ମିଟର ଓ ୮ ମିଟର । ଗୁମ୍ଫାର ଶୀର୍ଷ ଦେଶର ବିଶାଳ ପ୍ରସ୍ତର ଖଣ୍ଡ ପୂର୍ବ ଦିଗକୁ ଛାତ ସଦୃଶ ଲମ୍ବି ଯାଇଛି । ପ୍ରାକୃତିକ ସୁରକ୍ଷା ବିଶିଷ୍ଟ ଏହି ଗୁମ୍ଫାର ଚଟାଣ ପ୍ରାୟ ୬ ମିଟର ପ୍ରସ୍ଥ ଅଟେ । ଏହି ଗୁମ୍ଫା ୧୦/୨୦ ଜଣ ବ୍ୟକ୍ତିଙ୍କୁ ଆଶ୍ରୟ ଦେଇ ପାରେ । ବିକ୍ରମଖୋଲ ଗୁମ୍ଫା ପ୍ରାଚୀନ ଦେହରେ ପ୍ରାୟ ୧୦ ମିଟର ଆୟତନ ମଧ୍ୟରେ ଦୁଇଟି ଧାଡିରେ କେତେକ ଲିପି ସମେତ ଏକ ବନ୍ୟ ପଶୁର ଚିତ୍ର ଖୋଦିତ ହୋଇଥିବା ଦେଖିବାକୁ ମିଳେ । ବିକ୍ରମଖୋଲ ଗୁମ୍ଫାରୁ ପ୍ରାୟ ୧୦ କିଲୋମିଟର ବ୍ୟବଧାନରେ ସୁନ୍ଦରଗଡ଼ ଜିଲ୍ଲାର ହିମଗିରି ଅଞ୍ଚଳରେ ଥିବା ପାହାଡ ବକ୍ଷରେ ଯଥାକ୍ରମେ – ମାଣିକମୁଣ୍ଡା, ଲେଖାମୁଣ୍ଡା , ଚିରିରାଖୋଲ , ସର୍ଗିଖୋଲ, କେନ୍ଦୁଖୋଲ, ଶୁଖାମାକର, ଫୁଲଡୁଙ୍ଗୁରି ଆଦି ଗୁମ୍ଫାରେ ପ୍ରାୟ ପାଞ୍ଚ ହଜାର ବର୍ଷର ଚିତ୍ର ଅଙ୍କିତ ହୋଇଥିବା ଅନୁଧ୍ୟାନ କରାଯାଇଛି ।

Bikramkhol Cave,is a tourist destination situated in the Jharsuguda Dist
@PRATYUSH_777

ବିକ୍ରମଖୋଲ ଗୁମ୍ଫାଲିପି ରେ ମୁଖ୍ୟ ତିନୋଟି ଧାଡିରେ ୪୨ ଟି ଲିପି ଲେଖା ହୋଇଛି । ଏଥିରେ ମୋଟ ୨୩ ଟି ଲିପି କୁ ସ୍ୱଷ୍ଟ ଭାବରେ ପଢି ହେଉଛି ଯାହାକି  ସିନ୍ଧୁ ଓ ବ୍ରାହ୍ମୀ ଲିପି ସହ ମିଶୁଛି । କେତେକ ଲିପି ଏକାଧିକ ବାର ଲେଖାଯାଇଛି ଓ ଆବଶ୍ୟକ ସ୍ଥଳରେ “ଅନୁସ୍ଵାର” ପ୍ରୟୋଗ ମଧ୍ୟ ଦେଖିବାକୁ ମିଳୁଛି । ଲେଖା ସ୍ଥାନରେ କୌଣସି ଜୀବର ଚିତ୍ର ନ ଥିବାରୁ ସ୍ୱଷ୍ଟ ପ୍ରତୀୟମାନ ହେଉଛି ଯେ ଏହି ସମୟ ବେଳକୁ  ଲିପିର କ୍ରମିକ ଲିଖନ ପଦ୍ଧତି ଆବିଷ୍କୃତ ହୋଇସାରି ଥିଲା । ସମସ୍ତ ଅଙ୍କିତ ଛବି କୁ ଲେଖନୀର ସାଙ୍କେତିକ ଚିହ୍ନ ଭାବରେ ବ୍ୟବହାର କରାଯାଇଛି ।  କେତେକ ଲିପି କୁ ଯୋଡି ଲେଖାଯାଇଛି ଯାହା “ସଂଯୁକ୍ତବର୍ଣ୍ଣ”ର ବ୍ୟବହାର କୁ ଦର୍ଶାଉଛି । ଲିପିର ଉପର ଓ ନିମ୍ନ ଭାଗରେ କେତେକ ସାଙ୍କେତିକ ଚିହ୍ନ ଥିବାରୁ  ‘ଫଳା’ କିମ୍ବା ‘ମାତ୍ରା’ ଚିହ୍ନର ପ୍ରୟୋଗ ହୋଇଥିବ ଜଣାଯାଏ । ସରକାରଙ୍କ ଦ୍ବାରା ୧୯୫୮ମସିହାରେ ବିକ୍ରମଖୋଲ ଗୁମ୍ଫାକୁ ପର୍ଯ୍ୟଟନ କେନ୍ଦ୍ର ରୂପେ ମାନ୍ୟତା ଦିଆଯାଇଛି । ପ୍ରାକ୍-ବ୍ରାହ୍ମୀଲିପି ଖୋଦିତ ଏହି ଐତିହାସିକ ଗୁମ୍ଫା ଭ୍ରମଣରେ ଅନେକ ପର୍ଯ୍ୟଟକ ଆସିଥାନ୍ତି ବର୍ଷସାରା ।