ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ” ଖଣ୍ଡାଧାର ଜଳପ୍ରପାତ “

ଅନେକ ପର୍ଯ୍ୟଟନ ସ୍ଥଳୀ ରହିଥିବା ବେଳେ ଖଣ୍ଡାଧାର ଜଳପ୍ରପାତ ଏଥିମଧ୍ୟରୁ ଅନ୍ୟତମ । ଏଠିକାର ମନୋରମ ପରିବେଶକୁ ଉପଭୋଗ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକମାନେ ଛୁଟି ଆସନ୍ତି।

285

ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ହେଉଛି  ଓଡ଼ିଶା ରାଜ୍ୟ । ଆଉ ଏହି ଓଡିଶାରେ ଅନେକ ଜିଲ୍ଲା ରହିଛି, ଯାହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିଲେ ବିଶ୍ବାସ ହୁଏ ନାହିଁ ସହଜରେ । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ସାମିଲ ରହିଛି କେନ୍ଦୁଝର ଜିଲ୍ଲା । ପାହାଡ ଜଙ୍ଗଲ ଘେରା ଓ ପ୍ରାକୃତିକ ସବୁଜିମାର ଅଞ୍ଚଳ ହେଉଛି କେନ୍ଦୁଝର । ଏହି ଜିଲ୍ଲାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଥିବା ବେଳେ ଖଣ୍ଡାଧାର ଜଳପ୍ରପାତ ଏଥିମଧ୍ୟରୁ ଅନ୍ୟତମ । ଏଠିକାର ମନୋରମ ପରିବେଶକୁ ଉପଭୋଗ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକମାନେ ଛୁଟି ଆସନ୍ତି। ତେବେ ଖଣ୍ଡାଧାର ଜଳପ୍ରପାତଟି ଉଭୟ ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲା ମଝିରେ ଅଧା ଅଧା ହୋଇ ରହିଛି । କେନ୍ଦୁଝର ପଟେ ଥିବା ଖଣ୍ଡାଧାର ଜଳପ୍ରପାତର ଅପରପାର୍ଶ୍ୱରେ ତଥା ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡର ନନ୍ଦାପାଣି ଅଞ୍ଚଳରେ ଆଉ ଏକ ଜଳପ୍ରପାତ ରହିଛି। ଯାହାର ନାମ ମଧ୍ୟ ଖଣ୍ଡାଧାର। ରାଉକେଲାଠାରୁ ଏହା ୧୦୪ କିମି ଏବଂ କେନ୍ଦୁଝରଠାରୁ ପ୍ରାୟତଃ ୧୦୦ କିମି ଦୂରରେ ରହିଛି ଏହି ଜଳପ୍ରପାତ ।

khandadhar-waterfall-of-kendujhar-district-odisha
                                                                          @sagar_orissa

ଖଣ୍ଡାଧାର ଜଳପ୍ରପାତର ସୌନ୍ଦର୍ଯ୍ୟ  ଅତି ମନଲୋଭା ପର୍ଯ୍ୟଟନ ସ୍ଥଳୀ ଭାବେ କେନ୍ଦୁଝର ଜିଲ୍ଲା ସହ ଓଡ଼ିଶାରେ ମଧ୍ୟ ଖ୍ୟାତି ଲାଭ କରିଛି। ଏହି ପର୍ଯ୍ୟଟନ ସ୍ଥଳୀରେ ଥିବା ଝରଣା ସହ ପ୍ରାକୃତିକ ପରିବେଶ ପ୍ରତି ସବୁ ବର୍ଗର ପର୍ଯ୍ୟଟକ ଆକୃଷ୍ଟ ହୋଇଥାନ୍ତି । ଶୀତଋତୁ ଆସିଲେ ଏହି ସ୍ଥାନରେ ପର୍ଯ୍ୟଟକଙ୍କ ଭିଡ଼ ଲାଗେ ।

khandadhar-waterfall-of-kendujhar-district-odisha
@SubhasiniJena

ଏହା ସହ ଝରଣାରେ ଗାଧେଇବାର ମଜା ନିଅନ୍ତି ପର୍ଯ୍ୟଟକମାନେ। ବାଂସପାଳ ବ୍ଲକ କାଦକଳା ଅଞ୍ଚଳରେ ରହିଥିବା ଏହି ଜଳପ୍ରପାତଟି ବେଶ୍‌ ଆକର୍ଷଣୀୟ । ମୁଖ୍ୟତଃ ୫୦୦ ଫୁଟ୍‌ ଉଚ୍ଚ ପାହାଡ଼ ଶୀର୍ଷରୁ ଜଳ ଧାର ଭଳି ତଳକୁ ଖସୁଥିବାରୁ ଏହାର ନାମ ଖଣ୍ଡାଧାର ରଖାଯାଇଛି । ଏହା ନିକଟରେ ଏକ ଶିବ ମନ୍ଦିର ମଧ୍ୟ ରହିଛି । ବଣଭୋଜି ପାଇଁ ଏଠାରେ ଛୋଟବଡ଼ ଅନେକ ପିଣ୍ଡି ମଧ୍ୟ ରହିଛି । ପର୍ଯ୍ୟଟକମାନେ ଏଠାରେ ଉଭୟ ନିରାମିଷ ଓ ଆମିଷ ଖାଦ୍ୟର ମଜା ନେଇ ପାରିବେ ।

khandadhar-waterfall-of-kendujhar-district-odisha
                                                     @sagar_orissa

ଏହି ଜଳପ୍ରପାତଟି  କେନ୍ଦୁଝର ଟାଉନ୍‌ଠାରୁ ମାତ୍ର ୫୪ କିମି । ଭୁବନେଶ୍ୱରରୁ ଭାୟା କଟକ ଦେଇ କେନ୍ଦୁଝର ଟାଉନ୍‌କୁ ଦୈନିକ ବସ୍‌ ଚାଲୁଥିବା ବେଳେ ଟ୍ରେନ୍‌ ଯୋଗେ ମଧ୍ୟ ଗମନାଗମନ ସୁବିଧା ରହିଛି । ତେବେ ଖଣ୍ଡାଧାର ନିକଟସ୍ଥ ରେଲୱେ ଷ୍ଟେସନ ହେଉଛି କେନ୍ଦୁଝର ।