ଓଡିଶା ର ପାରମ୍ପରିକ ସ୍ଵାଦିଷ୍ଟ କରଞ୍ଜି ପିଠା

ଓଡ଼ିଶାରେ ଘରେ ଘରେ ପ୍ରସ୍ତୁତ ହେଉଥିବା ଏକ ପ୍ରକାର ଓଡିଆ ପାରମ୍ପରିକ ପିଠା ହେଉଛି କରଞ୍ଜି ପିଠା । ଯାହାକି ମଇଦାରୁ ପ୍ରସ୍ତୁତ ହୋଇଥାଏ ।

270

ଓଡ଼ିଶାରେ ଘରେ ଘରେ ପ୍ରସ୍ତୁତ ହେଉଥିବା ଏକ ପ୍ରକାର ଓଡିଆ ପାରମ୍ପରିକ ପିଠା ହେଉଛି କରଞ୍ଜି ପିଠା । ଯାହାକି ମଇଦାରୁ ପ୍ରସ୍ତୁତ ହୋଇଥାଏ । ଏ ପିଠା ତଥା ମିଠାକୁ ପଶ୍ଚିମ ଓଡ଼ିଶାରେ ଗୁଜିହା ଓ କାନମୁଡା଼ ମଧ୍ୟ କୁହାଯାଏ । ସେହିପରି ଏହାକୁ ଛତିଶଗଡ଼ରେ କୁଶଳୀ , ମହାରାଷ୍ଟ୍ରରେ କରଞ୍ଜି, ବିହାରରେ ପିଡକୀ, ଆନ୍ଧ୍ର ପ୍ରଦେଶ ରେ କଜ୍ଜିକୟାଳୁ କୁହାଯାଇଥାଏ । ଉତ୍ତର ଭାରତରେ ହୋଲି ତଥା ଦକ୍ଷିଣ ଭାରତରେ ଦୀପାବଳୀ ଅବସରରେ ଘରେ ଘରେ  କରଞ୍ଜି ବା ଗୁଜିଆ ବନେଇବାର ପରମ୍ପରା ରହିଛି  । କରଞ୍ଜି ମୁଖ୍ୟ ରୂପେ ଦୁଇପ୍ରକାରରେ ତିଆରି ହୋଇଥାଏ । ପ୍ରଥମଟି ଖୁଆଦ୍ୱାରା ଏବଂ ଦ୍ୱିତୀୟଟି ସୁଜିଦ୍ୱାରା । ଅନ୍ୟପକ୍ଷରେ କେତେକ ଓଡିଆ ଘରେ ଏହାକୁ ନଡିଆ ଦ୍ବାରା ମଧ୍ୟ ପ୍ରସ୍ତୁତ କରାଯାଏ । ପଶ୍ଚିମବଙ୍ଗରେ ଏହି ମିଠାକୁ ସାତପୁରୀ କୁହାଯାଏ । ସ୍ଥାନୀୟ ଅଧିଵାସୀଙ୍କ ଅନୁସାରେ ବଙ୍ଗଦେଶରେ ସାତପ୍ରକାରର ପୂର ପକାଇ ଏଇ ମିଠା କରାଯାଉଥିଲା ବୋଲି ଏହାର ଏଭଳି ନାମକରଣ ହୋଇଅଛି ।

authentic-odia-karanji-pitha
@Chandanaprana

ଏହାକୁ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ସାମଗ୍ରୀ :

ମଇଦା – ଆବଶ୍ୟକ ପରିମାଣରେ

ସୁଜି /ଖୁଆ – ଅଳ୍ପ

ଘିଅ – ଆବଶ୍ୟକ ପରିମାଣରେ

ନଡ଼ିଆ କୋରା – ଆବଶ୍ୟକ ପରିମାଣରେ

ଚିନି – ଆବଶ୍ୟକ ପରିମାଣରେ

ତେଲ – ଆବଶ୍ୟକ ପରିମାଣରେ

ଗୁଜୁରାତି ଗୁଣ୍ଡ – ଅଳ୍ପ

 authentic odia karanji pitha
@Rotaract_3262

ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ ମଇଦା, ସୁଜି, ଘିଅ ଓ ଅଳ୍ପ ପାଣି ମିଶାଇ ଏହାକୁ ଭଲ ଭାବେ ଚକଟି ଦିଅନ୍ତୁ। ଭଲ ଭାବେ ଚକଟିବା ପରେ ଏହାକୁ ଗୋଲ ଆକାରର ଗୁଳା କରନ୍ତୁ। ଏହି ଗୁଳାକୁ ଛୋଟ ପୁରି ଆକାରର ବେଲି ଦିଅନ୍ତୁ। ଏବେ ଗ୍ୟାସରେ କଡେଇ ବସାଇ ନଡ଼ିଆ କୋରା, ଗୁଜୁରାତି ଗୁଣ୍ଡ, ଚିନି ପକାଇ ଭଲ ଭାବେ ଭାଜି ପୁର ପ୍ରସ୍ତୁତ କରନ୍ତୁ। ପୁର ପ୍ରସ୍ତୁତ କରିବା ପରେ ଏକ ପାତ୍ରକୁ କାଢି ଥଣ୍ଡା କରନ୍ତୁ। ଏହାପରେ ବେଲି ଥିବା ପୁରି ମଧ୍ୟରେ ଏହି ପୁରକୁ ଭର୍ତ୍ତି କରି କାକରା ଭଳି ଆକୃତିର କରି ଶେଷ ଭାଗକୁ ମୋଡ଼ି ଦିଅନ୍ତୁ। ଶେଷରେ ଗ୍ୟାସରେ କଡ଼େଇ ବସାଇ ଘିଅ ଗରମ କରି ଏହି କାକରାକୁ ଛାଣନ୍ତୁ। ଏହାକୁ କ୍ରିସପି ହେବା ପାଇଁ ଛାଣି ସାରିବା ପରେ କିଛି ସମୟ ଥଣ୍ଡା କରନ୍ତୁ ।