ରାଉରକେଲା ପ୍ରସିଦ୍ଧ ମାଁ ବୈଷ୍ଣୋଦେବୀଙ୍କ ମନ୍ଦିର

ରାଉରକେଲାର ଅନ୍ୟ ଏକ  ପର୍ଯ୍ୟଟନ ସ୍ଥଳୀ ହେଉଛି ବୈଷ୍ଣୋଦେବୀ ମନ୍ଦିର । ଗୁମ୍ପା ମଧ୍ୟରେ  ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ ବୈଷ୍ଣୋଦେବୀ ।

278

ପ୍ରାକୃତିକ ଶୋଭାରାଜିରେ ଭରପୂର ଓଡ଼ିଶା ରାଜ୍ୟ ତଥା ଦେଶବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ ପ୍ରତି ମୂହୁର୍ତ୍ତରେ ।  କେଉଁଠି ଘଞ୍ଚ ଜଙ୍ଗଲ ମଧ୍ୟରେ ମନଲୋଭା ଜଳ ପ୍ରପାତ ତା ଆଉ କେଉଁଠି ପ୍ରାକୃତିକ ଶୋଭାରାଜି ମଧ୍ୟରେ ଦେବା-ଦେବୀଙ୍କ ଆସ୍ଥାନ ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ ସୃଷ୍ଟି କରୁଛି ରାଜ୍ୟ ପାଇଁ ।  ସେହିଭଳି ରାଉରକେଲାର ଅନ୍ୟ ଏକ  ପର୍ଯ୍ୟଟନ ସ୍ଥଳୀ ହେଉଛି ଓଡ଼ିଶାର ଏକ ମାତ୍ର ବୈଷ୍ଣୋଦେବୀ ମନ୍ଦିର । ଏହି ମନ୍ଦିରର ଚତୁଃର୍ଦିଗ  ଘଞ୍ଚ ଜଙ୍ଗଲ ଓ ଗଛଲତାରେ ପରିପୂର୍ଣ୍ଣ ।  ଯୁଆଡେ ନଜର ଯିବ ଖାଲି ଗଛଲତା ଓ ପାହାଡ । ଆଉ ତା’ ଭିତରେ ଥିବା  ଗୁମ୍ପା ମଧ୍ୟରେ  ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ ବୈଷ୍ଣୋଦେବୀ । ଏହା ହେଉଛି ପାହାଡ ଉପରେ ରହିଥିବା ଓଡିଶାର ଏକ ମାତ୍ର ବୈଷ୍ଣୋଦେବୀ ମନ୍ଦିର ଯାହାକି ରାଉରକେଲାଠାରେ ଅବସ୍ଥିତ  । ମାଁ ଙ୍କ ଦର୍ଶନ ପାଇବା ମାତ୍ରେ ଆତ୍ମ ତୃପ୍ତିରେ ଭରି ଉଠେ ଭକ୍ତର ମନ। ଏହା ରାଉରକେଲା ରେଳଷ୍ଟେସନଠାରୁ ମାତ୍ର ଅଳ୍ପ ଦୂରରେ ରହିଛି ।  ମନ୍ଦିର ଦେଖିବା ମାତ୍ରେ  ଯେମିତି ମନରୁ  ଆପେ ଆପେ ବାହାରି  ଆସେ ଜୟ ମାତା ଦି…. ଶବ୍ଦ । ମାତାଙ୍କୁ ଦର୍ଶନ କରିବା ପାଇଁ  ଗୁମ୍ପା ଭିତରେ ନଇଁ ନଇଁ ଯିବାକୁ ପଡିଥାଏ । ବିଶ୍ୱାସ ରହିଛି ଏଠାରେ ମାତାଙ୍କୁ ପୂଜାର୍ଚ୍ଚନା କଲେ ସମସ୍ତ ମନସ୍କାମନା ପୁର୍ଣ୍ଣ ହୁଏ । ଗୁମ୍ପା ବାହାରେ ମାତା ଦୁର୍ଗାଙ୍କ ପ୍ରର୍ତିମୂର୍ତ୍ତି ସ୍ଥାପିତ ହୋଇଛି ।

Rourkela Steel City  Famous Maa Baishnodebi Temple
@smruti_poetry

ଏଠାକାର ପୂଜକଙ୍କ କହିବା ଅନୁଯାୟୀ ମହାକାଳୀ, ମହାଲକ୍ଷ୍ମୀ ଓ ମହା ସରସ୍ୱତୀଙ୍କ ମିଳିତ ରୂପ ହେଉଛନ୍ତି ମା ବୈଷ୍ଣୋଦେବୀ ।ପଥର ଗୁମ୍ପା ସମ୍ମୁଖରେ ରହିଛି ମା’ଙ୍କ ଭବନ । ପାଖରେ ରହିଛନ୍ତି ଭୈରୋବାବା ଓ ସଙ୍କଟମୋଚନ ହନୁମାନ । ୧୦୦୦ ଫୁଟ ଉପରେ ମନ୍ଦିର ଥିବାବେଳେ ୭୫୦ ପହାଚ ଚଢିବା ପରେ ରହିଛି ମା’ଙ୍କ ଏହି ମନ୍ଦିର । ମା’ଙ୍କ ସ୍ନାନ। ନିତ୍ୟ ପୂଜା ପରେ ଆରତୀ ଓ ଭୋଗ ଲାଗି ହୋଇଥାଏ। ଏହା ପରେ ଭକ୍ତ ମା’ଙ୍କର ଦର୍ଶନ କରିଥାନ୍ତି । ବହୁ ସଂଖ୍ୟାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳେ । ମନ୍ଦିର ଉପରୁ ସମଗ୍ର ରାଉରକେଲା ସହରର ଚିତ୍ର ଦେଖାଯାଏ ।

Rourkela Steel City  Famous Maa Baishnodebi Temple
@smruti_poetry

ଚୈତ୍ର ମାସ ନବରାତ୍ରିରୁ ଏଠାରେ ଆଠ ଦିନ ବ୍ୟାପି ନବରାତ୍ରୀ ପାଳନ ହୋଇଥାଏ। ଅନୁସନ୍ଧାନରୁ ଜଣାପଡେ ଏହି ମନ୍ଦିର ଗୁମ୍ପାର ସନ୍ଧାନ ରାଜୁ ଚାଣ୍ଡକ ନାମକ ଜଣେ ବ୍ୟକ୍ତିଙ୍କୁ ୧୯୯୬ ମସିହାରେ ମିଳିଥିଲା । ନବରାତ୍ରୀ ସମୟରେ ଏଠାରେ ଭକ୍ତଙ୍କ ଅଧିକ ଭିଡ ଦେଖିବାକୁ ମିଳେ  । ଆଉ ପରେ ମାତାଙ୍କ ପ୍ରାଣ ପ୍ରତିଷ୍ଠା ୨୦୦୩ ହୋଇଥିବାବେଳେ ମାତାଙ୍କ ମନ୍ଦିରଟି ୨୦୦୭ ମସିହାରୁ ଭକ୍ତ ମାନଙ୍କ ଉଦ୍ଦେଶ୍ୟରେ ଅର୍ପଣ କରଯାଇଥିଲା ।    । ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ମାତା ଏଠାରେ ଭକ୍ତ ମାନଙ୍କୁ ଦର୍ଶନ ଦେଇ ଆସୁଛନ୍ତି । ଗୋଟିଏ ନବରାତ୍ରୀ ଚୈତ୍ର ମାସରେ ପଡ଼ୁଥିବା ବେଳେ ଆଉ ଗୋଟିଏ ଆଶ୍ୱିନ ମାସରେ ପଡିଥାଏ । ଏ ନବରାତ୍ରୀ ବ୍ୟତୀତ ଅନ୍ୟ ଦିନମାନଙ୍କରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ ମାତାଙ୍କ ମନ୍ଦିରରେ ଜମିଥାଏ । ପଡୋଶୀ ଛତିଶଗଡ, ବିହାର, ଝାଡ଼ଖଣ୍ଡ ଆଦି ରାଜ୍ୟରୁ ମଧ୍ୟ ମା’ଙ୍କ ଦର୍ଶନ ଲାଗି ଏଠାକୁ ଛୁଟି ଆସନ୍ତି ଭକ୍ତ ।

Rourkela Steel City  Famous Maa Baishnodebi Temple
@smruti_poetry

ଏଠାକୁ ଯିବାକୁ ହେଲେ ବିମାନ ମାର୍ଗରେ କିମ୍ବା ରେଳଗାଡ଼ିରେ ଯାଇପାରିବେ । ନିକଟତମ ବିମାନ ବନ୍ଦର ହେଉଛି ରାଞ୍ଚି ଏବଂ ସଡକ ମାର୍ଗରେ ଗଲେ ଏହା ରାଉରକେଲା ସ୍ଟେଶନ ଠାରୁ ୩ କି.ମି. ଦୂରରେ ଅବସ୍ଥିତ ।  ଏହି ବୈଷ୍ଣୋଦେବୀ ମନ୍ଦିରଟି ଜାମ୍ମୁ ସ୍ଥିତ ବୈଷ୍ଣୋଦେବୀ ମନ୍ଦିର ପ୍ରତିକୃତି ଅଟେ ଏବଂ ମନ୍ଦିରଟି ଦୁର୍ଗାପୁର ପାହାଡ ଉପରେ ରାଉରକେଲା ଷ୍ଟିଲ୍ଲ ଇସ୍ପାତ କାରଖାନା ଆଡକୁ ମୁହଁ କରି ରହିଛି । ଏହା ପାଖରେ ଭୈରବନାଥଙ୍କ ମନ୍ଦିର ଅବସ୍ଥିତ । ଶହ ଶହ ହିନ୍ଦୁ ଧର୍ମାବଲମ୍ବୀ ଭକ୍ତ ଗଣ ଏଠାକୁ ଆଗମନ କରିଥାନ୍ତି ବର୍ଷତମାମ ।