ଓଡ଼ିଶା ପ୍ରସିଦ୍ଧ ପାରମ୍ପରିକ ମିଠା ନିମାପଡା ‘ଛେନାଝିଲ୍ଲୀ’

ଓଡ଼ିଶାର ପ୍ରସିଦ୍ଧ ପାରମ୍ପରିକ ମିଠା ହେଉଛି ନିମାପଡା ଛେନାଝିଲ୍ଲୀ । ଛେନା ଓ ଚିନିସିରାରେ ତିଆରି ଏହି ମିଠାର ଓଡ଼ିଶାର କୋଣଅନୁକୋଣରେ ରହିଛି ବେଶ୍ ଚାହିଦା ।

239

ଓଡ଼ିଶାର ପ୍ରସିଦ୍ଧ ପାରମ୍ପରିକ ମିଠା ହେଉଛି ନିମାପଡା ଛେନାଝିଲ୍ଲୀ । ଛେନା ଓ ଚିନିସିରାରେ ତିଆରି ଏହି ମିଠାର ଓଡ଼ିଶାର କୋଣଅନୁକୋଣରେ ରହିଛି ବେଶ୍ ଚାହିଦା । ଛେନା, ଅଟା ଓ ଅଳେଇଚ ଗୁଣ୍ଡକୁ ଚକଟି ପ୍ରଥମେ ସେଥିରେ ସେଦୁଅ ପ୍ରସ୍ତୁତ କରାଯାଏ । ସେହି ସେଦୁଅରୁ ଝିଲ୍ଲୀ ଆକାରର ଗୁଳା ପ୍ରସ୍ତୁତ କରାଯାଇ, ସେହି ଗୁଳାକୁ ଘିଅରେ ଛାଣାଯାଏ । ତାପରେ ସେଗୁଡିକୁ ଗରମ ଚିନି ଶିରାରେ ପକାଯାଇ ପ୍ରସ୍ତୁତ କରାଯାଏ ଛେନାଝିଲ୍ଲୀ । ଏହା ପ୍ରଥମ ଥର ପାଇଁ ପୁରୀର ନିମାପଡ଼ାରେ ତିଆରି ହୋଇ ଥିଲା । ନିମାପଡା ସ୍ଥିତ ଶ୍ୟାମସୁନ୍ଦର ଗ୍ରାମର ଆର୍ତ୍ତ ସାହୁ  ନାମକ ଜଣେ ବ୍ୟକ୍ତି ଏହାକୁ ପ୍ରଥମ ଥର ପାଇଁ ତିଆରି କରିଥିଲେ । ସେବେଠାରୁ ଆଜି ପର୍ଯ୍ୟନ୍ତ ଏହା ନିଜ ସ୍ୱାଦରେ ବାନ୍ଧି ରଖିଛି କୋଟି କୋଟି ଓଡ଼ିଆଙ୍କ ମନ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ୫୬ ଭୋଗ ମଧ୍ୟରେ ଏହାର ମଧ୍ୟ ସ୍ଥାନ ପାଇଛି । ଏହି ମିଠା ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ପ୍ରସିଦ୍ଧି ଲାଭ କରିଛି ।

nimapada famous chhena jhilli
@manas_muduli

ଛେନା ଝିଲ୍ଲୀ ପ୍ରସ୍ତୁତି :

ଛେନାଝିଲ୍ଲୀ ପାଇଁ ପ୍ରଥମେ ଏହାର ଶିରା ପ୍ରସ୍ତୁତ କରାଯାଏ । ଶିରା ପ୍ରସ୍ତୁତ କରିବା ପାଇଁ ଗୋଟିଏ କପ ପାଣି ଗରମ ପାଣି ଫୁଟିଲାପରେ ଦୁଇ କପ ଚିନି ପକାଇ ଘାଣ୍ଟନ୍ତୁ ।  ପାଣି ଯେତିକି କପ୍ ଦେବେ ତାହାର ଦୁଇଗୁଣା କପ୍ ପକାଇବେ । ଚିନି ପୁରା ମିଳେଇଯିବାପରେ, ଫୁଟିବା ଆରମ୍ଭ କରିବ ଶିରା  । ଏହା ପରେ ଶିରା ପ୍ରସ୍ତୁତ ହୋଇଯିବ । ଏହାପରେ ପ୍ରସ୍ତୁତ ହୁଏ ସେଦୁଅ ।  ଗୋଟିଏ କପରେ ଦୁଇ ଚାମଚ ଅଟା ପକାଇ ଭଲଭାବରେ ମିଶାଇଦିଅନ୍ତୁ । ସେଥିରେ ଅଳେଇଚ ଗୁଣ୍ଡ ଅଧା ଚାମଚ ପକାନ୍ତୁ । ଭଲ ଭାବରେ ମିଶାନ୍ତୁ ଯେପରି ହାତକୁ ମସୃଣ ଲାଗିବ, କିଛି ଦାନା ଦାନା ରହିବ ନାହିଁ । ଏହାପରେ ଏକ ସଫା ପଲିଥିନରେ ସେଦୁଅକୁ ରଖନ୍ତୁ । ଏହି ପଲିଥିନରୁ ଅଳ୍ପ ଅଳ୍ପ ସେଦୁଅ ବାହାର କରି ଏହାକୁ ଝିଲ୍ଲୀର ଆକାର ଦେବା । ଏକ କଡେଇରେ ଘିଅକୁ ପକାଇ ଗରମ କରନ୍ତୁ ।

nimapada famous chhena jhilli
@PIBBhubaneswar

ହାତ ପାପୁଲିରେ କିଛି ତେଲ ଲଗାଇ ଯେଉଁଥିରେ ଝିଲ୍ଲୀର ଆକାର ଗୋଲ କରାଯିବ । ସେଦୁଅ ଗୋଲ ଗୋଲ କରି କଡେଇଟି ପୂର୍ଣ୍ଣ ହେବାଯାଏଁ ପକାଇ ଚାଲନ୍ତୁ । ଏହାକୁ ମଧ୍ୟମ ଗ୍ୟାସ ଆଞ୍ଚରେ ଘାଣ୍ଟନ୍ତୁ । ଗାଢ଼ ସୁବର୍ଣ୍ଣ ମାଟିଆ ରଙ୍ଗ ହେଲା ପର୍ଯ୍ୟନ୍ତ ଘାଣ୍ଟି ଚାଲନ୍ତୁ । ଶେଷରେ ଛେନା ଗୁଳାଗୁଡ଼ିକୁ ପୂର୍ବରୁ ପ୍ରସ୍ତୁତ କରାଯାଇଥିବା ଶିରାରେ ବୁଡ଼ାଇ ରଖନ୍ତୁ । ମନେରଖନ୍ତୁ ଗରମ ଗରମ ଗୁଳା ପକାଇବା ସମୟରେ ଶିରା ଅଳ୍ପ ମାତ୍ରାରେ ଗରମ ଥିବା ଆବଶ୍ୟକ । ଏହାକୁ ପାଖାପାଖି ଦୁଇ ଘଣ୍ଟା ସମୟଧରି ବୁଡ଼ାଇ ରଖନ୍ତୁ ଶିରାରେ । ଦୁଇ ଘଣ୍ଟା ପରେ ଏହା ଥଣ୍ଡା ହୋଇଗଲା ପରେ ଝିଲ୍ଲୀକୁ ଶୀରାରୁ କାଢି ନେଇ ପରୋସନ୍ତୁ ।