ପବିତ୍ର “ଅକ୍ଷୟ ତୃତୀୟା” ଜଗନ୍ନାଥ ସଂସ୍କୃତି ସହିତ ଜଡ଼ିତ ଓଡ଼ିଆଙ୍କ ଆସ୍ଥାର ପ୍ରତୀକ

ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟାକୁ ଅକ୍ଷୟ ତୃତୀୟା କୁହାଯାଏ । ଅଖି ମୁଠି ଭାବେ ଚାଷୀ ମାନେ ଏହା କୁ ପାଳନ କରିଥାନ୍ତି ।

251

ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ଆଜିର ଦିନଟି  ପ୍ରତିଟି ଓଡ଼ିଆଙ୍କ ପାଇଁ ଆସ୍ଥାର ପ୍ରତୀକ । ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟାକୁ ଅକ୍ଷୟ ତୃତୀୟା କୁହାଯାଏ । ସେଥିପାଇଁ ସାରା ଓଡ଼ିଶାରେ ଅଖି ମୁଠି ଭାବେ ଚାଷୀ ମାନେ ଏହା କୁ ପାଳନ କରିଥାନ୍ତି । ଏହି ଦିନରେ ଚାଷୀ ଟି ନିଜେ ନିଜର କ୍ଷେତ କିଆରୀ କୁ ଯାଇ ଗୁଆ ,ପଣା ଦେଇ ପୂଜା କରି ଅନୁକୂଳ କରିଥାଏ । ଆଜିର ଦିନରେ କ୍ଷେତ କିଆରୀ ରେ ବିହନ ପକେଇ ଚାଷୀ ଟିଏ ତାର ଚାଷ କାର୍ଯ୍ୟ ଆରମ୍ଭ କରିଥାଏ ।ବିଶ୍ଵାସ ଅଛି ଏହି ଦିନରୁ ଚାଷ ଆରମ୍ଭ କଲେ ତାହା ଭଲ ହୋଇଥାଏ । ଆଉ ସେହି ବିଶ୍ୱାସକୁ ନେଇ ଆଜିର ଦିନଟି କୁ ପାଳନ କରିଥାନ୍ତି ଚାଷୀ । ଆଜି ଭଳି ଦିନରେ  ଚାଷୀ ପରିବାର‌ରେ ଏକ ଉତ୍ସବର ମାହୋଲ ସୃଷ୍ଟି ହୁଏ । ଗୃହିଣୀମାନେ ଘରକୁ ଲିପା-ପୋଛା କରିବା ସହ ଚିତା ପକାଇ ସଜାଇଥାଆନ୍ତି । ହଳଦୀ, ଚନ୍ଦନ, ସିନ୍ଦୂର ବୋଳି ଧାନ ବିହନପୂର୍ଣ୍ଣ ନୂଆ ଗଉଣି ବା ଟୋକେଇକୁ ପାଟବସ୍ତ୍ରରେ ସଜାଇ ଦିଅନ୍ତି । ସେହିଭଳି ଲଙ୍ଗଳକୁ ମଧ୍ୟ ଅରୁଆ ଚାଉଳ ଚିତାରେ ସଜାଇ ଦିଆଯାଏ । ଏହା ପରେ ଶଙ୍ଖ ବଜା‌ଇ ଓ ହୁଳହୁଳି ପକାଇ ଗୃହିଣୀମାନେ ଲଙ୍ଗଳ ଧରିଥିବା କୃଷକକୁ ବିଲ ଅଭିମୁଖେ ବିଦାୟ ଦିଅନ୍ତି । କୃଷକ ଜମିରେ ପହଞ୍ଚି ଲକ୍ଷ୍ମୀ ଠାକୁରାଣୀଙ୍କ ଉଦ୍ଦେଶ୍ୟରେ ଭୋଗ, ନୈବେଦ୍ୟ ଅର୍ପଣ କରି ଲଙ୍ଗଳ ଚଳାଏ । ମୁଠାମୁଠା ହଳଦୀ, ଚନ୍ଦନ ବୋଳା ଧାନ ବିହନ କିଆରୀରେ ବୁଣେ। ଏହି ଅଖିମୁଠି ଅନୁକୂଳ ପରେ ଆରମ୍ଭ ହୁଏ ବର୍ଷକ ପାଇଁ ଚାଷ ପ୍ରସ୍ତୁତି ।

akhi-muthi-anukula-ritual-on-the-occasion-of-akshaya-tritiya
Odisha News Lens 2.1

ଏଥି ସହିତ ଏହି ଦିନ ଶ୍ରୀମନ୍ଦିରରେ ୨ଟି ପର୍ବ ପାଳନ କରାଯିବା ନେଇ ରୀତି ନୀତି ରହିଛି । ଗୋଟିଏ ରଥ କାଠ ଅନୁକୂଳ ହୋଇଥାଏ  ଓ ଅନ୍ୟଟି ମହାପ୍ରଭୁ ନରେନ୍ଦ୍ର ପୁଷ୍କରିଣୀରେ ୨୧ ଦିନ ଧରି ଚାପ ଖେଳିବାର ପରମ୍ପରା ରହିଛି ।  ଶ୍ରୀମନ୍ଦିର  ସମ୍ମୁଖରେ ପାରମ୍ପରିକ ରୀତିନୀତିରେ ଯଜ୍ଞ ଓ ପୂଜାର୍ଚ୍ଚନା ହୋଇଥାଏ । ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ସୋତ୍ରୀୟ ବ୍ରାହ୍ମଣଙ୍କ ମନ୍ତ୍ରଧ୍ୱନିରେ ବିଶ୍ୱକର୍ମାମାନେ ୩ଟି ଧଉରା କାଠରେ ରଥ ନିର୍ମାଣର ଶୁଭାରମ୍ଭ କରିବା ନେଇ ରୀତି ରହିଛି  । ଏପଟେ ରଥ ନିର୍ମାଣ କାର୍ଯ୍ୟକୁ ଆଗେଇ ନେବାକୁ ଶ୍ରୀନହର ସମ୍ମୁଖରେ ଚାଳି ତିଆରି  ହାଇଥାଏ । ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ହେବା ପରେ  ଯଥାବିଧି ପୂଜାର୍ଚ୍ଚନା ସରି ବିଶ୍ୱକର୍ମାମାନେ ଶାଢ଼ି ବନ୍ଧାଇ ସ୍ୱତନ୍ତ୍ର କୁରାଢିରେ ରଥ ନିର୍ମାଣ ଅନୁକୂଳ କରିଥାନ୍ତି  । ପରଦିନ ଠାରୁ ଶ୍ରୀନହର ସମ୍ମୁଖରେ ତିନି ରଥ ତିଆରିର ଶୁଭାରମ୍ଭ କରାଯାଏ  । ପ୍ରଥମେ ଚକ ନିର୍ମାଣ କରାଯାଇଥାଏ  । ସକାଳ ଧୂପ ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟକୁ ଆସେ ଏବଂ ଏହାପରେ ରଥଯାତ୍ରା ପାଇଁ ତିନି ଖଣ୍ଡ ଧଉରା କାଠ ଅନୁକୂଳ ହୋଇଥାଏ  ।

akhi-muthi-anukula-ritual-on-the-occasion-of-akshaya-tritiya
@DharitriLive1

ସେହିପରି ଆଜି ଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦ୍ବାଦଶ ଯାତ୍ରା ମଧ୍ୟରେ ଦୋଳ, ଚନ୍ଦନ ଓ ରଥଯାତ୍ରା ଅନ୍ୟତମ । ଦୋଳରେ ଗୋବିନ୍ଦ, ଚନ୍ଦନରେ ମଧୁସୂଦନ ଓ ରଥରେ ବାମନ ରୂପେ ପ୍ରଭୁ ଭକ୍ତଙ୍କ ଦୁଃଖ ହରଣ କରନ୍ତି । ଚନ୍ଦନଯାତ୍ରା ଶ୍ରୀମନ୍ଦିରରେ ସବୁଠୁ ଅଧିକ ଦିନ ଧରି ପାଳିତ ହେଉଥିବା ଏକ ପର୍ବ । ଏହା ବୈଶାଖ ଶୁକ୍ଳ ତୃତୀୟା ବା  ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ବା ସ୍ନାନପୂର୍ଣ୍ଣିମାର ପୂର୍ବଦିନ  ପର୍ଯ୍ୟନ୍ତ ମୋଟ ୪୨ ଦିନ ଧରି ଅନୁଷ୍ଠିତ ହୋଇଥାଏ । ଏହା ଅକ୍ଷୟ ତୃତୀୟାଠାରୁ ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ପର୍ଯ୍ୟନ୍ତ ୨୧ଦିନ ନରେନ୍ଦ୍ର ପୁଷ୍କରଣୀରେ ବାହାର ଚନ୍ଦନଯାତ୍ରା ରୂପେ ଓ ପରବର୍ତ୍ତୀ ୨୧ଦିନ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭିତର ଚନ୍ଦନ ରୂପେ ପାଳିତ ହୋଇଥାଏ । ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ, ଶ୍ରୀଦେବୀ ଓ ରାମକୃଷ୍ଣ ବିମାନକୁ ବିଜେ କରିବା ପରେ ଏକ ଶୋଭାଯାତ୍ରାରେ ଶ୍ରୀକ୍ଷେତ୍ରର ପଞ୍ଚମହାଦେବଙ୍କ ସହ ବିମାନରେ ନରେନ୍ଦ୍ର ପୁଷ୍କରଣୀକୁ ଯାଇ ସେଠାରେ ୨୧ ଦିନ ବ୍ୟାପୀ  ଜଳକ୍ରୀଡ଼ା କରିଥାନ୍ତି ।