ବିଶ୍ୱ ଐତିହ୍ୟସ୍ଥଳୀ ତାଲିକାରେ ରହିବ ଗଞ୍ଜାମ ଜିଲ୍ଲାର ମାଁ ତାରାତାରିଣୀ ମନ୍ଦିର

ହିନ୍ଦୁ ଧର୍ମର ଶକ୍ତି-ସ୍ୱରପିଣୀ ଦେବୀ ହେଉଛନ୍ତି ମାଁ ତାରାତାରିଣୀ ପୀଠ ବୌଦ୍ଧ, ବୈଷ୍ଣବୀ, ତନ୍ତ୍ର ଓ ଶକ୍ତିପୀଠ ନାମରେ ପ୍ରସିଦ୍ଧି ଲାଭ କରିଛି । ଆଉ ଏବେ ଏହାର ଉନ୍ନତିକରଣ ପାଇଁ ସରକାର ପଦକ୍ଷେପ ନେଇଛନ୍ତି ।

271

ତାରାତାରିଣୀ ମନ୍ଦିର ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ । ହିନ୍ଦୁ ଧର୍ମର ଶକ୍ତି-ସ୍ୱରପିଣୀ ଦେବୀ ହେଉଛନ୍ତି ମାଁ ତାରାତାରିଣୀ । ଆମ ଦେଶରେ ଥିବା ବିଭିନ୍ନ ଶକ୍ତିପୀଠ ମଧ୍ୟରେ ଏହା ଅନ୍ୟତମ ଅଟେ । ଏହି ଶକ୍ତିପୀଠରେ ତାରା ଓ ତାରିଣୀ ରୂପରେ ଦୁଇ ଭଉଣୀ ପୂଜା ପାଉଛନ୍ତି । ଏହି ପୀଠର ମହିମା ଯୋଗୁଁ ବେଶ ପ୍ରସିଦ୍ଧି ଲାଭ କରିଛି । ଓଡ଼ିଶାରେ ଥିବା ବିଭିନ୍ନ ଶକ୍ତିପୀଠ ମଧ୍ୟରେ ମା ତାରାତାରିଣୀଙ୍କ ପୀଠର ସ୍ୱାତନ୍ତ୍ର୍ୟତା ରହିଛି । ଏହି ପୀଠ ବୌଦ୍ଧ, ବୈଷ୍ଣବୀ, ତନ୍ତ୍ର ଓ ଶକ୍ତିପୀଠ ନାମରେ ପ୍ରସିଦ୍ଧି ଲାଭ କରିଛି । ମନ୍ଦିରକୁ ଯିବାକୁ ହେଲେ ୯୯୯ ପାହାଚ ଅତିକ୍ରମ କରିବାକୁ ପଡେ । ବର୍ତ୍ତମାନ ମନ୍ଦିର ଉପରକୁ ଯିବାପାଇଁ ରୋପ୍‌ୱେର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏବେ ରାଜ୍ୟ ସରକାର ଏହାର ଉନ୍ନତିକରଣ ଉପରେ ଦୃଷ୍ଟି ଦେଇଛନ୍ତି ।  ୨୦୨୦ ମସିହା ଡିସେମ୍ବର ମାସରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ଯୋଗେ ୨୧୪୦ କୋଟିରୁ ଅଧିକ ଟଙ୍କାର ଭେଟି ଦେଇଥିଲେ ମୁଖ୍ୟମନ୍ତ୍ରୀ ଯେଉଁଥିରେ କି ତାରାତାରିଣୀ ମନ୍ଦିରର ଉନ୍ନତିକରଣ କୁ ସାମିଲ କରାଯାଇଥିଲା । ବିଶ୍ବ ଐତିହ୍ୟ ସ୍ଥଳୀରେ ପରିଣତ କରିବା ପାଇଁ ମନ୍ଦିରକୁ ଏହା ଥିଲା ରାଜ୍ୟସରକାରଙ୍କ ପଦକ୍ଷେପ । ଯାହା ସମସ୍ତଙ୍କୁ ଖୁସି ଦେଇଥିଲା ।

special-package-for-taratarini-temple-ganjam
@Ganjam_Admin

ତେବେ ଏହି ପୁନଃଉନ୍ନତିକରଣ ଯୋଜନାରେ ମନ୍ଦିର ସାମଗ୍ରିକ ବିକାଶକୁ ଦୃଷ୍ଟିରେ ରଖାଯାଇଛି । ତାରାତାରିଣୀ ମନ୍ଦିରର ଏହି ଯୋଜନାରେ ରହିଛି, ସିଂହଦ୍ୱାର ପ୍ରବେଶ ପଥର ବିକାଶ , ଯାତ୍ରୀଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ, ଯିବାଆସିବା ପାଇଁ ବାଟ, ପାନୀୟ ଜଳ ବ୍ୟବସ୍ଥା, ପାହାଡ ଉପରେ ଥିବା ମନ୍ଦିରର ବିକାଶ ହେବ ,  ଏଠାରେ ପ୍ରସାଦ ସେବନ ମଣ୍ଡପ, ବ୍ୟାଖ୍ୟାନ କେନ୍ଦ୍ର, ମୁଣ୍ଡନ ହଲ୍ ଓ ଶୌଚାଳୟ ନିର୍ମାଣ ହେବ । ଏଥିସହ ଧ୍ୟାନ କେନ୍ଦ୍ର, ପ୍ରତୀକ୍ଷା ସ୍ଥଳ, ସୁଗମ ଯାତାୟତ ବ୍ୟବସ୍ଥା, ଖାଦ୍ୟ ଦୋକାନ, ଚପଲ ଷ୍ଟାଣ୍ଡ, ପାଦ ଧୋଇବା ବ୍ୟବସ୍ଥା, ଯାତ୍ରୀଙ୍କ ବସିବା ବ୍ୟବସ୍ଥା, ୱାଚ୍ ଟାୱାର, ପୋଲିସ ଆଉଟ୍ ପୋଷ୍ଟ, ଆଶୁ ଚିକିତ୍ସା କେନ୍ଦ୍ର ଆଦି ସ୍ଥାପନ । ତେବେ ଯୋଜନା ଅନୁସାରେ ମନ୍ଦିରର ଠିକ ପଛପଟେ ଏବଂ ପାହାଡ ଶୀର୍ଷରେ ଧ୍ୟାନ କେନ୍ଦ୍ର ନିର୍ମାଣ ହେବ । ତାରାତାରଣୀ ମନ୍ଦିର ପୁରାତନ ଶକ୍ତି ପୀଠରୁ ଗୋଟିଏ ହୋଇଥିବା ବେଳେ ଏହାକୁ ବିଶ୍ୱସ୍ତରୀୟ ଐତିହ୍ୟ ସ୍ଥଳୀ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।

special-package-for-taratarini-temple-ganjam
@Ganjam_Admin

ସେହି କ୍ରମରେ ଶ୍ରୀକ୍ଷେତ୍ର ଓ ଏକାମ୍ରକ୍ଷେତ୍ରକୁ ନୂଆ ରୂପ ଦିଆଯାଇଛି । ପୁରୀକୁ ଐତିହ୍ୟ ସହର ଭାବେ ଗଢ଼ି ତୋଳିବାକୁ କାର୍ଯ୍ୟ ଆରମ୍ଭ ହୋଇଛି । ସେହିପରି ସମଲେଶ୍ୱରୀ ମନ୍ଦିର, ତାରାତାରିଣୀ ମନ୍ଦିର, ବଳଦେବଜୀଉ ମନ୍ଦିର ପାଇଁ ମଧ୍ୟ ପ୍ୟାକେଜ୍ ଘୋଷଣା କରାଯାଇଛି । କୋଣାର୍କ, ହୀରାକୁଦର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମଧ୍ୟ ହାତକୁ ନେଇଛନ୍ତି ସରକାର । ରାଜ୍ୟର ବିଭିନ୍ନ ପୁରାତନ ମନ୍ଦିର, ମସଜିଦ୍, ଚର୍ଚ୍ଚ, ଗୁରୁଦ୍ୱାର ପାଇଁ ହାତ ଖୋଲିଛନ୍ତି ସରକାର ।

special-package-for-taratarini-temple-ganjam
@Ganjam_Admin

ତାରାତାରିଣୀ ପୀଠ ହେଉଛି ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ଶକ୍ତି ପୀଠ। ସେ ନିଜେ ପ୍ରତ୍ୟକ୍ଷ ଭାବେ ଏହାର ବିକାଶ ପ୍ରତି ନଜର ଦେଇ ଆସୁଛନ୍ତି। ଏଥିପାଇଁ ଆବଶ୍ୟକ ଆର୍ଥିକ ଅନୁଦାନ ମଧ୍ୟ ଯୋଗାଇ ଦେଉଛନ୍ତି। ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ମଧ୍ୟରେ ଥିବା ପୁରାତନ ଶକ୍ତିପୀଠ ମା’ ତାରାତାରିଣୀ ମନ୍ଦିର ଉନ୍ନତିକରଣ ପରେ ଏହା ଆହୁରି ଆକର୍ଷଣୀୟ ହେବ। ଯୋଗ ଓ ଧ୍ୟାନ କେନ୍ଦ୍ର ଠାରୁ ଆରମ୍ଭ କରି ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଶ୍ରଦ୍ଧାଳୁଙ୍କୁ ଦିବ୍ୟ ଅନୁଭବ ପ୍ରଦାନ କରିବା ସହ ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରର ଶୋଭା ବର୍ଦ୍ଧନ କରିବ।