ଦକ୍ଷିଣ ଓଡ଼ିଶାର ପ୍ରମୁଖ ଶକ୍ତିପୀଠ, ଉମରକୋଟର ଅଧିଷ୍ଠାତ୍ରୀ ଦେବୀ “ମାଁ ପେଣ୍ଡ୍ରାଣୀ”

ମାଁ ପେଣ୍ଡ୍ରାଣୀ ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳର ପ୍ରତିଷ୍ଠିତ ଲୋକଦେବୀ । ସଂପ୍ରତ୍ତି ଉମରକୋଟ "ମା ପେଣ୍ଡ୍ରାଣୀ" ଙ୍କ ପୀଠ ପ୍ରସିଦ୍ଧ ଓ ବହୁଚର୍ଚ୍ଚିତ ।

212

ମାଁ ପେଣ୍ଡ୍ରାଣୀ ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳର ପ୍ରତିଷ୍ଠିତ ଲୋକଦେବୀ । ସଂପ୍ରତ୍ତି ଉମରକୋଟ “ମା ପେଣ୍ଡ୍ରାଣୀ” ଙ୍କ ପୀଠ ପ୍ରସିଦ୍ଧ ଓ ବହୁଚର୍ଚ୍ଚିତ । ସଂପ୍ରତ୍ତି ଉମରକୋଟ “ମାଁ ପେଣ୍ଡ୍ରାଣୀ” ଙ୍କ ପ୍ରସିଦ୍ଧ ପୀଠ ଓ ବହୁଚର୍ଚ୍ଚିତ । ସହରର ପଶ୍ଚିମ ପ୍ରାନ୍ତରେ ମାଁ ଙ୍କ ମନ୍ଦିର ନିର୍ମାଣ କରାଯାଇଛି । ରବିବାର ହେଉଛି ଏକ ମାତ୍ର ଗୋଟିଏ ଦିନ ଯେଉଁ ଦିନ ମାଙ୍କ ମନ୍ଦିର ଖୋଲା ରହିଥାଏ ।  ତେଣୁ ସେହି ଦିନ ମନ୍ଦିର ଭିତରେ ଅଧିକ ଗହଳି ହେଉଥିବାବେଳେ ବହୁ ଦୂର ଦୂରାନ୍ତରୁ ଅନେକ ଲୋକ ମାଁ ଙ୍କ ଦର୍ଶନ ପାଇଁ ଆସିଥାନ୍ତି । ପ୍ରଥମେ ଦେବୀଙ୍କୁ ଏକ ଖୋଲା ସ୍ଥାନରେ ପୂଜା କରାଯାଉଥିଲା ଯାହା ପରେ ଧୀରେ ଧୀରେ ଏକ ସାଧାରଣ କାଠ କୋଠରୀରେ ତିଆରି ହୋଇଛି । ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ୨୦୧୦ ମସିହାରେ ଏକ ବିଶାଳ ଉଦ୍ଘାଟନୀ ଉତ୍ସବରେ ଦେବୀଙ୍କୁ ପୂଜା କରିବା ପାଇଁ ଏକ ନୂତନ ମନ୍ଦିର ନିର୍ମାଣ କରାଗଲା ।

The deity of Umarkot, Goddess "Maa Pendrani"
@the_dbrat

ମାଁ ପେଣ୍ଡ୍ରାଣୀଙ୍କ ଉତ୍ପତ୍ତି ପୁରାଣ ଏବଂ କିମ୍ବଦନ୍ତୀରୁ ଜାଣିବାକୁ ମିଳେ । ଦକ୍ଷିଣ ଓଡିଶାର ଆଦିବାସୀ ତଥା ଛତିଶଗଡର ସୀମାନ୍ତବର୍ତ୍ତୀ ଜିଲ୍ଲାର ଲୋକମାନଙ୍କ ଦ୍ୱାରା ପୂଜା ପାଉଛନ୍ତି ମାଁ । ଏହାର ଇତିହାସ ପାଖାପଖି ୪୦୦ ବର୍ଷ ତଳ ପୁରୁଣା । ଦେବୀ ପେଣ୍ଡ୍ରାଣୀଙ୍କ ଉତ୍ପତ୍ତି ବିଷୟରେ ପୁରାଣରୁ ମିଳିବା ସହିତ , ତଥ୍ୟ ଅନୁଯାୟୀ ମାଁ ଙ୍କ ଜଟିଳ ରୀତିନୀତି ଯାହାକି ଏହି କ୍ଷେତ୍ରରେ ଦେଖିବାକୁ ମିଳିଥାଏ । ତାଙ୍କର ସୃଷ୍ଟି ପୁରାଣ ଏତେ ଲୋକପ୍ରିୟ ହେଲା ଯେ ସେ ଏକ ଲୋକପ୍ରିୟ ଦେବୀ ହୋଇଗଲେ ସେହି ଅଞ୍ଚଳ ପାଇଁ ଏବଂ ଏହିପରି ଏକ ନୂତନ ସଂସ୍କୃତି ପେଣ୍ଡ୍ରାଣୀ ଦେବୀ ଧର୍ମ ଭାବରେ ଉଭା ହେଲା ।  ଯଦିଓ ଏକ ଆଦିବାସୀ ଦେବୀ ଭାବରେ ଉତ୍ପନ୍ନ ହୋଇଥିଲେ ମଧ୍ୟ ସେ ଏହି ଅଞ୍ଚଳର ସାମାଜିକ ତଥା ଐତିହାସିକ ପ୍ରକ୍ରିୟାରେ ଉଭୟ ଆଦିବାସୀ ତଥା ଅଣ ଆଦିବାସୀ ସମ୍ପ୍ରଦାୟର ଦେବୀ ହୋଇ ରହିଗଲେ । ଆଦିବାସୀ ଅଞ୍ଚଳରେ ହଜାର ହଜାର ଗାଁରେ ତାଙ୍କ ସଂସ୍କୃତି ସ୍ଥାପନ କରିବା ସହିତ ଉମରକୋଟେ ସହରରେ ଏକ ବିଶାଳ ମନ୍ଦିର ନିର୍ମାଣ କରାଯାଇଛି ମାଁ ଙ୍କ ପାଇଁ ।

The deity of Umarkot, Goddess "Maa Pendrani"
@ashishsarangi

ପୁରାଣର କେନ୍ଦ୍ରବିନ୍ଦୁ ଅନୁଯାୟୀ ଜଣେ ଗୋଣ୍ଡ ଝିଅ ବା ବିବାହିତା ନାରୀ ବିଷୟରେ ଯାହାକୁ ମାଁ ପେଣ୍ଡ୍ରାଣୀ ବୋଲି ସମ୍ବର୍ଦ୍ଧିତ କରି ପୂଜା କରାଯାଉଛି ।  ପେଣ୍ଡ୍ରାଣୀ ଜଣେ ବିବାହିତା ନାରୀ ଥିଲେ ଯାହାର ୭ ଟି ଭାଇ ଥିଲେ  । ସେତେବେଳେ ବିଶ୍ୱାସ ରହିଥିଲା ଯେ ଭଲ ଅମଳ କରିବାକୁ ହେଲେ ମଣିଷ ବଳି ଦେବାକୁ ପଡେ ପୃଥିବୀ ମାତା ଦେବୀଙ୍କୁ । ତାଙ୍କ ସାତ ଭାଇ ମିଶି ପେଣ୍ଡ୍ରାଣୀଙ୍କ ସ୍ଵାମୀଙ୍କୁ ଭଲ ଅମଳ ପାଇବା ପାଇଁ ପୃଥିବୀ ମାତା ଦେବୀଙ୍କୁ ମାନବ ବଳି ଦେଲେ  । ଭଲ ଅମଳ ପାଇବା ପାଇଁ ତାଙ୍କ ସାତ ଭାଇଙ୍କ ଦ୍ୱାରା ହତ୍ୟା କରାଯାଇଥିଲା ତାଙ୍କ ସ୍ୱାମୀଙ୍କୁ  । ପେଣ୍ଡ୍ରାଣି ତାଙ୍କ ସ୍ୱାମୀକୁ ବହୁତ ଖୋଜିଥିଲେ ଏବଂ ଶେଷରେ ଜାଣିବାକୁ ପାଇଥିଲେ ଯେ  ତାଙ୍କ ନିଜ ଭାଇମାନେ ତାଙ୍କ ସ୍ୱାମୀଙ୍କୁ ଭଲ ଅମଳ ପାଇବା ପାଇଁ ବଳି ଦାନ ଦେଇଛନ୍ତି  । ହଠାତ ଏ କଥା ଶୁଣି ଜଙ୍ଗଲରେ ଆଶ୍ଚର୍ଯ୍ୟ ହୋଇଥିଲେ । ଠିକ ସେତିକି ବେଳେ ବାଘର ଶିକାର ହୋଇ ମୃତ୍ୟୁ ହୋଇଥିଲା ତାଙ୍କର । ବାଘ ଦ୍ୱାରା ମରିବା ପରେ ତାଙ୍କ ଆତ୍ମା ଦେବୀଙ୍କ ରୂପ ନେଲା । ୪୦୦ବର୍ଷ ମଧ୍ୟରେ ସେ ଏକ ପ୍ରତିଶୋଧପରାୟଣ ଦେବୀଙ୍କଠାରୁ ଏକ ସୁଖୀ ଦେବୀ ରୂପେ ପରିଣତ ହୋଇଥିବା ଇତିହାସ ରହିଛି ।  ବର୍ତ୍ତମାନ ପଶ୍ଚିମ ଓଡିଶା ଏବଂ ପୂର୍ବ ଛତିଶଗଡରେ ଧନ ଦେବୀ ଭାବରେ ମାଁ ଙ୍କୁ ପୂଜା କରାଯାଉଛି  ।

The deity of Umarkot, Goddess "Maa Pendrani"

ପେଣ୍ଡ୍ରାଣୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ସ୍ଥାନୀୟ ଲୋକମାନେ ଆଷାଢ଼ ମାସରେ ପେଣ୍ଡ୍ରାଣୀ ଯାତ୍ରୀ ନାମରେ ଏକ ବିଶାଳ ପର୍ବ ପାଳନ କରନ୍ତି ଏଠାରେ  । ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଓଡିଶା ତଥା ଛତିଶଗଡର ବହୁ ସଂଖ୍ୟାରେ ଭକ୍ତ, ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକ ଉମରକୋଟକୁ ଆସିଥାନ୍ତି । ସେଠାରେ ଥିବା ସ୍ଥାନୀୟ ଡିଗ୍ରୀ କଲେଜ ତାଙ୍କ ନାମରେ ନାମିତ ହୋଇଛି, ତାହା ହେଉଛି ତାଙ୍କର ସର୍ବୋଚ୍ଚ ବଳିଦାନର ଶ୍ରଦ୍ଧାଞ୍ଜଳି ।