କେନ୍ଦ୍ରାପଡ଼ାର ସ୍ୱତନ୍ତ୍ର ପରିଚୟ ବିଶ୍ୱ ପ୍ରସିଦ୍ଧ ‘ରସାବଳୀ’

କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରସିଦ୍ଧ ରସାବଳୀ । ବଡ ଠାକୁର ଶ୍ରୀ ବଳଦେବଜୀଉଙ୍କ ପ୍ରିୟ ଭୋଗ । ଏହି ଭୋଗ ପ୍ରଭୁ ଜଗନ୍ନାଥଙ୍କ ଛପନ ଭୋଗ ମଧ୍ୟରେ ବି ଅନ୍ତର୍ଭୂକ୍ତ । ରସାବଳୀ ସମ୍ପର୍କରେ ପ୍ରାଚୀନ ଦାଣ୍ଡି ରାମାୟଣ ଓ ଜଗମୋହନ ରାମାୟଣରେ ଅତ୍ୟନ୍ତ ସ୍ପଷ୍ଟ ଭାବରେ ଲେଖା ଯାଇଛି I

222

କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରସିଦ୍ଧ ରସାବଳୀ । ବଡ ଠାକୁର ଶ୍ରୀ ବଳଦେବଜୀଉଙ୍କ ପ୍ରିୟ ଭୋଗ । ଏହି ଭୋଗ ପ୍ରଭୁ ଜଗନ୍ନାଥଙ୍କ ଛପନ ଭୋଗ ମଧ୍ୟରେ ବି ଅନ୍ତର୍ଭୂକ୍ତ । କେନ୍ଦ୍ରାପଡା ବାସୀଙ୍କର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ନୈବେଦ୍ୟ ଭାବେ ଏହା ସାରାଦେଶରେ ଖୁବ ଖ୍ୟାତିଲାଭ କରିଛି । କ୍ଷୀର, ଛେନା, ଚିନି, ଅଟା ଓ ଗୁଆଘିଅରେ ପ୍ରସ୍ତୁତ ମିଠା ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ପ୍ରସିଦ୍ଧି ଲାଭ କରିଛି । ରସାବଳୀ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାରେ ଦୈନିକ ପାଖାପାଖି ୩ ହଜାର ଲିଟର କ୍ଷୀର ଓ ୧୦ କ୍ଵିଣ୍ଟାଲ ଛେନା ବିକ୍ରି ହୋଇଥାଏ । କେନ୍ଦ୍ରାପଡ଼ାକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିବା ବିଶ୍ୱ ପ୍ରସିଦ୍ଧ ରସାବଳୀ ଏବଂ କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ରର ଅଧିନାୟକ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଏହା ହେଉଛି ମୁଖ୍ୟ ଭୋଗ ।

The Famous Sweet Rasabali of Kendrapada District
@tapankuparida28

ଇତିହାସରୁ ଜଣାଯାଏ ଯେ  ଗଙ୍ଗରାଜତ୍ୱ ସମୟରୁ ଅର୍ଥାତ ୪୦୦ ବର୍ଷ ପୂର୍ବରୁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା , ବଳଦେବଜିଉଙ୍କ ମୁଖ୍ୟ ପ୍ରସାଦ ଭାବେ ଜଣାଶୁଣା ସୁସ୍ୱାଦୁ ମିଷ୍ଟାର୍ଣ୍ଣ ରସାବଳୀକୁ କେନ୍ଦ୍ରାପଡା ବାସି ବିକ୍ରୟ କରି ନିଜର ଗୁଜୁରାଣ ମେଣ୍ଟାନ୍ତି I ଏପରିକି ରସାବଳୀ ସମ୍ପର୍କରେ ପ୍ରାଚୀନ ଦାଣ୍ଡି ରାମାୟଣ ଓ ଜଗମୋହନ ରାମାୟଣରେ ଅତ୍ୟନ୍ତ ସ୍ପଷ୍ଟ ଭାବରେ ଲେଖା ଯାଇଅଛି I ଏପରିକି ରସାବଳୀ ସମ୍ପର୍କରେ ପ୍ରାଚୀନ ଦାଣ୍ଡି ରାମାୟଣ ଓ ଜଗମୋହନ ରାମାୟଣରେ ଅତ୍ୟନ୍ତ ସ୍ପଷ୍ଟ ଭାବରେ ଲେଖା ଯାଇଛି I

The Famous Sweet Rasabali of Kendrapada District
@odisha_tourism

ଏହାର ପ୍ରସ୍ତୁତି ପ୍ରଣାଳୀ :

 ଏହାକୁ ପ୍ରସ୍ତୁତ କରିବା ପାଇଁ ଛେନା , ଲେମ୍ବୁ ରସ, ମଇଦା, ଚିନି ଗୁଣ୍ଡ, ଅଳ୍ପ ବେକିଂ ସୋଡା, ଗୁଜୁରାତି, ରସାବଳୀ କ୍ଷୀର କରିବା ପାଇଁ ଫୁଲ୍‌ ଫ୍ୟାଟ୍‌ କ୍ଷୀର ଓ ରିଫାଇନ୍‌ ତେଲ ଆବଶ୍ୟକ ।  ଛେନାରେ ମଇଦା ମିଶି ଚିକଣ ହୋଇଗଲା ପରେ, ସେଥିରେ ଖୁବ୍‌ କମ ମାତ୍ରାରେ ବେକିଂ ସୋଡା ମିଶାଇ ପୁଣି ଚକଟନ୍ତୁ  । ଏହାପରେ ସେହି ଛେନା ଚକଡ଼ାକୁ ଗୋଲ ଗୋଲ ଆକାର କରି ପାପୁଲି ସାହାଯ୍ୟରେ ଚାପି ‘ଆଳୁ ଟିକା’ ଭଳି ରୂପ ଦିଅନ୍ତୁ ଏବଂ ତାହାକୁ ଛାଣନ୍ତୁ । ଛାଣିବା ସମୟରେ ତେଲକୁ ବେଶି ଗରମ କରିବେ ନାହିଁ, ନହେଲେ ଛେନା ପୋଡ଼ିଯିବ ଯାହାକି ରସବଳୀର ସ୍ଵାଦକୁ ନଷ୍ଟ କରିପାରେ  । ସେଥିପାଇଁ ଅଳ୍ପ ଆଞ୍ଚରେ ତାହାକୁ ଛାଣିବେ ।

                                                                 ରସାବଳୀର କ୍ଷୀର ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ପାତ୍ରକୁ ଭଲ ଭାବରେ ଗରମ କରି ସେଥିରେ ଫୁଲ୍‌ ଫ୍ୟାଟ୍‌ କ୍ଷୀର ପକାଇ ଫୁଟାନ୍ତୁ । କ୍ଷୀର ଫୁଟି ଅଧା ହୋଇଗଲେ ବା ଅଳ୍ପ ବହଳିଆ ଦେଖାଗଲେ, ସେଥିରେ ଚିନି ଓ ବାସ୍ନା ପାଇଁ ଗୁଜୁରାତି ପକାଇ ପୁଣି ଫୁଟାନ୍ତୁ । ପାଣି  ଫୁଟିସାରିଲା ପରେ ଗ୍ୟାସକୁ ବନ୍ଦ କରି କ୍ଷୀରରେ ଛଣାଯାଇଥିବା ଛେନାକୁ ପକାଇ ଢ଼ାଙ୍କୁଣି ଘୋଡ଼ାଇ ଦେବେ । ଗରମ ଗମର କ୍ଷୀରରେ ଛେନା ପଡ଼ି ଛେନା ଫୁଲିବା ସହିତ ନରମ ହୋଇଥାଏ । ଏହାପରେ ପ୍ରସ୍ତୁତ ହୋଇଯିବ  ସ୍ୱାଦିଷ୍ଟ ରସାବଳୀ ।