ଧଉଳି ପ୍ରସିଦ୍ଧ ବୌଦ୍ଧ ବିହାର

ଧଉଳି ଓଡ଼ିଶାରେ ଥିବା ଏକ ପ୍ରସିଦ୍ଧ ବୌଦ୍ଧ ବିହାର । ଏହା ଏକ ଐତିହାସିକ ସ୍ଥାନ । ଏହି ଐତିହାସିକ ସ୍ଥଳୀଟି ଦୟା ନଦୀ କୂଳରେ ଧଉଳି ପାହାଡ଼ ଉପରେ ଅବସ୍ଥିତ ।  ଯାହାକି  ଭୁବନେଶ୍ବର ଠାରୁ ପାଖାପାଖି  ୮ କିମି ଦୂରରେ ଅବସ୍ଥିତ ।

0 252

ଧଉଳି ଓଡ଼ିଶାରେ ଥିବା ଏକ ପ୍ରସିଦ୍ଧ ବୌଦ୍ଧ ବିହାର । ଏହା ଏକ ଐତିହାସିକ ସ୍ଥାନ । ଏହି ଐତିହାସିକ ସ୍ଥଳୀଟି ଦୟା ନଦୀ କୂଳରେ ଧଉଳି ପାହାଡ଼ ଉପରେ ଅବସ୍ଥିତ ।  ଯାହାକି  ଭୁବନେଶ୍ବର ଠାରୁ ପାଖାପାଖି  ୮ କିମି ଦୂରରେ ଅବସ୍ଥିତ । ଏଠାରେ କଳିଙ୍ଗ ଯୁଦ୍ଧ ହୋଇଥିଲା ବୋଲି ଅନେକ ଐତିହାସିକମାନେ ମତ ଦିଅନ୍ତି । ଏହିଠାରେ ସମ୍ରାଟ ଅଶୋକ ଚଣ୍ଡାଶୋକରୁ ଧର୍ମାଶୋକ ପାଲଟିଥିଲେ  । ଏବେ ଏହି ସ୍ଥାନ ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପାଲଟିଛି ।

The famous Buddhist monastery of Dhauli
@Way_To_India

ଧଉଳି ଏକ ଶାନ୍ତ ଓ ସୁନ୍ଦର ପରିବେଶ ବହନ କରେ ।  ୧୯୭୦ରେ ଧଉଳି ପାହାଡ଼ ଉପରେ ନିର୍ମିତ ହୋଇଥିଲା ଏହି ଶାନ୍ତି ସ୍ତୂପଟି   ।  ୧୯୭୦ରେ ଜାପାନ ବୁଦ୍ଧ ସଙ୍ଘ ଓ କଳିଙ୍ଗ ବୁଦ୍ଧ ସଙ୍ଘର ମିଳିତ ଚେଷ୍ଟାରେ ଧଉଳି ପାହାଡ଼ ଉପରେ ଏହି  ଶାନ୍ତି ସ୍ତୂପ ତୋଳା ଯାଇଥିଲା । ଧଉଳି ପାହାଡ ଉପରେ ଥିବା ଏହି  ଶାନ୍ତି ସ୍ତୂପକୁ ଆଜିର ଦିନରେ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ପର୍ଯ୍ୟଟକ ଆସନ୍ତି ।  ଧଉଳିର ପ୍ରାକୃତିକ ସୌନ୍ଦର୍ଯ୍ୟ ସେମାନଙ୍କୁ ଆତ୍ମତୃପ୍ତି ଦେଇଥାଏ ।

The famous Buddhist monastery of Dhauli
@Way_To_India

‘‘ଧଉଳିର ପ୍ରାଚୀନ ନାଁ ଥିଲା ତୋଷଳି । ଉଭୟ ତୋଷଳି, ଦକ୍ଷିଣ ତୋଷଳି, ଉତ୍ତର ତୋଷଳି, କୋଶଳ, କଙ୍ଗୋଦ, ଉତ୍କଳ, କଳିଙ୍ଗ ମଶି ଏହା ଏକ ବିରାଟ ସାମ୍ରାଜ୍ୟ ଥିଲା। ସେତେବେଳେ ଏହାର ବିଶାଳ ନୌବାଣିଜ୍ୟ ଶକ୍ତି ଥିଲା ।  ଏଠାରେ ଶିଳାଲେଖରେ ରହିଛି ଅଶୋକଙ୍କ ଅନୁଶାସନ । ଯାହାକି  ବ୍ରାହ୍ମୀ ଲିପି ଓ ପାର୍ଲି ଭାଷାରେ ଲେଖାଯାଇଥିବା ପ୍ରମାଣ ମିଳେ ସେଠାରେ ଥିବା ଶିଳାଲେଖରୁ ।

The famous Buddhist monastery of Dhauli
@gurichopra

ଏଥିରେ ଅଶୋକଙ୍କ ଅନୁଶାସନ ଲେଖାଯାଇଛି । ପ୍ରଜାମାନଙ୍କ ହିତ ସାଧନ ପାଇଁ କାମ କରିବେ, ପ୍ରଜାଙ୍କୁ ସନ୍ତାନ ତୁଲ୍ୟ ଦେଖିବେ। ଏହିସବୁ ସେଥିରେ ବର୍ଣ୍ଣନା କରାଯାଇଛି’’। ଶାନ୍ତିସ୍ତୂପ ଧଉଳି ପଛ ପଟରେ ଏକ ଶିବ ମନ୍ଦିର ରହିଛି । ଏହାର ନାଁ ଧବଳେଶ୍ୱର ମନ୍ଦିର। ଧଉଳିକୁ ଆସୁଥିବା ସମସ୍ତ ପର୍ଯ୍ୟଟକ ଏଠାକୁ ଯାଇଥାନ୍ତି । କୁହାଯାଏ ଯେଉଁଠି ବି ବୌଦ୍ଧ କୀର୍ତ୍ତିରାଜି ରହିଛି ସେହି ନିକଟରେ ଶିବ ମନ୍ଦିର ରହିଛି ।

The famous Buddhist monastery of Dhauli
@Dibyendu85Das

ଦିନେ ଦିଗ୍‌ବିଜୟୀ ସମ୍ରାଟ ଏହିଠାରେ ବିଜୟ ସ୍ତମ୍ଭ ନିର୍ମାଣ କରି ମାନବ କଲ୍ୟାଣ ପାଇଁ ସଂକଳ୍ପ ନେଇଥିଲେ । ଆଜି ଏହି ସ୍ଥାନଟି  ଶାନ୍ତି ପୀଠ ଭାବେ ପରିଗଣିତ ହୋଇଛି ସାରା ପୃଥିବୀରେ ।  ଏବେ ଏଠାରେ  ରାଜ୍ୟ ସରକାର  ଧଉଳି କଳିଙ୍ଗ ମହୋତ୍ସବ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରୁଛନ୍ତି ।