ଯାଜପୁର ଜିଲ୍ଲା ଚଣ୍ଡିଖୋଲ ସ୍ଥିତ ପ୍ରସିଦ୍ଧ ମାଁ ଚଣ୍ଡିଙ୍କ ମନ୍ଦିର

ଯାଜପୁର ଜିଲ୍ଳା ସମସ୍ତ ପୌରାଣିକ ଓ ଐତିହାସିକ କଳାକୃତି ମଧ୍ୟରୁ ଚଣ୍ଡିଖୋଲର ଅନ୍ୟତମ ଶକ୍ତିପୀଠ ହେଉଛି ମାଁ ଚଣ୍ଡିମନ୍ଦିର । ଏ ହେଉଛି ଯାଜପୁର ଜିଲ୍ଳା ଚଣ୍ଡିଖୋଲର ପ୍ରସିଦ୍ଧ ଶକ୍ତି ପୀଠ ମା’ ଚଣ୍ଡିଙ୍କ ମନ୍ଦିର । ଚଣ୍ଡିଖୋଲ ଛକଠାରୁ ଡୁବୁରୀ ରାସ୍ତାରେ ୩ କିମି ଭିତରକୁ ଗଲେ ପଡେ ମାଁଙ୍କ  ମନ୍ଦିର ।

0 350

ଯାଜପୁର ଜିଲ୍ଲାର କୋଣ ଅନୁକୋଣରେ ରହିଛି ପ୍ରାଚୀନ ଐତିହାସିକ ସଂସ୍କୃତିର ଛାପ । ଐତିହ୍ୟ କୀର୍ତ୍ତିରାଜି କୁ ନେଇ ଏହି ପର୍ଯ୍ୟଟନ କ୍ଷେତ୍ର ଶୋଭିତ ଯାହା ପାଇଁ ପ୍ରତି ବର୍ଷ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି ଏଠାକୁ । ପ୍ରାଚୀନ ଉତ୍କଳର ରାଜଧାନୀ ଥିବା ଯାଜପୁରର ଗଳିକନ୍ଦିରେ ପୌରାଣିକ ଓ ଐତିହାସିକ କଳାକୃତି ବିଦ୍ୟମାନ । ସାରା ଜିଲ୍ଲାରେ ରହିଛି ଅନେକ ବୌଦ୍ଧକୀର୍ତ୍ତିର ଭାଗନ୍ନାବିବେଶ। ଏଠାରେ ଥିବା ରତ୍ନଗିରି, ଉଦୟଗିରି, ତଥା ଲାଙ୍ଗୁଡ଼ିର ପ୍ରତ୍ନତାତ୍ତିକ ସମ୍ପଦ ବିଶ୍ୱବାସୀଙ୍କୁ ଆକର୍ଷିତ କରିଥାଏ ।

Chandikhola famous Maa Chandi temple, Jajpur district
                                                                                                         Odisha Tour

ଯାଜପୁର ଜିଲ୍ଳା ସମସ୍ତ ପୌରାଣିକ ଓ ଐତିହାସିକ କଳାକୃତି ମଧ୍ୟରୁ ଚଣ୍ଡିଖୋଲର ଅନ୍ୟତମ ଶକ୍ତିପୀଠ ହେଉଛି ମାଁ ଚଣ୍ଡିମନ୍ଦିର । ଏହା ଧୀରେ ଧୀରେ ଏବେ ପର୍ଯ୍ୟଟକଙ୍କ ପାଇଁ ପାଲଟିଛି ଆକର୍ଷଣୀୟ ସ୍ଥାନ । ପ୍ରାକୃତିକ ପରିବେଶ ସାଙ୍ଗକୁ ଘଞ୍ଚ ଜଙ୍ଗଲରେ ଶୋଭା ପାଉଛି ଏଠାରେ ଥିବା ମାଁ ଚଣ୍ଡିଙ୍କ ପୀଠ । ମା’ ଚଣ୍ଡିଙ୍କ ନାମରେ ନାମିତ ହୋଇଛି ଚଣ୍ଡିଖୋଲ ଛକର ନାମକରଣ । ଏ ହେଉଛି ଯାଜପୁର ଜିଲ୍ଳା ଚଣ୍ଡିଖୋଲର ପ୍ରସିଦ୍ଧ ଶକ୍ତି ପୀଠ ମା’ ଚଣ୍ଡିଙ୍କ ମନ୍ଦିର । ଚଣ୍ଡିଖୋଲ ଛକଠାରୁ ଡୁବୁରୀ ରାସ୍ତାରେ ୩ କିମି ଭିତରକୁ ଗଲେ ପଡେ ମାଁଙ୍କ  ମନ୍ଦିର । ବାରୁଣାବନ୍ତ ପାହାଡ ଖୋଲରେ ସବୁଜ ବନାନୀ ଭିତରେ ମା’ ଚଣ୍ଡି ବିରାଜମାନ ହୋଇଥିବାରୁ ମାଆଙ୍କ ନାଁ ଅନୁଯାୟୀ ଚଣ୍ଡିଖୋଲ ଛକର ନାମକରଣ ହୋଇଛି ।

Chandikhola famous Maa Chandi temple, Jajpur district
                                                                                                   Jajpur District Administration

ଏହାର ଶୁଦ୍ଧ ଝରଣାପାଣି ପର୍ଯ୍ୟଟକଙ୍କ ପାଇଁ ଖୁବ୍ ଆକର୍ଷଣୀୟ ହୋଇଥିବା ବେଳେ ଏଠାକାର ପାତିମାଙ୍କଡମାନେ ଏହାର ଶୋଭାକୁ ଦ୍ୱିଗୁଣିତ କରିଥାନ୍ତି । କିମ୍ବଦନ୍ତୀ ଅନୁଯାୟୀ ଭଗବାନ ରାମଚନ୍ଦ୍ର ଏଠାରେ ହନୁମାନଙ୍କ ଦ୍ୱାରା ମା’ଚଣ୍ଡିଙ୍କୁ ମହିରାବଣ କବଳରୁ ଉଦ୍ଧାରକରି ଏଠାରେ ପ୍ରତିଷ୍ଠା କରି ପୂଜାର୍ଚନା କରୁଥିଲେ । ତେଣୁ ମନ୍ଦିରର ଚାରିଆଡେ ରାମ୍ ରାମ୍ ବୋଲି ଲେଖାଥିବା ଦେଖିବାକୁ ମିଳେ । ଏହି ପୀଠରେ ମାଆ ଛିନମସ୍ତା ଚଣ୍ଡିରୂପେ ପୂଜାପାଉଛନ୍ତି । ସବୁଠାରୁ ବଡ କଥା ହେଲା, ଦୀର୍ଘ ୮୫ବର୍ଷ ହେବ ଏଠାରେ ଜଳୁଥିବା ଧୂନିରୁ ଅଗ୍ନୀନେଇ ମା’ଙ୍କର ପ୍ରସାଦ ପ୍ରସ୍ତୁତି କରାଯାଇଥାଏ । ଯାହାକି ସେଠାକାର ବେଶ ଆକର୍ଷଣୀୟ କଥା , ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ ।