ପୋତାଗଡ: ଗଞ୍ଜାମ ଜିଲ୍ଲାର ଐତିହାସିକ ଦୁର୍ଗ

ଉତ୍କର୍ଷ କଳାରେ ପରିପୁର୍ଣ୍ଣ ଓଡ଼ିଶା ରାଜ୍ୟ । ଯାହାର ଅନ୍ୟନ୍ୟ ନିଦର୍ଶନ ଦେଖିବାକୁ ମିଳେ ଗଞ୍ଜାମ ଜିଲ୍ଲାର ପୋତାଗଡ ଦୁର୍ଗରେ । ବ୍ରିଟିଶ ଶାସନାଧୀନ ଭାରତରେ ପୋତାଗଡ ଦୁର୍ଗକୁ ଗଞ୍ଜାମର ପ୍ରଥମ ପ୍ରଶାସନିକ କେନ୍ଦ୍ର ବୋଲି କୁହାଯାଏ ।

0 327

ଉତ୍କର୍ଷ କଳାରେ ପରିପୁର୍ଣ୍ଣ ଓଡ଼ିଶା ରାଜ୍ୟ । ଏହାର ପ୍ରତିଟି କୋଣ ଅନୁକୋଣରେ ଦବି ରହିଛି ଅନେକ ଐତିହାସିକ ସ୍ଥଳ ଆଉ ତା ସହିତ ଜଡ଼ିତ ଥିବା ଅନେକ ରୋମଞ୍ଚକ କାହାଣୀ । ଯାହାର ଅନ୍ୟନ୍ୟ ନିଦର୍ଶନ ଦେଖିବାକୁ ମିଳେ ଗଞ୍ଜାମ ଜିଲ୍ଲାର ପୋତାଗଡ ଦୁର୍ଗରେ । ବଙ୍ଗୋପସାଗର ଓ ଋଷିକୁଲ୍ୟା ନଦୀ ମୁହାଣରେ ରହିଛି ଏହି ଐତିହାସିକ ଦୁର୍ଗ ପୋତାଗଡ । ବ୍ରିଟିଶ ଶାସନାଧୀନ ଭାରତରେ ପୋତାଗଡ ଦୁର୍ଗକୁ ଗଞ୍ଜାମର ପ୍ରଥମ ପ୍ରଶାସନିକ କେନ୍ଦ୍ର ବୋଲି କୁହାଯାଏ । ଏହି ଦୁର୍ଗ ବିଗତ ସମୟର ଶାସକ ଓ ସେମାନଙ୍କ କାର୍ଯ୍ୟକଳାପର ମୁକସାକ୍ଷୀ । ପ୍ରାଚୀନ ଉତ୍କଳର ଐତିହ୍ୟ ବହନ କରୁଥିବା ପୋତାଗଡକୁ ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ଦୂରଦୂରାନ୍ତରୁ ଭ୍ରମଣରେ ଆସିଥାନ୍ତି ।

Potagarh:  The Historical Fort Of Ganjam  District
@narayanatweets

ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରଠାରୁ ଏହା ପ୍ରାୟ ୮ କିମି ଦୂର ଗଞ୍ଜାମ ସହର ନିକଟରେ ଅବସ୍ଥିତି । କୁହାଯାଏ ଏହି ଗଡ଼ଟି  ପୋତି ହୋଇଯିବା ଫଳରେ ଏହାର ନାମ ପୋତାଗଡ଼ ଭାବେ ନାମିତ ହୋଇଥିଲା । ଏଠାରେ ସ୍ଥିତ ହାତୀଶାଳ, ଘୋଡାଶାଳ ଆଦି ଅନେକ ଐତିହ୍ୟ କୀର୍ତ୍ତିଗୁଡିକ ଏବେ ବି ପୋତି ହୋଇରହିଛି । ପୂର୍ବ କାଳରେ କୌଣସି ବିପଦକୁ ଟାଳିବା ପାଇଁ ରାଜାଙ୍କ ଆତ୍ମଗୋପନ ନିମନ୍ତେ ଏଠାରେ ଏକ ସୁଡୁଙ୍ଗ ରହିଥିବା ଦେଖିବାକୁ ମିଳେ । ଏଥିସହ ସ୍ନାନ ନିମନ୍ତେ ଋଷିକୁଲ୍ୟା ନଦୀକୁ ସଂଯୋଗ ପାଇଁ ଏକ ରାସ୍ତା ମଧ୍ୟ ରହିଛି ।

Potagarh:  The Historical Fort Of Ganjam  District
@kailash678

ବର୍ଷ ବର୍ଷ ଏଠାରେ ପ୍ରାକୃତିକ ବନ୍ଦରର ଭଗ୍ନ ବତୀଘର, ଗୁପ୍ତଦ୍ୱାର, ଘୋଡାଶାଳ ଅନେକ କାହାଣୀ ବର୍ଣ୍ଣନା କରେ ।   ଆହୁରିମଧ୍ୟ କୁହାଯାଏ କି, ବ୍ରିଟିଶ ଶାସନ ପୂର୍ବରୁ ଏବଂ ପରେ ଏଠାରୁ ସୂଦୁର ପ୍ରାଚ୍ୟଦେଶ, ଦକ୍ଷିଣପୂର୍ବ ଏସିଆ ଓ ଆଫ୍ରିକା ଦ୍ୱୀପପୁଞ୍ଜମାନଙ୍କ ସହିତ ପ୍ରାଚୀନ କଳିଙ୍ଗର ବାଣିଜ୍ୟିକ ସ୍ଥାପନ ହେଉଥିଲା । ଯାହାପାଇଁ ଏହା ଅଧିକ ସମୃଦ୍ଧ ହୋଇଥିଲା ।

Potagarh:  The Historical Fort Of Ganjam  District
@narayanatweets

ଏହି ଦୁର୍ଗ ମଧ୍ୟରେ ଥିବା ଗୁପ୍ତ ସୁଡଂଗ ସହିତ ଜଡିତ ଅନେକ ଭୌତିକ କଥାବସ୍ତୁ ସମୁହ ଖୁବ୍ ଭୀତି ସଂଚାର କରେ । ପ୍ରାଚୀନ ଗଂଜାମର ରକ୍ଷା କବଚ ଥିଲେ ଏହି ଗଡର ଗଡଦେବୀ । ଗଞ୍ଜାମର ଅଧିବାସୀଙ୍କ ମୁଖରୁ ଶୁଣିବାକୁ ମିଳେ ଯେ ଶତ୍ରୁ ଆକ୍ରମଣ ସମୟରେ ତତ୍କାଳୀନ ଗଞ୍ଜାମ ଗଡର ରାଜା ନିଜକୁ ରକ୍ଷା କରିବା ପାଇଁ ଏହି ଗୁପ୍ତ ସୁଢଙ୍ଗ ପଥ ଦେଇ କେଉଁ ଆଡେ ଚାଲିଯାଇଥିଲେ । ଗଡର ପୁର୍ବ ଦିଗରେ ଏକ ପ୍ରସସ୍ଥ ମୁଖ୍ୟଦ୍ଵାର ରହିଛି । ଯାହା ଗଡରୁ ବଂଗୋପସାଗର ମଧ୍ୟକୁ ଏକ ଗୁପ୍ତ ପଥ ମଧ୍ୟ ରହିଥିବା ଦେଖିବାକୁ ମିଳେ । ଏହି ସ୍ଥାନଟିର ଶାନ୍ତ ବାତାବରଣ ପ୍ରତ୍ୟେକ ମନକୁ ଆକର୍ଷିତ କରିଥାଏ । ବଣଭୋଜି ପାଇଁ ଏହା ଖୁବ ମନୋରମ ସ୍ଥାନ ଅଟେ ।