ବରଗଡ ଜିଲ୍ଲା ପ୍ରସିଦ୍ଧ ଧର୍ମ ପୀଠ ନୃସିଂହନାଥ ମନ୍ଦିର

ବରଗଡ଼ର ଅନ୍ୟତମ ପ୍ରାଣକେନ୍ଦ୍ର ଜିଲ୍ଲା ମୁଖ୍ୟାଳୟଠାରୁ ଦକ୍ଷିଣକୁ ୧୧୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରଭୁ ଶ୍ରୀଶ୍ରୀ ନୃସିଂହନାଥ ମନ୍ଦିର ହେଉଛି ଏକ ପୌରାଣିକ ମନ୍ଦିର ଏବଂ ପଶ୍ଚିମ ଓଡିଶାର ଏକ ଅଦ୍ୱିତୀୟ ପର୍ଯ୍ୟଟନ କ୍ଷେତ୍ର । ଏଠାରେ ଭଗବାନ ନୃସିଂହ ବିରାଡିର ମସ୍ତକ ଏବଂ ସିଂହର ଶରୀର ଧାରଣକରି ପୂଜା ପାଇ ଆସୁଛନ୍ତି ।

0 182

ବରଗଡ଼ ଜିଲ୍ଲା ଓଡିଶାକୁ ବିଶ୍ଵ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଛି l ବରଗଡ଼ ଜିଲ୍ଲାରେ ଅନେକ ଐତିହାସିକ ସ୍ଥାନ ଏବଂ ସ୍ମାରକ ଅଛି, ଯାହା ଜିଲ୍ଲାର ଐତିହାସିକ ଘଟଣା ଗୁଡିକୁ କହିଥାଏ । ବରଗଡ଼ର ଅନ୍ୟତମ ପ୍ରାଣକେନ୍ଦ୍ର ଜିଲ୍ଲା ମୁଖ୍ୟାଳୟଠାରୁ ଦକ୍ଷିଣକୁ ୧୧୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରଭୁ ଶ୍ରୀଶ୍ରୀ ନୃସିଂହନାଥ ମନ୍ଦିର ହେଉଛି ଏକ ପୌରାଣିକ ମନ୍ଦିର ଏବଂ ପଶ୍ଚିମ ଓଡିଶାର ଏକ ଅଦ୍ୱିତୀୟ ପର୍ଯ୍ୟଟନ କ୍ଷେତ୍ର ।

Narsinghnath-Temple-The-Famous-Temple-In-Bargarh-District
                                                                                                              @SangitaSethy

ଏହି ମନ୍ଦିର ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ବୈଷ୍ଣବ ମନ୍ଦିର ଯେଉଁଠାରେ ଭଗବାନ ନୃସିଂହ ବିରାଡ଼ି ବା ମାର୍ଜାର ରୂପେ ପୁଜା ପାଉଛନ୍ତି l ଏଠାରେ ଭଗବାନ ନୃସିଂହ ବିରାଡିର ମସ୍ତକ ଏବଂ ସିଂହର ଶରୀର ଧାରଣକରି ପୂଜା ପାଇ ଆସୁଛନ୍ତି । ନୃସିଂହନାଥ ମନ୍ଦିର ଏକ ପ୍ରସିଦ୍ଧ ଧର୍ମ ପୀଠ ଯାହା ଅତୀତର ବୋରାସମ୍ବାର ସାମ୍ରାଜ୍ୟ ସହ ସମ୍ବନ୍ଧିତ ।  ୩୨୩୪ ଫୁଟ ଉଚ୍ଚତା ବିଶିଷ୍ଟ ଗନ୍ଧମାର୍ଦ୍ଧନ ପର୍ବତର ପାଦ ଦେଶରେ ଏହି ନୃସିଂହନାଥ ମନ୍ଦିର ଅବସ୍ଥିତ ।

Narsinghnath Temple, The Famous Temple  in Bargarh District
                                                                      @swastik_bargarh

ମନ୍ଦିରର ଆଖପାଖରେ ଏକ ପାହାଡି ଝରଣା ପ୍ରବାହିତ ଯାହା ଭିନ୍ନ ଭିନ୍ନ ସ୍ଥାନରେ କପିଳଧାରା, ଭୀମଧର, ଚଳଧର, ସୀତାକୁଣ୍ଡ, ଗୌକୁଣ୍ଡ ଆଦି ଭିନ୍ନ ଭିନ୍ନ ନାମରେ ଜଣା ।  ଗନ୍ଧମାର୍ଦ୍ଧନର ସର୍ବୋଚ୍ଚ ଶିଖର ବିନ୍ଦୁ ‘ଭୀମ ମଡୁଆ’ ନାମରେ ଜଣା ।  ପବିତ୍ର ବୈଶାଖମେଳା ନୃସିଂହନାଥ ମନ୍ଦିରରେ ନୃସିଂହଚତୁର୍ଦ୍ଦଶୀରେ ପାଳନ କରାଯାଏ ଓ ପ୍ରିତି ବର୍ଷ ନୃସିଂହଚତୁର୍ଦ୍ଦଶୀରେ ଏକ ବିଶାଳ ମେଳାର ଆୟୋଜନ ମଧ୍ୟ କରାଯାଏ ଯାହା ହଜାର ହଜାର ଭକ୍ତଙ୍କୁ ଆକର୍ଷିତ କରିଥାଏ ।  ଏହା ବ୍ୟତୀତ ସୌର ପରାଗ ଓ ଚନ୍ଦ୍ର ଗ୍ରହଣ ଦିନ ମଧ୍ୟ ଏହି ପୀଠରେ ପର୍ବ ପାଳନ କରାଯାଏ ।

Narsinghnath Temple, The Famous Temple  in Bargarh District
                                                                                                                       @SubratSkp

ମନ୍ଦିର ସମ୍ମୁଖରେ ଝରଣା ଆରପଟେ ରହିଛି ଗରୁଡ଼ ସ୍ତମ୍ଭ ଯାହାର ଶୀର୍ଷରେ ଦୀପାବଳି ଉପଲକ୍ଷେ ଦୀପ ପ୍ରଜ୍ଜ୍ୱଳନ କରାଯାଇଥାଏ l ଶ୍ରୀଶ୍ରୀ ନୃସିଂହନାଥ ପୀଠ କେବଳ ସୌନ୍ଦର୍ଯ୍ୟ ଓ ଧାର୍ମିକ ଦୃଷ୍ଟିରୁ ନୁହେଁ, ମନ୍ଦିର ନିର୍ମାଣ କଳା ଓ ପ୍ରସ୍ତର ଖୋଦିତ ସୁକ୍ଷ୍ମ କାରୁକାର୍ୟ୍ଯ ଯୋଗୁଁ ମଧ୍ୟ ସ୍ୱତନ୍ତ୍ର ମହତ୍ୱ ପ୍ରତିପାଦିତ କରେ l ଏଠାକାର ପରମ୍ପରା ଅନୁସାରେ, ଏଠାରେ କେବଳ ୨୨ ବର୍ଷରୁ କମ ବୟସର ପୂଜକ ହିଁ ଠାକୁରଙ୍କ ପୂଜା କରନ୍ତି ଓ ତାଙ୍କୁ ୨୨ ବର୍ଷ ହୋଇଗଲେ ଅଯୋଗ୍ୟ ଘୋଷଣା କରାଯାଏ l ନୃସିଂହନାଥ ମନ୍ଦିରର ପାଦ ଦେଶରେ ପବିତ୍ର ପାପନାଶିନୀ ନିର୍ଝରିଣୀ ପ୍ରାକୃତିକ ସୌନ୍ଦର୍ଯ୍ୟର ପ୍ରତୀକ ଅଟେ, ଏହା ସମସ୍ତ ପର୍ଯ୍ୟଟକଙ୍କୁ ସମ୍ମୋହିତ କରିଥାଏ l ବିଶ୍ୱାସ କରାଯାଏ ଯେ ପାପନାଶିନୀ ଝରଣା ନିକଟରେ ଦୁଃଖର ଉପଶମ ପାଇଁ ଏକ କମନୀୟ ଖୋଦନ ଚିତ୍ର ସଂରକ୍ଷିତ ହୋଇ ରହିଛି ଯାହାର ଦର୍ଶନ କଲେ ମାନବ ଯାବତୀୟ ପାର୍ଥିବ ଯନ୍ତ୍ରଣାରୁ ମୁକ୍ତିଲାଭ କରିଥାଏ l