‘ଚାରି ଶମ୍ଭୁ ମନ୍ଦିର’ ବୌଦ୍ଧ ଜିଲ୍ଲା ପ୍ରସିଦ୍ଧ ଯାଆଁଳା ଶିବ ଓ ବିଷ୍ଣୁ ମନ୍ଦିର

‘ଚାରି ଶମ୍ଭୁ ମନ୍ଦିର’ ଓଡ଼ିଶାର ବୌଦ୍ଧ ଜିଲ୍ଲାରେ ଅବସ୍ଥିତ ଏକ ପ୍ରସିଦ୍ଧ ଯାଆଁଳା ଶିବ ଓ ବିଷ୍ଣୁ ମନ୍ଦିର । ବୌଦ୍ଧ ସହରଠାରୁ ୧୬ କି.ମି ଦୂରରେ ଅବସ୍ଥିତ ଜଗତି ଗାଆଁରେ ଏହି ପ୍ରସିଦ୍ଧ ମନ୍ଦିରଟି ଅବସ୍ଥିତ ।

0 286

‘ଚାରି ଶମ୍ଭୁ ମନ୍ଦିର’ ଓଡ଼ିଶାର ବୌଦ୍ଧ ଜିଲ୍ଲାରେ ଅବସ୍ଥିତ ଏକ ପ୍ରସିଦ୍ଧ ଯାଆଁଳା ଶିବ ଓ ବିଷ୍ଣୁ ମନ୍ଦିର । ବୌଦ୍ଧ ସହରଠାରୁ ୧୬ କି.ମି ଦୂରରେ ଅବସ୍ଥିତ ଜଗତି ଗାଆଁରେ ଏହି ପ୍ରସିଦ୍ଧ ମନ୍ଦିରଟି ଅବସ୍ଥିତ । ଏହି ଯୁଗଳ ମନ୍ଦିର ଦ୍ଵୟର ନିର୍ମାଣ ସମୟ ନେଇ କୌଣସି ନିର୍ଦ୍ଦିଷ୍ଟ ଲିଖିତ ପ୍ରମାଣ ନଥିଲେ ମଧ୍ୟ ନିର୍ମାଣ ଶୈଳୀ, କଳାକୃତି ଓ ଭାସ୍କର୍ଯ୍ୟ ଇତ୍ୟାଦିରୁ ଏହା ଅଷ୍ଟମ ଶତାବ୍ଦୀରେ ନିର୍ମିତ ହୋଇଥିବା ଭାରତୀୟ ପ୍ରତ୍ନତତ୍ତ୍ଵବିଦମାନଙ୍କ ଦ୍ୱାରା ଅନୁମାନ କରାଯାଇଛି । ଯାଆଁଳା ମନ୍ଦିର କହିଲେ , ଗୋଟିଏ ଭିତ୍ତଭୂମି ଉପରେ ଲାଗି ଲାଗି ତିଆରି ହୋଇଥିବା ସମାନ ଆକାରର ଦୁଇଟି ମନ୍ଦିରକୁ ବୁଝାଏ । ଦୁଇଟି ଭଗବାନ ଶିବ ଓ ବିଷ୍ଣୁ ପୂଜା ପାଉଥିବା ମନ୍ଦିରଟିର ନାମ ନୀଳମାଧବ ଏବଂ ମହେଶ୍ୱର ପୂଜାପାଉଥିବା ମନ୍ଦିରର ନାମ ସିଦ୍ଧେଶ୍ୱର । ନୀଳମାଧବ ମନ୍ଦିରର ଶିଖରରେ ଶୋଭା ପାଉଛି ନୀଳ କ୍ଲୋରାଇଟ ପଥରରେ ତିଆରି ଚକ୍ର । ସେହି ପରି ସିଦ୍ଧେଶ୍ୱର ମନ୍ଦିରର ଚୂଡା଼ରେ ସ୍ଥାପିତ ହୋଇଛି ଗୋଟିଏ ଶିବଲିଙ୍ଗ ।

The famous twin temple is 'Chari Shambhu Temple' at Boudha  district
                                                                                            @temple_of_India

ଉଚ୍ଚ ପିଣ୍ଡି ଉପରେ ଅବସ୍ଥାପିତ ଏହି ମନ୍ଦିର ଆଦ୍ୟ କଳିଙ୍ଗ ମନ୍ଦିର ସ୍ଥାପତ୍ୟ କଳାର ନିଦର୍ଶନ ସ୍ୱରୂପ ଆୟତାକାର ଢାଞ୍ଚାର ମୁଖଶାଳା ରହିଥିବାବେଳେ ମୂଳ ମନ୍ଦିର ଦ୍ବୟ ପାରମ୍ପରିକ ରେଖା ଦେଉଳ ଶୈଳୀରେ ନିର୍ମିତ । ଉଭୟ ମନ୍ଦିରରେ ଅନେକ କଳାକୃତି ଓ ଭାସ୍କର‌୍ୟ୍ୟ ରହିଥିବା ବେଳେ ସମ୍ମୁଖ ଓ ପାର୍ଶ୍ୱ ଭାଗରେ ନାଗ ସ୍ତମ୍ଭ ରହିଛି ।

The famous twin temple is 'Chari Shambhu Temple' at Boudha  district
                                                                                     @temple_of_India

କାରୁକାର୍ଯ୍ୟ ଦୃଷ୍ଟିରୁ ଦେଖିଲେ ଭୁବନେଶ୍ୱରର ମୁକ୍ତେଶ୍ୱର ଓ ପରଶୁରାମେଶ୍ୱର ମନ୍ଦିର ସହ ଏହା ତୁଳନୀୟ । ଗନ୍ଧରାଡ଼ିର ଯାଆଁଳା ମନ୍ଦିର ଖିଞ୍ଜଳିର ଭଞ୍ଜ ରାଜାମାନଙ୍କ ପୃଷ୍ଠପୋଷକତାରେ ଅଷ୍ଟମ ଶତାବ୍ଦୀର ଶେଷ ଭାଗରେ ତିଆରି ହୋଇଥିବା ବିଶ୍ୱାସ ରହିଛି । ଚାରି ଶମ୍ଭୁ ମନ୍ଦିର ନାମରେ ପ୍ରସିଦ୍ଧ ମନ୍ଦିରରେ ଚାରୋଟି ଶିବ ଲିଙ୍ଗ ପୂଜା ପାଉଛନ୍ତି । ସିଦ୍ଧେଶ୍ୱର, ଜୋଗେଶ୍ୱର, କପିଳେଶ୍ୱର ଏବଂ ପଶ୍ଚିମ ସୋମନାଥ । ମୂଖ୍ୟ ମନ୍ଦିର ଠାରୁ କିଛି ଦୂରରେ ଏକ ବରଗଛ ମୂଳେ ଅଷ୍ଟଭୂଜା ଦୁର୍ଗା ଏବଂ ପଶ୍ଚିମ ସୋମନାଥ ମନ୍ଦିର ନିକଟରେ ଗଣେଶଙ୍କ ପ୍ରତିମା ଦେଖିବାକୁ ମିଳେ । ସ୍ଥାନଟିର ଐତିହାସିକ ଗୁରୁତ୍ୱ ଥିବାରୁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ସେଠାକାର ରକ୍ଷଣାବେକ୍ଷଣ କାର୍ଯ୍ୟ କରୁଛନ୍ତି ।