କୋରାପୁଟ ଜିଲ୍ଲା ପ୍ରସିଦ୍ଧ ସ୍ଥାନ ‘ବତ୍ରିଶ ସିଂହାସନ’

ନନ୍ଦପୁର ର ବତ୍ରିଶ ସିଂହାସନ ଅବିଭକ୍ତ କୋରାପୁଟ ତଥା ର ଓଡ଼ିଶାର ଅନ୍ୟତମ ଐତିହାସିକ ସ୍ଥଳ ଅଟେ । ଯାହା କି  ତ୍ରୟୋଦଶ ଶତାବ୍ଦୀ ର ଶେଷ ଓ ଚତୁର୍ଦଶ ଶତାବ୍ଦୀ ର ପ୍ରାରମ୍ଭ ରେ ଶିଳା ବଂଶୀୟ ନରପତି ଙ୍କ ଦ୍ଵାରା ନିର୍ମାଣ ହୋଇଥିଲା ।

0 291

ଅନେକ ଜଣା ଅଜଣା ସୀମିତ କଥାବସ୍ତୁ, କାହାଣୀ, ଗଳ୍ପ ଓ ସତ୍ୟ ଘଟଣାବଳୀରେ ପରିପୂର୍ଣ୍ଣ ରହିଛି କୋରାପୁଟ ଜିଲ୍ଲା । ଏମିତି ଅନେକ ସ୍ଥାନ ରହିଛି ଯାହା ବିଷୟରେ ଜାଣିଲ ପରେ ମନରେ ଇଚ୍ଛା ସୃଷ୍ଟି ହୋଇଥାଏ ସେଠାକୁ ଯିବା ପାଇଁ । ସେମିତି ଏକ ସ୍ଥାନ ହେଲା କୋରାପୁଟ ଜିଲ୍ଲାର ପ୍ରାଣକେନ୍ଦ୍ର କୁହାଯାଉଥିବା ଜୟପୁର । ଜୟପୁର ସହରଠାରୁ ପ୍ରାୟ ୭୦ କିଲୋମିଟର ଦୂରରେ ଅବସ୍ଥିତ ନନ୍ଦପୁର ଓ ବତ୍ରିଶ ସିଂହାସନ କଥା ଏବେ ବି ଓଡିଶାର ବିଭିନ୍ନ ପ୍ରାନ୍ତରେ ଅଜଣା ରହିଛି । ଏହାର ଇତିହାସ ଓ ବତ୍ରିଶ ସିଂହାସନକୁ ନେଇ ରହିଛି ରହସ୍ୟ ଓ ରୋମାଞ୍ଚକର କାହାଣୀ । ନନ୍ଦପୁର ର ବତ୍ରିଶ ସିଂହାସନ ଅବିଭକ୍ତ କୋରାପୁଟ ତଥା ର ଓଡ଼ିଶାର ଅନ୍ୟତମ ଐତିହାସିକ ସ୍ଥଳ ଅଟେ । ଯାହା କି  ତ୍ରୟୋଦଶ ଶତାବ୍ଦୀ ର ଶେଷ ଓ ଚତୁର୍ଦଶ ଶତାବ୍ଦୀ ର ପ୍ରାରମ୍ଭ ରେ ଶିଳା ବଂଶୀୟ ନରପତି ଙ୍କ ଦ୍ଵାରା ନିର୍ମାଣ ହୋଇଥିଲା । ଉଜ୍ଜ୍ଵୟନୀ ଅଧିପତିଗଣ ଦେବୀ ଉପାସକ ଥିବା ବେଳେ ଦଶହରାର କିଛି ସ୍ୱତନ୍ତ୍ର ନିୟମାବଳୀକୁ ପରିପାଳନ କରୁଥିଲେ ଯାହାର ପ୍ରମାଣ ଆଜି ବି ଏଠାରେ ଥିବା ଦେବୀଙ୍କ ମୂର୍ତ୍ତି ପ୍ରମାଣିତ କରେ । ଘଞ୍ଚ ଜଙ୍ଗଲ ଓ ବଣପାହାଡ ଘେରା ନନ୍ଦପୁରରେ ରହିଛି ବତ୍ରିଶ ସିଂହାସନ । ଏହି ସିଂହାସନ ନାମକରଣ ପଛରେ ରହିଛି ଅନେକ ଲୋକକଥା ।  ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ସତ୍ତ୍ବେ ପ୍ରତ୍ଯେକ ବର୍ଷ ଅନେକ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି ।

'Batrish Sihasan' Famous Place of Koraput District
@VAdkri

କୁହାଯାଏ ଯେ, ଦ୍ବାଦଶ ଶତାବ୍ଦୀରେ ଶିଳାବଂଶୀ ରାଜା ଏବଂ ପଞ୍ଚଦଶ ଶତାବ୍ଦୀର ସୂର୍ଯ୍ୟବଂଶୀ ରାଜାମାନେ ନନ୍ଦପୁରରେ ରାଜତ୍ବ କରୁଥିଲେ । ସୂର୍ଯ୍ୟବଂଶୀ ଶାସନ କାଳରେ ବିନାୟକ ଦେବ ରାଜା ହେବା ପରେ ବିକ୍ରମାଦିତ୍ୟ ଦ୍ୱିତୀୟଙ୍କ ଦ୍ବାରା ତାଙ୍କ ଜ୍ବାଇଁକୁ ପ୍ରଦତ୍ତ ବତ୍ରିଶ ସିଂହାସନକୁ ପୂର୍ଣ୍ଣ ନିର୍ମାଣ କରାଇଥିଲେ । ଏଠାରେ ଥିବା ୩୨ ଟି ପାହାଚ ଗୋଲାକାର ବିଶିଷ୍ଟ ଶିଳାରେ ନିର୍ମିତ ହୋଇଥିଲା । ବିନାୟକ ଦେବଙ୍କ ପରଠାରୁ ରାଜ ବଂଶର ପ୍ରତ୍ୟେକ ରାଜା ଏହି ସିଂହାସନରେ ବସି ରାଜ୍ୟାଭିଷେକ ହେଉଥିଲେ । ପରେ ପରେ ରାଜା ବିକ୍ରମାଦିତ୍ୟଙ୍କ ସ୍ମୃତିରେ ପୁନଃ ନିର୍ମିତ ହେଲା ଏହି ୩୨  ସିଂହାସନ ।

'Batrish Sihasan' Famous Place of Koraput District
@Rakeshkumarray8

ସେହିପରି ଲୋକକଥା ରହିଛି ଯେ  ଜୟପୁରର ରାଜା ବିକ୍ରମଦିତ୍ୟ ସାଧାରଣତଃ ଅନେକ ସମୟରେ ନିକଟସ୍ଥ ଜଙ୍ଗଲରେ ଶିକାର ପରେ ଏହି ସ୍ଥାନକୁ ଆସି ସିଂହାସନରେ ବସି ଆରାମ କରିଥାନ୍ତି । ଏହି ସ୍ଥାନର ନିମ୍ନ ଭାଗରେ ୩୨ ପାହାଚ ସଂଯୁକ୍ତ ଓ ଉପରି ଭାଗ ଏକ କ୍ଷୁଦ୍ର ପାହାଡ ସଦୃଶ ଥିଲା । ଏହା ଏକ ପ୍ରକାର ସିଂହାସନ ପ୍ରାୟ ଦେଖାଯାଉଥିଲା ସେଥିପାଇଁ ଏହି ସିଂହାସନ ବତ୍ରିଶ ସିଂହାସନ ଭାବେ ବେଶ ଜଣାଶୁଣା । ଏହି ୩୨ ସିଂହାସନକୁ ନେଇ ଅନେକ ରୋଚକ ଲୋକକଥା, କାହାଣୀ ରହିଛି । ଲୋକେ କୁହନ୍ତି ସିଂହାସନର ଅଲୌକିକ, ଦୈବୀକ ଶକ୍ତି କାରଣରୁ ଯେ କେହି ଏହା ଉପରେ ବସେ ତାର କ୍ଷଣିକ ମଧ୍ୟରେ ମନରେ ପରିବର୍ତ୍ତନ ଆସେ, ସକରାତ୍ମକ ଶକ୍ତି ଜାଗରିତ ହୋଇଉଠେ । ନନ୍ଦପୁର ବତ୍ରିଶ ସିଂହାସନ ବିଖ୍ୟାତ ୩୨ଟି ପାହାଚ କିମ୍ବଦନ୍ତୀ ମହାରାଜା ବିକ୍ରମାଦିତ୍ୟଙ୍କ ସ୍ମୃତିରେ ସୁରକ୍ଷିତ । ଏହି ଐତିହାସିକ ସ୍ଥାନଟି ବେଶ ପ୍ରସିଦ୍ଧ ।