ଗଞ୍ଜାମ ଜିଲ୍ଲା ପ୍ରସିଦ୍ଧ ପ୍ରାଚୀନ ଦୁର୍ଗ “ଜଉଗଡ଼”

ଗଞ୍ଜାମ ଅଞ୍ଚଳଟି  ପ୍ରାଚୀନ କଳିଙ୍ଗ ସାମ୍ରାଜ୍ୟର ଅଂଶବିଶେଷ ଥିଲା । ଆଉ ଯାହାର ପ୍ରମାଣ ମିଳେ ଜିଲ୍ଲାରେ ଅବସ୍ଥିତ ଜଉଗଡ ଦୁର୍ଗରୁ । ଯାହା ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁରଠାରୁ ଦଶ କିଲୋମିଟର ଦୂର "ମାଳତୀ ପର୍ବତ"ର ଅଂଶବିଶେଷ ।

0 414

ଗଞ୍ଜାମ ଜିଲ୍ଲା ହେଉଛି ବହୁ ଐତିହାସିକ ଘଟଣାକ୍ରମ ତଥା କୀର୍ତ୍ତୀସ୍ତମ୍ଭର ମୁକସାକ୍ଷୀ । ଗଞ୍ଜାମ ଜିଲ୍ଲାରେ  ଅନେକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ ରହିଛି ଯେମିତି ତାରାତାରଣୀଙ୍କ ମନ୍ଦିର, ଗୋପାଳପୁର ବେଳାଭୂମି, ଜଉଗଡ ଶିଳାଲିପି, ତପ୍ତପାଣି ଉଷଣପ୍ରସ୍ରବଣ, ପଞ୍ଚମା ସିଦ୍ଧି ବିନାୟକ, ନାରାୟଣୀ, ନିର୍ମଳଝର, ତାମ୍ପରା ହ୍ରଦ , ବୁଗୁଡ଼ା ବିରଞ୍ଚି ନାରାୟଣ ସୂର୍ଯ୍ୟ ମନ୍ଦିର ଓ ଏମିତି ଆହୁରି ଅନେକ କିଛି ଦର୍ଶନୀୟ ସ୍ଥାନ ବା ପର୍ଯ୍ୟଟନ ସ୍ଥଳୀ ରହିଛି । ଯେଉଁଥି ପାଇଁ ପ୍ରତ୍ଯେକ ବର୍ଷ ଅନେକ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି ରାଜ୍ୟ ତଥା ରାଜ୍ୟ ବାହାରୁ । ସେଥି ମଧ୍ୟରୁ ଜିଲ୍ଲା ରେ ଥିବା ଜଉଗଡ ହେଉଛି ଅନ୍ୟତମ । ଯେଉଠି ଦେଖିବାକୁ ମିଳେ ଅଶୋକଙ୍କ ଶିଳାଲିପି ।

Famous Ancient Jaugad Fort In Ganjam District
@MITHUNS53536214

ଗଞ୍ଜାମ ଅଞ୍ଚଳଟି  ପ୍ରାଚୀନ କଳିଙ୍ଗ ସାମ୍ରାଜ୍ୟର ଅଂଶବିଶେଷ ଥିଲା । ଆଉ ଯାହାର ପ୍ରମାଣ ମିଳେ ଜିଲ୍ଲାରେ ଅବସ୍ଥିତ ଜଉଗଡ ଦୁର୍ଗରୁ । ବ୍ରହ୍ମପୁର  ଠାରୁ ୩୦ କିଲୋମିଟର ଦୂରରେ ଅବସ୍ଥିତ ଜଉଗଡରେ ଏକ ପ୍ରାଚୀନ ଦୁର୍ଗର ବସତି ଥିଲା । ଯାହା ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁରଠାରୁ ଦଶ କିଲୋମିଟର ଦୂର “ମାଳତୀ ପର୍ବତ”ର ଅଂଶବିଶେଷ । ଦୁର୍ଗର କାନ୍ଥ ଜଉ ବା ଲାଖରେ ନିର୍ମାଣ କରାଯାଇଥିବାରୁ, ଏହା ଖୁବ ପିଚ୍ଛିଳ । ଆୟତାକାର ଏହି ଦୁର୍ଗାରେ ରହିଛି ଅଶୋକଙ୍କଦ୍ୱାରା ଖୋଦିତ ଶିଳାଲିପି । ତିରିଶ ଫୁଟ ଲମ୍ବା ଓ ପନ୍ଦର ଫୁଟ ଉଚ୍ଚତା ବିଶିଷ୍ଟ ଗ୍ରାନାଇଟ ପଥରରେ ଏହି ଶିଳାଲିପିଗୁଡ଼ିକ ଲେଖାଯାଇଛି ।  ଜଉଗଡ଼କୁ ଋଷିକୁଲ୍ୟା ନଦୀ ସଭ୍ୟତାର ମୂକସାଖୀ ବୋଲି ମଧ୍ୟ କୁହାଯାଏ । କିମ୍ବଦନ୍ତୀରୁ  ଶୁଣିବାକୁ ମିଳେ ଜଉଗଡ଼ ସମ୍ବନ୍ଧରେ । ଏହି ଦୁର୍ଗର ନିର୍ମାତା ଥିଲେ ରାଜା ରାଜକେଶରୀ । ସେ ଏହି ପାହାଡ଼ ଉପରେ ଲାଖ ବା ଜଉରେ ତିଆରି କଲେ ଦୁର୍ଗଟିଏ ଏବଂ ନାମକରଣ କଲେ ଜଉଗଡ଼ । ଉଦ୍ଦେଶ୍ୟ ଥିଲା କେହି ଦୁର୍ଗ ଆକ୍ରମଣ କରି ଗୁଳି ଓ ଗୋଳା ବର୍ଷଣ କଲେ ସେ ଦାଉରୁ ଦୁର୍ଗକୁ ରକ୍ଷା କରିବା ।

The Famous Ancient Jaugad Fort In Ganjam District
@MITHUNS53536214

ଏଠାକାର ଶିଳାଲେଖଗୁଡିକ ୨୦୬୦ ବର୍ଷ ପୁରୁଣା, ଯାହାକି ଖ୍ରୀଷ୍ଟପୂର୍ଵ ୨୬୧ରେ ଅଶୋକଙ୍କ ସମୟରେ ଲେଖା ଯାଇଥିଲା ବୋଲି ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ ଇଣ୍ଡିଆରୁ ଜଣାପଡେ଼ ।  ସେହି ସମୟରେ ସମ୍ରାଟ ଅଶୋକ ୧୪ଟି ଶିଳାନୁଶାସନ ଲେଖିଥିଲେ, ସେଥି ମଧ୍ୟରୁ ୧୧ଟି ଶିଳାନୁଶାସନ ଜଉଗଡ଼ ପଥର ଦେହରେ ଖୋଦିତ ହେଇଥିବା ବେଳେ ଅନ୍ୟ ୩ଟି ଧଉଳି ପାହାଡ଼ରେ ଖୋଦିତ ହେଇଛି । ଏହି ଲେଖାଗୁଡିକ ପାଲି ଭାଷାରେ ଲେଖାଯାଇଥିବା ବେଳେ, ଏହା ତତ୍କାଳୀନ କଳିଙ୍ଗର ଧର୍ମସଂସ୍କୃତି  ଓ ରାଜ୍ୟ ଶାସନର ସୁବିସ୍ତୃତ ବିବରଣୀ ପ୍ରଦାନ କରୁଥିବା ଦେଖିବାକୁ ମିଳେ ।  ଏଠାକାର ଆକର୍ଷଣୀୟ ପାଲୀ ଭାଷାରେ ଖୋଦିତ ଶିଳାଲିପି ଆକର୍ଷଣକୁ ବଜାୟ ରଖି ପର୍ଯ୍ୟଟକଙ୍କୁ ଆକର୍ଷଣ କରାଇବାର ପ୍ରଚେଷ୍ଟା ରଖେ ଜଉଗଡ଼ ।