ଗଜପତି ଜିଲ୍ଲା ପର୍ଯ୍ୟଟନ କ୍ଷେତ୍ର ଜିରାଙ୍ଗର ପ୍ରସିଦ୍ଧ ବୌଦ୍ଧ ମନ୍ଦିର

ଗଜପତି ଜିଲ୍ଲା ମୋହନା ବ୍ଲକ ଜିରାଙ୍ଗରେ ରହିଛି  ପ୍ରସିଦ୍ଧ ବୌଦ୍ଧ ମନ୍ଦିର । ଦକ୍ଷିଣ ଏସିଆର ୨ୟ ବୃହତ୍ତମ ବୌଦ୍ଧ ମନ୍ଦିର ଓଡିଶାର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଭାବେ ପରିଚିତ।

0 276

ଗଜପତି ଜିଲ୍ଲା ମୋହନା ବ୍ଲକ ଜିରାଙ୍ଗରେ ରହିଛି  ପ୍ରସିଦ୍ଧ ବୌଦ୍ଧ ମନ୍ଦିର । ତିବ୍ଦତୀୟ ସଂସ୍କୃତିର କଳାକୃତି ସହ ମନ୍ଦିର କାରୁକାର୍ଯ୍ୟ ବେଶ୍ ବିମୋହିତ କରେ ପର୍ଯ୍ୟଟକଙ୍କୁ। ତା’ ସହ ସେଠାରେ ଥିବା ବୁଦ୍ଧଙ୍କ ବିରାଟ ପ୍ରତିମୂର୍ତ୍ତି ବେଶ ଆକର୍ଷଣୀୟ କରୁଛି । ଦକ୍ଷିଣ ଏସିଆର ୨ୟ ବୃହତ୍ତମ ବୌଦ୍ଧ ମନ୍ଦିର ଓଡିଶାର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଭାବେ ଏହା ପରିଚିତ। ମନ୍ଦିର ଚାରି ପାଖରେ ସୁନ୍ଦର ଓ ଶାନ୍ତ ପରିବେଷ ଏବଂ ତିବ୍ଦତୀୟ ସଂସ୍କୃତିର କଳାକୃତି ସହ ମନ୍ଦିର କାରୁକାର୍ଯ୍ୟ ବେଶ୍ ବିମୋହିତ କରୁଛି ପର୍ଯ୍ୟଟକଙ୍କୁ।  ପ୍ରତି ବର୍ଷ ପରି  ହଜାର ହଜାର ପର୍ଯ୍ୟଟକଙ୍କ ସମାଗମ ଏଠାରେ ଦେଖିବାକୁ ମିଳେ  । ଗତ ୨୦୦୩ ମସିହାରେ ଏହି ବୁଦ୍ଧ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ୨୦୧୦ ମସିହାରେ ଏହାକୁ ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମା ଉଦ୍‌ଘାଟନ କରିଥିଲେ। ପ୍ରତ୍ୟେକ ବର୍ଷ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଂଖ୍ୟକ ପର୍ଯ୍ୟଟକମାନେ ଏହି ମନ୍ଦିର ପରିଦର୍ଶନ କରିବାକୁ ଆସୁଥିବା ବେଳେ ମନ୍ଦିର ପର୍ଯ୍ୟଟକମାନଙ୍କ ପାଇଁ ସବୁ ପ୍ରକାର ସୁବିଧା ମଧ୍ୟ କରାଯାଇଛି ।

Buddhist Temple in Jirang, a  Famous Tourist Destination in the Gajapati District
@kshitidas123

 ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟରେ ଅନ୍ୟତମ ମୋହନା ବ୍ଲକ ଚନ୍ଦ୍ରଗିରି ନିକଟ ଜିରାଙ୍ଗ ବୌଦ୍ଧ ମନ୍ଦିର ସ୍ଥିତ ପଦ୍ମସମ୍ଭବ ମାନସରୋବର । ଏଠିକାର ମନୋରମ ଦୃଶ୍ୟ ଲୋକଙ୍କୁ ବେଶ ଆକର୍ଷିତ କରିଥାଏ  । ଜଳଭଣ୍ଡାର ଚାରିପଟେ ଏଲଇଡି ଲାଇଟ ଲଗାଇ ଆଲୋକୀକରଣ ବ୍ୟବସ୍ଥା କରିଛି ଗଜପତି ଜିଲ୍ଲା ପ୍ରଶାସନ । ଯାହାକୁ ଉପଭୋଗ କରିବା ପାଇଁ ସନ୍ଧ୍ୟା ହେଲେ ପର୍ଯ୍ୟଟକଙ୍କ ଭିଡ ଜମୁଛି ସେଠାରେ  ।

Buddhist Temple in Jirang, a  Famous Tourist Destination in the Gajapati District
@jayantacreat

ଜିରାଙ୍ଗ ବୌଦ୍ଧ ମନ୍ଦିର  ପାରଳାଖେମୁଣ୍ଡି ଏବଂ ବ୍ରହ୍ମପୁର ଠାରୁ  ୧୦୦ କି:ମି ରେ ଅବସ୍ଥିତ ।  କେବଳ ଗଜପତି ଜିଲ୍ଲା କିମ୍ବା ରାଜ୍ୟ ନୁହେଁ  ବିଭିନ୍ନ ରାଜ୍ୟରୁ ମଧ୍ୟ ଅନେକ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି । ଏଥିରେ ବ୍ୟୟ ହୋଇଥିଲା ପ୍ରାୟ ୮ କୋଟି ଟଙ୍କା । ସୂଚନା ଅନୁଯାୟୀ ତିବ୍ଦତର ଆର୍କିଟେକ୍ଟମାନଙ୍କ ଦ୍ୱାରା ନାଳନ୍ଦା ଭଳି ଅତନପୁରି ନିର୍ମାଣଶୈଳୀରେ ଏହାର ନିର୍ମାଣ ହୋଇଛି । ୫ ମହଲା ବିଶିଷ୍ଟ ଏହି ବୌଦ୍ଧ ମନ୍ଦିର ସୌଧ ଟି ପାଖାପାଖି ୧୦ ଏକର ଜମିରେ ନିର୍ମିତ ହୋଇଛି । ଏଠାରେ ବୁଦ୍ଧଙ୍କର ଏକ ୨୩ ଫୁଟ ଉଚ୍ଚର ପ୍ରତିମୂର୍ତ୍ତିର୍ ରହିଥିବାବେଳେ ପଦ୍ମସମ୍ଭବଙ୍କର ୧୭ ଫୁଟ ଉଚ୍ଚର ପ୍ରତିମୂର୍ତ୍ତି ରହିଛି । ତିବ୍ଦତୀୟ ଶିକ୍ଷା ପାଇଁ ଏଠାରେ ଏକ ବିଦ୍ୟାଳୟ ମଧ୍ୟ ରହିଛି ।  ।

 

Buddhist Temple in Jirang, a  Famous Tourist Destination in the Gajapati District
@theUnfading

ଦକ୍ଷିଣ ଓଡ଼ିଶାର ଜଙ୍ଗଲ ଭିତରେ ଏଭଳି ଯେ ଏକ ସ୍ଥାନ ରହିଛି ସମସ୍ତଙ୍କୁ ଚକିତ କରିଥାଏ  । ଆଧ୍ୟାତ୍ମିକତାର ବାତାବରଣ ସୃଷ୍ଟି କରୁଥିବା ଏହି ପ୍ରାକୃତିକ ନୈସର୍ଗିକ ସ୍ଥାନଟିରେ ପ୍ରତି ମୂହୁର୍ତ୍ତରେ ଶାନ୍ତି ବିରାଜମାନ  । ଯାହା ଏଠାରେ ଏକ ପ୍ରକାର ଶାନ୍ତ ପରିବେଶ ସୃଷ୍ଟି କରେ । ଅଧ୍ୟୟନରତ ବୌଦ୍ଧଭିକ୍ଷୁମାନେ ଏହି ପୀଠକୁ କେବଳ ଧ୍ୟାନଯୋଗ ଶିକ୍ଷା ଲାଗି ମଧ୍ୟ ଆସିଥାଆନ୍ତି । ଏହାକୁ  “ମହାବିହାର ସମ୍ରାଜ” ବୋଲି ମଧ୍ୟ କୁହାଯାଏ । ପର୍ଯ୍ୟଟକ ଙ୍କ ପାଇଁ ବୁଦ୍ଧ ମନ୍ଦିର ପରିସରରେ ରହିଛି ଗେଷ୍ଟ ହାଉସ ।