ତୁଳସୀ କ୍ଷେତ୍ରର କିମ୍ବଦନ୍ତୀରେ କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ସିଦ୍ଧ ବଳଦେବଜୀଉ

326

ବହୁ ପୁରାତନ କାଳରୁ କେନ୍ଦ୍ରାପଡ଼ା ସହରରୁ ୫କିମି ଦୂରତାରେ ଅବସ୍ତିତ ଇଚ୍ଛାପୁର ଗ୍ରାମରେ ପ୍ରଭୁ ବଳଦେବଜୀଉ , ଭାଇ ଭଉଣୀ ଙ୍କ ସହ ପୂଜାପାଇଆସୁଛନ୍ତି । ଶ୍ରୀକ୍ଷେତ୍ର ପୁରୀ ଭଳି ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ମଧ୍ୟ ଅନେକ ମାହାତ୍ମ୍ୟ ରହିଛି I ପୁରୀ ଶ୍ରୀଜଗନାଥଙ୍କୁ ଦାରୁବିଗ୍ରହ ଏବଂ କେନ୍ଦ୍ରାପଡ଼ାରେ ପୂଜା ପାଉଥିବା ୩ ଠାକୁରଙ୍କୁ ମଣିବିଗ୍ରହ କୁହାଯାଏ I ବିଭିନ୍ନ ଐତିହାସିକ ପୁରାଣରେ ଏହି ମନ୍ଦିରର ଅନେକ ମହାତ୍ମା ରହିଛି I ତୁଳସୀ କ୍ଷେତ୍ରରେ ପୂଜା ପାଉଥିବା ମଣିବିଗ୍ରହ ହୋଇଥିବାରୁ ,ଏଠାରେ ନବକଳେବର ହୁଏ ନାହିଁ I

ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ଚାରିପାର୍ଶ୍ୱରେ ଅନେକ ଦେବା ଦେବୀ ପୂଜା ପାଉଥିବାବେଳେ ,ମନ୍ଦିର ଭିତରେ ପ୍ରଭୁ ଶ୍ରୀ ସିଦ୍ଧ ବଳଦେବଜୀଉ, ଶ୍ରୀଜଗନାଥ ଓ ମା ସୁଭଦ୍ରା ପୂଜା ପାଆନ୍ତି । ଅଷ୍ଟାଦଶ ଶତାବ୍ଦୀ ରେ ମରାଠା ଶାସନ କାଳରେ ମନ୍ଦିରର ତିଆରି ହୋଇଥିବା ଅନୁମାନ କରାଯାଏ I ନାଗପୁରର ରଘୁଜୀ ହୋସଲେ ନାମକ ମରାଠା ଶାସକ ଏହାକୁ ଗଢ଼ିଥିଲେ ବୋଲି କିମ୍ବଦନ୍ତୀ ରୁ ସୂଚନା ମିଳେ I

Shree Baladevjew
PC: @ShreeBaladevjew

ତୁଳସୀ କ୍ଷେତ୍ରର ଅଧିଷ୍ଠାତ୍ରୀ ମା ହେଉଛନ୍ତି ତୁଳସୀ । ମା ତୁଳସୀ ଥିଲେ ବଳଦେବଜୀଉ ଙ୍କ ଧର୍ମପତ୍ନୀ । ଅତି ପୁରାତନ କାଳରୁ କେନ୍ଦ୍ରାପଡ଼ା ଜିଲ୍ଲାର ନାମ ଦୁର୍ଦାନ୍ତ ରାକ୍ଷସ କନ୍ଦରାସୁର ଅନୁସାରେ ବୋଲି କୁହାଯାଏ I ପ୍ରଭୁ ସିଦ୍ଧ ବଳଦେବଜୀଉ ତାଙ୍କ ହଳରେ ତୁଳସୀ ଙ୍କ ପିତା ତଥା ଦୁର୍ଦାନ୍ତ ରାକ୍ଷସ କନ୍ଦରାସୁର ବଦ୍ଧ କରିଥିଲେ । କନ୍ଦରାସୁର ଶରୀର ଖଣ୍ଡ ବିଖଣ୍ଡ ହୋଇ ଅନେକ ସ୍ଥାନରେ ପଡିଥିଲା ସେଥିପାଇଁ କେନ୍ଦ୍ରାପଡ଼ା କୁ କନ୍ଦରାସୁର ନାମରେ ନାମିତ କରାଯାଇଛି । ଇତିହାସରୁ ଜଣା ପଡେ ପୂର୍ବେ ଏହାର ନାମ ଗୁପ୍ତକ୍ଷେତ୍ର, ବଳଦେବ କ୍ଷେତ୍ର ,ମଣିବିଗ୍ରହ କ୍ଷେତ୍ର ନାମରେ ନାମିତ ଥିଲା । ପ୍ରଥମ ମନୁଷ୍ୟ ଭାବେ “ସିଦ୍ଧ ଗୋପାଳ” ମହାପ୍ରଭୁଙ୍କ ପ୍ରଥମ ଦର୍ଶନ ଲାଭ କରିଥିଲେ, ସେହି ଭକ୍ତ ପାଇଁ ତୁଳସୀ କ୍ଷେତ୍ରରେ ମହାପ୍ରଭୁ ସିଦ୍ଧ ବଳଦେବଜୀଉ ନାମ ଧାରଣ କରି ଅଛନ୍ତି।।

କିଛି ଲୋକଙ୍କ କହିବା ଅନୁସାରେ କେନ୍ଦ୍ରାପଡ଼ା ଶବ୍ଦ ର ମୂଳ ପଦ କେନ୍ଦ୍ରା ଯାହା କେନ୍ଦରା ନାମକ ବାଦ୍ୟଯନ୍ତ୍ର ରୁ ଆସିଅଛି ଓ ଶେଷ ପଦ ପଡ଼ା କୁ ଏକ ନିର୍ଦ୍ଧିତ ସ୍ଥାନକୁ ବୁଝାଏ ବୋଲି କୁହାଯାଇଛି । ସେମାନଙ୍କ କହିବା ଅନୁସାରେ ନାଥ ଯୋଗୀ ବୋଲେ ଜଣେ ବ୍ୟକ୍ତି କେନ୍ଦରା ବାଦ୍ୟ ଯନ୍ତ୍ର ଅତି ସୁନ୍ଦର ଭାବେ ବଜାଇ ନିର୍ଦ୍ଧିଷ୍ଟ ପଡ଼ାରେ ବୁଲୁଥିଲେ । ସେହି ବାଦ୍ୟଯନ୍ତ୍ର ପାଇଁ କେନ୍ଦ୍ରାପଡ଼ା ନାମିତ ହୋଇଛି ।

BALDEVjew
PC: @ShreeBaladevjew

ସେଇ ଭଳି ଦେଖିବାକୁ ଗଲେ କେନ୍ଦ୍ରାପଡ଼ା ରେ ମଧ୍ୟ ରଥଯାତ୍ରା ବଡ ଆଡ଼ମ୍ବରରରେ ପାଳନ ହୋଇଆସୁଛି । ପୁରୀ ରେ ୩ଟି ରଥ ହୋଇଥିବାବେଳେ କେନ୍ଦ୍ରାପଡ଼ା ୧ଟି ରଥ ହୋଇଥାଏ । ବ୍ରହ୍ମତାଳଧ୍ୱଜ ରଥ ରେ ୩ ମଣିବିଗ୍ରହ ରଥ ଯାତ୍ରା ରେ ଦେଖାଦିଅନ୍ତି ଭକ୍ତଗଣକୁ ।ରଥଯାତ୍ରା ପାଇଁ ସ୍ୱତନ୍ତ୍ର ରଥଦାଣ୍ଡ ରହିଥାଏ ଏବଂ ଏହି ପୁରୀ ର ରଥ ମାନଙ୍କ ଠୁ ଉଚ୍ଚତାରେ ଅଧିକ । ବିଭିନ୍ନ ବର୍ଗ ର ଲୋକ ଙ୍କ ସମାଗମ ଦେଖିବାକୁ ମିଳେ ରଥଯାତ୍ରା । ଭକ୍ତ ଭାବବିହ୍ଵଳ ହୋଇ ରଥରେ ମଣିବିଗ୍ରହ ଙ୍କୁ ଦେଖୁଥାନ୍ତି ।

ମନ୍ଦିର ରେ ପ୍ରତିଦିନ ଶ୍ରଦ୍ଧାଳୁ ଙ୍କ ଭିଡ ଦେଖିବାକୁ ମିଳେ । ସମସ୍ତ ନୀତି କ୍ରାନ୍ତି ପ୍ରତିଦିନ ବହୁ ପୁରାତନ କାଳରୁ ଅନୁଷ୍ଠିତ ହୋଇଆସୁଛି । କେନ୍ଦ୍ରାପଡ଼ା ପ୍ରସିଦ୍ଧ ରସାବଳି ମହାପ୍ରଭୁ ଙ୍କ ର ୫୬ ଭୋଗ ଅନ୍ତର୍ଭୁକ୍ତ । ସେଇ ଭଳି ଅନେକ ପର୍ବ ପର୍ବାଣି ମଧ୍ୟ ନିୟମିତ ଭାବେ ପାଳିତ ହୋଇଆସୁଛି । ସେଠାକାର ଲୋକମାନଙ୍କର ବହୁତ ଭରସା ରହିଛି ମହାପ୍ରଭୁଙ୍କ ଉପରେ ଏବଂ ଭକ୍ତ ମାନଙ୍କ କହିବା ଅନୁସାରରେ ମହାପ୍ରଭୁଙ୍କ ର ଅଲୌକିକ ମହିମା ମଧ୍ୟ ସେମାନେ ଅନୁଭବ କରିଛନ୍ତି ।