ଆଜି ପହିଲି ରଜ; ଗାଁରୁ ସହର ଉତ୍ସବମୁଖର

188
ଓଡ଼ିଶାର ଏକ ପାରମ୍ପାରିକ ପର୍ବ ଓ ଗଣପର୍ବ ‘ରଜ’। ଏହା ତିନିଦିନ ଧରି ପାଳନ କରାଯାଇଥାଏ ।
 
ରଜ ହେଉଛି ନାରୀତ୍ୱକୁ ପାଳନ କରିବାର ଏକ ଉତ୍ସବ ଏବଂ ଏହା ଅତ୍ୟନ୍ତ ଆନନ୍ଦ, ଉତ୍ସାହ ଓ ଉଦ୍ଦୀପନାର ସହିତ ମହିଳାମାନଙ୍କ ଦ୍ୱାରା ପାଳନ କରାଯାଇଥାଏ । ରଜ ପର୍ବର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ ।
 
ଆଜି ପହିଲି ରଜ। ଗତ ଦୁଇ ବର୍ଷ ହେଲା କୋରୋନା କଟକଣା ପାଇଁ ରଜ ପର୍ବ ଫିକା ପଡିଥିଲା । କିନ୍ତୁ ଏଥର ରଜ ଉତ୍ସବ ବହୁ ଜାକଯମକରେ ପାଳନ ହେଉଛି । ରଜ ପାଇଁ ଗାଁରୁ ସହର ଉତ୍ସବମୁଖର ହୋଇ ଉଠିଛି । ଘରେ ଘରେ ପିଠାପଣାର ଆସର ଲାଗିଛି ।
odisha-celebrates-annual-raja-festival-with-traditional-gaiety-fervour
@TourismDptt
ଏ ଚାରି ମାସ ମୁନି ଋଷି ଓ ସାଧବମାନେ ସେମାନଙ୍କ ପରିଭ୍ରମଣ ତ୍ୟାଗ କରି ଏକସ୍ଥାନରେ ନିବିଷ୍ଟ ହୋଇ ସାଧନା କରିଥା’ନ୍ତି ।
 
ତିନିଦିନ ଧରି ଧରଣୀ ମାତାକୁ ବିଶ୍ରାମ ଦିଆଯାଏ, ଯେଉଁଥିାଇଁ ଭୂ ଖନନ ବାରଣ କରାଯାଇଥାଏ । ଯେପରି ମହିଳା ନିଜର ମାସିକ ଧର୍ମ ପାଳନ କରିଥାଏ ଯାହାକି ତାହାର ଜନ୍ମ କରିବାର କ୍ଷମତା କୁ ଦର୍ଶାଇଥାଏ ସେହିପରି ବସୁଧା ମା ମଧ୍ୟ ନିଜର ମାସିକ ଧର୍ମ ପାଳନ କରିଥାନ୍ତି ଏହି କାରଣରୁ ଏହି ୩ ଦିନକୁ ମା ର ମାସିକ ଧର୍ମର ଦିନ ବୋଲି କୁହାଯାଇଥାଏ ଏହି ସମୟରେ ସମସ୍ତ କୃଷି କାର୍ଯ୍ୟ ବନ୍ଦ ରଖାଯାଇଥାଏ ।
odisha-celebrates-annual-raja-festival-with-traditional-gaiety-fervour
@SanghmitraSahoo
କୁମାରୀ କନ୍ୟାମାନଙ୍କ ପାଇଁ ଗର୍ଭଧାରଣ କ୍ଷମତା ପ୍ରାପ୍ତିର ଏକ ସାଙ୍କେତିକ ପର୍ବ ହେଉଛି ରଜ । ଝିଅମାନେ ନିଜକୁ ନୂଆ ପୋଷାକ କିମ୍ବା ପାରମ୍ପରିକ ଶାଢ଼ୀ ଏବଂ ପାଦରେ ଅଳତା ପିନ୍ଧି ସଜାଇ ହୋଇଥାନ୍ତି ସମସ୍ତେ ଖାଲି ପାଦରେ ମାଟିରେ ଚାଲିବା ଠୁ ନିବୃତ ରୁହନ୍ତି ବହୁତ ପିଠା ପଣା ଯେପରିକି ପୋଡ ପିଠା ଚକୁଳି ପିଠା ଖାଇ ଏଇ ପର୍ବକୁ ପାଳନ କରାଯାଏ ଝିଅମାନେ ଦୋଳି ଖେଳିଥାନ୍ତି ଓ ମହିଳାମାନେ ତାସ ଓ ଲୁଡୁ ଭଳି ଖେଳ ଖେଳିଥାନ୍ତି ।
 
ଦୋଳି ଖେଳିଲାବେଳେ ସେମାନେ ଓଡ଼ିଶାର ପରମ୍ପରା ସମ୍ପର୍କରେ ଲୋକଗୀତ ଗାଇଥାନ୍ତି । ସେଗୁଡ଼ିକ ମଧ୍ୟରୁ କେତେକ ପଦ ଏହିପରି, “ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲୋ ଘେନି ନୂଆ ସଜବାଜ” ।
odisha-celebrates-annual-raja-festival-with-traditional-gaiety-fervour
@rashmikantapala