ପଶ୍ଚିମେଶ୍ବର ମନ୍ଦିର; ଓଡ଼ିଶାର ଅନନ୍ୟ ପ୍ରସିଦ୍ଧ ଶୈବ ପୀଠ

କଟକରୁ ଆଠଗଡ ଦେଇ ଢେଙ୍କାନାଳ ଗଲାବେଳେ ମୁଖ୍ୟ ରାସ୍ତାରେ ଶଙ୍କରପୁର ବଜାର ଠାରୁ ଆଗକୁ ଗଲେ ପଡ଼ିବ ଅନ୍ୟତମ ପ୍ରସିଦ୍ଧ ମନ୍ଦିର " ପଶ୍ଚିମେଶ୍ବର ଶୈବ ପୀଠ " l

353

ଅସୁମାରୀ କିର୍ତ୍ତୀରାଜି ଓ କଳା ଭାସ୍କର୍ଯ୍ୟରେ ସମୃଦ୍ଧ ରାଜ୍ୟ ହେଉଛି  ଓଡ଼ିଶା  l ଅଜସ୍ର ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ପ୍ରସ୍ତର ମୂର୍ତ୍ତି, ମନ୍ଦିର ଅବା ତୋରଣ ହେଉ, ଏହି ପରି ଅନେକ କୀର୍ତ୍ତିରେ ପରିପୂର୍ଣ୍ଣ ଓଡିଶା ରାଜ୍ୟ  l  ସେହି ଅନନ୍ୟ ସୃଷ୍ଟି ମାନଙ୍କ ମଧ୍ୟରେ କଟକରୁ ଆଠଗଡ ଦେଇ ଢେଙ୍କାନାଳ ଗଲାବେଳେ ମୁଖ୍ୟ ରାସ୍ତାରେ ପଡ଼ିବ ଶଙ୍କରପୁର ବଜାର ଆଉ ଏହି ଶଙ୍କରପୁର ବଜାର ଠାରୁ ଆଗକୁ ଗଲେ ପଡ଼ିବ ଅନ୍ୟତମ ପ୍ରସିଦ୍ଧ ପଶ୍ଚିମେଶ୍ବର ଶିବ ମନ୍ଦିର  l

paschimeswara temple of odisha
                                                          @TapanSatpthy

ସୂଚନା ଅନୁସାରେ ଏହି ମନ୍ଦିରଟି ଢେଙ୍କାନାଳର ଶାସକଙ୍କ ଦ୍ୱାରା ନିର୍ମାଣ ହୋଇଥିବା ଜଣାଯାଏ l ମନ୍ଦିରର ଗର୍ଭସ୍ଥ ଶିବଲିଙ୍ଗଟି ଖୁଵ ସୁନ୍ଦର ଆଉ ମନ୍ଦିର ପରିବେଶଟି ଖୁବ  ପରିଷ୍କାର ଓ ପରିଚ୍ଛନ୍ନ ମଧ୍ୟ l

paschimeswara temple of odisha
@AntarangaK

ଏହି ପଶ୍ଚିମେଶ୍ବର ମନ୍ଦିର ପ୍ରାଙ୍ଗଣର ଅନତି ଦୂରରେ ମାତ୍ର ୧୦୦ମି. ଦୂରରେ ଆଉ ଦୁଇଟି ପ୍ରାଚୀନ ମନ୍ଦିର ସୋମନାଥ ମନ୍ଦିର ଓ ସିଦ୍ଧେଶ୍ଵର ମନ୍ଦିର ରହିଛି l ଏହି ମନ୍ଦିରଦ୍ଵୟ ଓଡ଼ିଶାର ପ୍ରାଚୀନ ମନ୍ଦିରମାନଙ୍କ ମଧ୍ୟରୁ ଅନ୍ୟତମ l ମନ୍ଦିରର ଗଠନଶୈଳୀ,  କଳାକୃତି ଓ ପ୍ରବେଶ ଦ୍ୱାରର ଦ୍ୱାରବନ୍ଧରେ ଥିବା ଅଷ୍ଟଗ୍ରହଙ୍କ ମୂର୍ତ୍ତିକୁ ଦେଖିଲେ ଏହା ସପ୍ତମ ବା ଅଷ୍ଟମ ଶତାବ୍ଦୀର ନିର୍ମାଣ ଏବଂ ଶୈଳୋଦ୍ଭବ ବା ଭୌମକର ଶାସକଙ୍କ ସମୟର ବୋଲି ଅନୁମେୟ ହୁଏ  l

paschimeswara temple of odisha
@AntarangaK

ସେହି ମନ୍ଦିର ଦ୍ୱୟ  ପରସ୍ପର ସମ୍ମୁଖରେ ଦଣ୍ଡାୟମାନ l ମନ୍ଦିର ଦ୍ଵୟର ଉଚ୍ଚତା ବହୁତ କମ ଏବଂ ପ୍ରବେଶପଥ ସଂକୀର୍ଣ୍ଣ ଓ ଛୋଟ l ମାତ୍ର ଶିବଲିଙ୍ଗ ଦୁଇଟି ଖୁଵ ସୁନ୍ଦର l ଏହି ଦୁଇ ମନ୍ଦିରରେ ଜଗମୋହନ, ନାଟମଣ୍ଡପ, ଭୋଗମଣ୍ଡପ ଆଦି ନାହିଁ, କେବଳ ବିମାନ ରହିଛି ଏବଂ ଏହି ବିମାନରେ ଅନେକ କଳାକୃତି ଦେଖିବାକୁ ମିଳେ l ସ୍ୱଳ୍ପ ଦୂରତାରେ ପରସ୍ପର ସମ୍ମୁଖରେ ଥିବା ଏହି ଦୁଇ ମନ୍ଦିର ମଧ୍ୟରୁ ସିଦ୍ଧେଶ୍ଵର ମନ୍ଦିରଟି ଭଗ୍ନପ୍ରାୟ  l ମାତ୍ର ସୋମନାଥ ମନ୍ଦିରଟି ଭଲ ଅବସ୍ଥାରେ ରହିଛି l ମନ୍ଦିର ପରିସରରେ ଦୁଇଟି ବୃହତ ଶିବଲିଙ୍ଗ ଦେଖିବାକୁ ମିଳେ । ଏଠାରେ ବର୍ଷ ସାରା ଭକ୍ତଙ୍କ ଗହଳି ଲାଗି ରହୁଥିବା ଦେଖିବାକୁ ମିଳେ ପ୍ରାୟ ।