ବାଲେଶ୍ୱର ଜିଲ୍ଲା ନୀଳଗିରି ପଞ୍ଚଲିଙ୍ଗେଶ୍ୱର ଶିବ ମନ୍ଦିର

ପଞ୍ଚଲିଙ୍ଗେଶ୍ୱର ଶିବ ମନ୍ଦିର ଓଡ଼ିଶାର ବାଲେଶ୍ୱର ଜିଲାର ନୀଳଗିରି ପାଖରେ ଥିବା ପଞ୍ଚଲିଙ୍ଗେଶ୍ୱରରେ ଅବସ୍ଥିତ । ଏହି ଶୈବପୀଠର ପାଦଦେଶରେ ଝରଣାଟିଏ ବହିଯାଇଛି । ଏହି ଜଳସ୍ରୋତ ମଧ୍ୟରେ ଅଦୃଶ୍ୟ ପାଞ୍ଚଗୋଟି ଲିଙ୍ଗ ହେଉଛନ୍ତି ପଞ୍ଚେଲିଙ୍ଗେଶ୍ୱର ପୀଠ ।

0 231

ପଞ୍ଚଲିଙ୍ଗେଶ୍ୱର ଶିବ ମନ୍ଦିର ଓଡ଼ିଶାର ବାଲେଶ୍ୱର ଜିଲାର ନୀଳଗିରି ପାଖରେ ଥିବା ପଞ୍ଚଲିଙ୍ଗେଶ୍ୱରରେ ଅବସ୍ଥିତ । ଏଠାରେ ପାହାଡ଼଼ୀ ଝରଣା ଭିତରେ ପାଞ୍ଚୋଟି ଶିବଲିଙ୍ଗ ପୂଜାପାଉଛନ୍ତି ଯାହାଙ୍କ ନାମ ଅନୁସାରେ ଏହି ଜାଗାର ନାମ ପଞ୍ଚଲିଙ୍ଗେଶ୍ୱର ହୋଇଅଛି । ବାଲେଶ୍ୱର ସମୁଦ୍ର ଉପକୂଳରେ ବଙ୍ଗୋପସାଗରର ବେଳାଭୂମିକୁ ସାମନ୍ତରାଳଭାବରେ କୁପାରୀ ଠାରୁ ନୀଳଗିରି ପର୍ଯ୍ୟନ୍ତ ପୂର୍ବଘାଟ ପର୍ବତମାଳା ଲମ୍ବିଆସିଛି । ୧୦୦୦ ଫୁଟ ଛୋଟ ଛୋଟ ପାହାଡ଼ “ଦେବଗିରି” ପର୍ବତମାଳାର ପଞ୍ଚେଲିଙ୍ଗେଶ୍ୱର ଏକ ଅଂଶ ବିଶେଷ । ଏହି ଶୈବପୀଠର ପାଦଦେଶରେ ଝରଣାଟିଏ ବହିଯାଇଛି । ଏହି ଜଳସ୍ରୋତ ମଧ୍ୟରେ ଅଦୃଶ୍ୟ ପାଞ୍ଚଗୋଟି ଲିଙ୍ଗ ହେଉଛନ୍ତି ପଞ୍ଚେଲିଙ୍ଗେଶ୍ୱର ପୀଠ ।

Nilgiri Panchalingeswar Shiva Temple in Balasore District
                                                                                                @temple_of_India

ଭକ୍ତମାନେ ଜଳସ୍ରୋତ ମଧ୍ୟରେ ପଞ୍ଚେଲିଙ୍ଗେଶ୍ୱରଙ୍କୁ ଦର୍ଶନ କରି ପୂଜା କରିଥାନ୍ତି । ରାଜ୍ୟ ପର୍ଯ୍ୟଟନ ତରଫରୁ ଯାତ୍ରୀନିବାସର ଆନୁସାଙ୍ଗିକ ବ୍ୟବସ୍ଥା ମଧ୍ୟ ରହିଛି ଏଠାରେ । ସରସ୍ୱତୀ ପୂଜା ସମୟରେ ପାଞ୍ଚ ଦିନ ବ୍ୟାପୀ ମେଳା ହୁଏ ଯାହାକି ସ୍ଥାନଟି କୁ ଚଳଚଂଚଳ କରିଦିଏ ଅନ୍ୟ ଦିନ ମାନଙ୍କ ଅପେକ୍ଷା । ଦେବଗିରି ପର୍ବତର ଶିଖର ଦେଶରେ ମଣ୍ଡଳେଶ୍ୱରୀ ଦେବୀ ରହିଛନ୍ତି । ଏହାଙ୍କୁ ବର୍ଷାଦେବୀ ବୋଲି ମଧ୍ୟ କହାଯାଏ । ବର୍ଷା ନହେଲେ ଦେବୀଙ୍କୁ ପୂଜାକଲେ ବର୍ଷା ହୋଇଥାଏ ବୋଲି ଏଠାରେ ରହୁଥିବା ଲୋକଙ୍କର ବିଶ୍ୱାସ ରହିଛି ।

Nilgiri Panchalingeswar Shiva Temple in Balasore District
                                                                                                             @temple_of_India

ଦେବଗିରି ପର୍ବତମାଳା ପରିବେଷ୍ଟିତ ପର୍ବତର ଶୀର୍ଷଦେଶରୁ ମଙ୍ଗଳପୁର ପ୍ରାଚୀନ ପଥ ଓ ଦୁର୍ଗପର୍ଯ୍ୟନ୍ତ ଏକ ସୁଡ଼ଙ୍ଗ ରହିଛି । ଜନଶୃତି ଅଛି ଯେ ପଞ୍ଚଲିଙ୍ଗେଶ୍ୱର ପାହାଡ଼ର ପାଦଦେଶରୁ ଏହି ସୁଡଙ୍ଗଟି ରହିଛି । ପଞ୍ଚଲିଙ୍ଗେଶ୍ୱରଙ୍କର ଅବିର୍ଭାବ ଓ ମହିମା ବିଷୟରେ ବହୁ କିମ୍ବଦନ୍ତୀ ଓ କାହାଣୀ ରୁ ଅନେକ କିଛି ଜାଣିବାକୁ ମିଳେ । ପ୍ରବାଦ ଅଛି ଯେ ପାଣ୍ଡବ ମାନେ ଅଜ୍ଞାତବାସ ସମୟରେ ପାଞ୍ଚ ଟି ଶିବ ଲିଙ୍ଗ ପ୍ରତିଷ୍ଠା କରି ପୂଜା କରୁଥିଲେ । ସେହିଦିନ ଠାରୁ ଏହି ପାଞ୍ଚ ଗୋଟି ଶିବ ଲିଙ୍ଗ ପଞ୍ଚଲିଙ୍ଗେଶ୍ୱର ନାମରେ ଏଠାରେ ପୂଜା ପାଇଆସୁଛନ୍ତି ।

Nilgiri Panchalingeswar Shiva Temple in Balasore District
                                                                                                                        @temple_of_India

ଏହି ପୀଠର ଆଉ ଏକ ପ୍ରମୁଖ ଆକର୍ଷଣ ହେଉଛି ଦେବଗିରି ପର୍ବତମାଳା । ଦେବଗିରିର ସୌନ୍ଦର୍ଯ୍ୟ, ପ୍ରକୃତିପ୍ରେମୀ ଓ ତୀର୍ଥ ଯାତ୍ରୀଙ୍କୁ ଆକର୍ଷିତ କରେ । ଏଠାକାର ଶାନ୍ତ ବାତାବରଣ, ବନଭୂମିର ବିଜନ ମାଧୁରୀ, ପାହାଡ଼ ଶଯ୍ୟାରେ ଢେଉ ଭାଙ୍ଗି ବହିଯାଉଥିବା ଗିରି ନିର୍ଝରିଣୀର ଛନ୍ଦମୟ ସଂଗୀତ ମନକୁ ସ୍ୱର୍ଗୀୟ ଆନନ୍ଦ ଦିଏ । ଏଠାକାର ପ୍ରାକୃତିକ ପରିବେଶ ପ୍ରତିବର୍ଷ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ପର୍ଯ୍ୟଟକଙ୍କୁ ଆକର୍ଷିତ କରେ ।