କଟକ ଜିଲ୍ଲା ମୋଟିଆର ପ୍ରସିଦ୍ଧ ମାଁ ଦୁର୍ଗାଙ୍କ ମନ୍ଦିର
ଓଡ଼ିଶାର କଟକ ଜିଲ୍ଲାର କୃଷ୍ଣପ୍ରସାଦ ନିକଟସ୍ଥ ମୋଟିଆଁ ଗ୍ରାମରେ ଏକ ପ୍ରାଚୀନ ଦୁର୍ଗା ମନ୍ଦିର ଅବସ୍ଥିତ । ଦେଉଳର ଗର୍ଭଗୃହରେ ଅଧିଷ୍ଠିତ ମୁଖ୍ୟ ବିଗ୍ରହ ମହିଷମର୍ଦ୍ଦିନୀ ଦୁର୍ଗା ।
ଓଡ଼ିଶାର କଟକ ଜିଲ୍ଲାର କୃଷ୍ଣପ୍ରସାଦ ନିକଟସ୍ଥ ମୋଟିଆଁ ଗ୍ରାମରେ ଏକ ପ୍ରାଚୀନ ଦୁର୍ଗା ମନ୍ଦିର ଅବସ୍ଥିତ । ଦେଉଳର ଗର୍ଭଗୃହରେ ଅଧିଷ୍ଠିତ ମୁଖ୍ୟ ବିଗ୍ରହ ମହିଷମର୍ଦ୍ଦିନୀ ମାଁ ଦୁର୍ଗା । ଉତ୍କଳୀୟ ପରମ୍ପରାରେ ଏହାଙ୍କୁ ଚତୁର୍ଭୁଜ ଜୟଦୁର୍ଗା କୁହାଯାଏ । ଉପର ଦୁଇ ହାତରେ ଠାକୁରାଣୀ ଶଙ୍ଖଚକ୍ର ଧାରଣ କରିଛନ୍ତି ଏବଂ ତଳ ଦୁଇ ହାତରେ ତ୍ରିଶୂଳଦ୍ୱାରା ମହିଷାସୁରକୁ ବିଦ୍ଧ କରୁଛନ୍ତି । ଭାରତୀୟ ପ୍ରତ୍ନତତ୍ତ୍ୱବିତ ବିଭିନ୍ନ ପ୍ରକାରର ଅନୁସନ୍ଧାନବେଳେ ଏହି ସ୍ଥାନରେ ଅନେକ କିଛି ବିରଳ ଜିନିଷର ସନ୍ଧାନ ପାଇଛନ୍ତି, ଯେଉଁଥିରୁ ମନ୍ଦିର ନିର୍ମାଣ ଶୈଳୀର ବ୍ୟବହୃତ ପଥରର ସମୟକୁ ଆଧାର କରି ଏହା ଅନୁମାନ କରାଯାଏ ଯେ ଏହି ମନ୍ଦିରତିଟି ୧୦ମ ଶତାବ୍ଦୀରେ ସୋମବଂଶୀ ରାଜାମାନଙ୍କଦ୍ୱାରା ନିର୍ମାଣ କରାଯାଇଥିଲା ।
wikipediaଦୁର୍ଗା ହିନ୍ଦୁ ଧର୍ମର ଏକ ପ୍ରମୁଖ ଦେବୀ । ସେ ଲୋକପ୍ରିୟ ହିନ୍ଦୁ ଦେବଦେବୀଙ୍କ ମଧ୍ୟରେ ଅନ୍ୟତମ ଭାବେ ସମ୍ମାନୀତ । ତାଙ୍କର କିମ୍ବଦନ୍ତୀ ଶାନ୍ତି, ସମୃଦ୍ଧି ଏବଂ ଧର୍ମପ୍ରତି ବିପଦ ସୃଷ୍ଟି କରୁଥିବା ମନ୍ଦ ଏବଂ ଭୂତ ଶକ୍ତିର ମୁକାବିଲା ସମ୍ବନ୍ଧିତ । ଦୁର୍ଗା ନିର୍ଯାତିତଙ୍କ ମୁକ୍ତି ପାଇଁ ଦୁଷ୍ଟମାନଙ୍କ ବିରୁଦ୍ଧରେ ନିଜର ଦିବ୍ୟ କ୍ରୋଧ ପ୍ରକାଶ କରୁଥିବା ଏବଂ ସୃଷ୍ଟିକୁ ସଶକ୍ତ କରିବା ପାଇଁ ବିନାଶ କରୁଥିବା ବିଶ୍ୱାସ କରାଯାଏ ।

ଏହି ମନ୍ଦିର ଗର୍ଭଗୃହରେ ଦୁର୍ଗାଙ୍କ ଛଡ଼ା ସୂର୍ଯ୍ୟ ଓ ଚତୁର୍ଭୁଜ ଚାମୁଣ୍ଡାଙ୍କର ମୂର୍ତ୍ତି ମଧ୍ୟ ପୂଜିତ । କଳିଙ୍ଗ ଶିଳ୍ପକଳା ଅନୁସାରେ ନିର୍ମିତ ଏହି ଦେଉଳରେ ରେଖ ଶୈଳୀର ବିମାନ ଓ ପୀଢ଼ ଶୈଳୀର ଜଗମୋହନ ରହିଛି । ଏହି ମନ୍ଦିରର ମୁଖ୍ୟ ପୂଜା ହେଉଛି ଦୁର୍ଗାପୂଜା । ସେହି ସମୟରେ ପୂଜା ସହିତ ଯଜ୍ଞାଦିର ଆୟୋଜନ ମଧ୍ୟ କରାଯାଇଥାଏ ।