ଓଡ଼ିଶାର ପ୍ରମୁଖ ଐତିହାସିକ ଶ୍ରୀ ଶ୍ରୀ ଦକ୍ଷପ୍ରଜାପତି ମନ୍ଦିର

କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ ସମସାମୟିକ ଆଉ ଏକ ଚମତ୍କାର କାରୁକାର୍ଯ୍ୟପୂର୍ଣ୍ଣ ସୁନ୍ଦର ମନ୍ଦିର ହେଉଛି ଦକ୍ଷେଶ୍ୱର ମନ୍ଦିର ବା ଶ୍ରୀ ଦକ୍ଷପ୍ରଜାପତି ମନ୍ଦିର l

350

କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ ସମସାମୟିକ ଆଉ ଏକ ଚମତ୍କାର କାରୁକାର୍ଯ୍ୟପୂର୍ଣ୍ଣ ସୁନ୍ଦର ମନ୍ଦିର ହେଉଛି  ଶ୍ରୀ ଦକ୍ଷପ୍ରଜାପତି ମନ୍ଦିର l କଳିଙ୍ଗ ସ୍ଥାପତ୍ୟ ଶୈଳୀର ଏହା  ଏକ ଶ୍ରେଷ୍ଠନିର୍ମାଣ, ଏଥିରେ ଦ୍ବିମତ ନାହିଁ  l ବାଣପୁର ଭଗବତୀ ମନ୍ଦିରକୁ ଯିବା ବାଟରେ, ମୁଖ୍ୟ ରାସ୍ତାର ଦକ୍ଷିଣ ପାର୍ଶ୍ୱରେ ଏହି ମନ୍ଦିରଟି ଅବସ୍ଥିତ  l ସୁଉଚ୍ଚ, ସୁଦୃଶ୍ୟ, ସୁପ୍ରସିଦ୍ଧ ଏହି ମନ୍ଦିରଟି ପ୍ରାୟ ସମସ୍ତଙ୍କ ଦୃଷ୍ଟିରେ ପଡ଼ିଥିବ l  ହାତଗଣତି କେତୋଟି ପ୍ରାଚୀନ ମନ୍ଦିରମାନଙ୍କ ମଧ୍ୟରେ ଏହି ଦକ୍ଷପ୍ରଜାପତି ମନ୍ଦିର ଅନ୍ୟତମ l

Sri Sri Dakshaprajapati Temple, Historical Temple of Odisha
@virsatehind

ଇତିହାସରୁ ଯାହା ଜଣାଯାଏ ପ୍ରାୟ ଦଶମ ବା ଏକାଦଶ ଶତାବ୍ଦୀରେ ଏହି ମନ୍ଦିରଟି ନିର୍ମାଣ ହୋଇଥିଲା l  ଏହି ଦକ୍ଷପ୍ରଜାପତି ମନ୍ଦିର କୋଣାର୍କର ସୂର୍ଯ୍ୟ ମନ୍ଦିର ନିର୍ମାଣର ବହୁ ପୂର୍ବରୁ ନିର୍ମାଣ ହୋଇଥିବା କେହି କେହି ମତ ବ୍ୟକ୍ତ କରନ୍ତି l ଏହି ମନ୍ଦିରର ନାମ କରଣ ପଛରେ, ବ୍ରହ୍ମାଙ୍କ ପୁତ୍ର ରାଜା ଦକ୍ଷ, ଦକ୍ଷଙ୍କ କନ୍ୟା ସତୀ ଓ ସତୀଙ୍କ ପତି ମହାଦେବ ଶିବଙ୍କୁ ନେଇ ଥିବା ପୌରାଣିକ ଆଖ୍ୟାୟିକା ‘ଦକ୍ଷଯଜ୍ଞ’ ବିଷୟର ନିହାତି ସମ୍ପର୍କ ଥିବା ଅନୁମେୟ  l ଏଠାରେ ‘ଦକ୍ଷ ପ୍ରଜାପତି’ ଶିବଙ୍କ ରୂପରେ ‘ଦକ୍ଷେଶ୍ୱର’ ନାମରେ ପୂଜା ପାଉଛନ୍ତି l ମନ୍ଦିରର ବିମାନଟି ରେଖଶୈଳୀରେ ନିର୍ମିତ ହୋଇଥିବାବେଳେ, ଜଗମୋହନଟି ପିଢ଼ଶୈଳୀରେ ନିର୍ମିତ ହୋଇଛି  l

Sri Sri Dakshaprajapati Temple, Historical Temple of Odisha
@virsatehind

ମନ୍ଦିର ଗର୍ଭଗୃହରେ ବୃତ୍ତାକାର ଯୋନିପୀଠ ମଧ୍ୟରେ ଶିବଲିଙ୍ଗ ରହିଛନ୍ତି l ଅନ୍ୟ ଶିବ ମନ୍ଦିର ପରି ଏହି ମନ୍ଦିରରେ ପାର୍ଶ୍ଵ ଦେବଦେବୀ ଭାବରେ ଶ୍ରୀଗଣେଶ, କାର୍ତ୍ତିକେୟ ଓ ପାର୍ବତୀଙ୍କ ମୂର୍ତ୍ତି ଓ ଅଷ୍ଟ ଦିଗପାଳଙ୍କ ପ୍ରତିମା  ସ୍ଥାନ ପାଇଛି l ପୂର୍ବ ମୁଖା ମହାବୀର ହନୁମାନଙ୍କ ମୂର୍ତ୍ତି ମଧ୍ୟ ଏଠାରେ ରହିଛି l ମୁଖ୍ୟ ମନ୍ଦିରର ବାମ ପାର୍ଶ୍ୱରେ ଏକ ଜଳପୂର୍ଣ୍ଣ ବାମ୍ଫି ରହିଛି l କୁହାଯାଏ ସର୍ପlଘାତ ରୋଗୀର ଚିକିତ୍ସା ଏହି ବାମ୍ଫିର ଶହେ ଆଠ ଗରା ଜଳସ୍ନାନ ଦ୍ୱାରା କରାଯାଏ l

Sri Sri Dakshaprajapati Temple, Historical Temple of Odisha
@virsatehind

ନିକଟରେ ଥିବା ବାଣପୁର ଭଗବତୀ ମନ୍ଦିର ସହିତ ଏହି ମନ୍ଦିରର କେତେକ ନୀତିକାନ୍ତି, ପୂଜାଵିଧି ଓ ପରମ୍ପରାର ସାମଞ୍ଜସ୍ୟ ରହିଛି  l ଏହି ମନ୍ଦିରରେ ମାଆ ଭଗବତୀଙ୍କୁ କାଠି ଠାକୁରାଣୀ ଭାବରେ, କଦମ୍ବ ଗଛର ଏକ ଗଣ୍ଡିକୁ ବସ୍ତ୍ରାବୃତ୍ତ କରି ପୂଜା କରାଯାଏ l ଏଠାରେ ବର୍ଷସାରା ସବୁବେଳେ ଭକ୍ତଙ୍କ ଭିଡ ଲାଗି ରହିଥିବା ଦେଖିବାକୁ ମିଳେ ।