କେନ୍ଦୁଝର ପ୍ରସିଦ୍ଧ ଚିରସ୍ରୋତା ଜଳପ୍ରପାତ ” ସାନ ଘାଗରା “

କେନ୍ଦୁଝର ସହର ଆଖପାଖରେ ରହିଛି ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ । କେନ୍ଦୁଝର ସହରଠାରୁ ବାହାରି ସମ୍ବଲପୁର ଜାତୀୟ ରାଜପଥରେ ପ୍ରାୟ ୬ କିଲୋମିଟର ଦୂର ଯିବା ପରେ ପଡିବ ସାନ ଘାଗରା ଜଳପ୍ରପାତ ।

314

ବଣ ପାହାଡ ଘେରା ଓଡ଼ିଶାର କେନ୍ଦୁଝର ଜିଲ୍ଲା । ଏହି ଜିଲ୍ଲା ପାହାଡ ଆଉ ଘଞ୍ଚ ବନାନୀରେ ଭରପୁର । ଖାଲି ସେତିକି ନୁହେଁ ଜିଲ୍ଲାର ଦୁଇ ପ୍ରମୁଖ ନଦୀ ସାଳନ୍ଦୀ ଓ ବୈତରଣୀ ନଦୀ ଶଯ୍ୟାରେ ଅଛି ଅନେକ ଜଳପ୍ରପାତ ଏବଂ ଝରଣା । ଯାହାକି ଜିଲ୍ଲା ତଥା ରାଜ୍ୟରେ ମଧ୍ୟ ବେସ ପ୍ରସିଦ୍ଧ ।  କେନ୍ଦୁଝର ସହରର ଏକ ମୁଖ୍ୟ ଆକର୍ଷଣ ଏହାର ରାଜବାଟୀ । ରାଜମହଲ ଏବଂ ଏହା ପାଖରେ ଥିବା ପ୍ରାଚୀନ ପୁଷ୍କରିଣୀ ଅନେକ ଐତିହାସିକ ଘଟଣାର ମୂକ ସାକ୍ଷୀ । କେନ୍ଦୁଝର ସହର ଆଖପାଖରେ ରହିଛି ଏପରି ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଯାହାକୁ ଦେଖିବାକୁ ବର୍ଷ ସାରା ଜିଲ୍ଲାରେ ଲାଗେ ପର୍ଯ୍ୟଟକଙ୍କ ଭିଡ । ଏଗୁଡିକ ବୁଲି ଦେଖିବା ପାଇଁ ବର୍ଷର ସବୁ ସମୟରେ ରାଜ୍ୟ ତଥା ରାଜ୍ୟ ବାହାରୁ ମଧ୍ୟ  ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳେ ।

Sana ghagra , a beutiful waterfall which is located in Kendujhar Dist
@Kamallochanm

ବିଭିନ୍ନ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀର ଗନ୍ତାଘର ହେଉଛି ଆମ ରାଜ୍ୟ ଓଡ଼ିଶା । କେନ୍ଦୁଝର ସହର ନିକଟରେ ରହିଛି ଦୁଇଟି ଆକର୍ଷଣୀୟ ଜଳପ୍ରପାତ । ସାନଘାଗରା ଏବଂ ବଡ ଘାଗରା । କେନ୍ଦୁଝର ସହରଠାରୁ ବାହାରି ସମ୍ବଲପୁର ଜାତୀୟ ରାଜପଥରେ ପ୍ରାୟ ୬ କିଲୋମିଟର ଦୂର ଯିବା ପରେ ପଡିବ ସାନ ଘାଗରା ଜଳପ୍ରପାତ । ଏହିପରି କିଛି ବାଟ ଗଲାପରେ ପଡିବ ଜୁଡିଆ ପାହାଡ । ପାହାଡିଆ ରାସ୍ତାରେ ଯିବାବେଳେ ଆପଣ ଦେଖିପାରିବେ ପାହାଡ ଏବଂ ଜଙ୍ଗଲର ଏକ ସୁନ୍ଦର ଦୃଶ୍ୟ । ଜଳପ୍ରପାତଟି ଜାତୀୟ ରାଜପଥରୁ ଅଳ୍ପଦୂରରେ ଅବସ୍ଥିତ । ତେବେ ଜଳପ୍ରପାତରେ ପ୍ରବାହିତ ହେଉଥିବା ପାଣି ବହି ପାହାଡ ତଳେ ଏକ ଛୋଟ ଜଳାଶୟରେ ଜମା ହୁଏ। ଏହି ଜଳାଶୟରେ ବୋଟିଂ ବ୍ୟବସ୍ଥା ମଧ୍ୟ ରହିଛି  । ଜଳାଶୟ ଦେଇ କିଛିବାଟ ଚାଲି ଚାଲି ଗଲେ ଆପଣମାନେ ପହଞ୍ଚିବେ ସାନଘାଗରା ଜଳପ୍ରପାତରେ । ମାଛ କାନ୍ଦଣା ନାମକ ନଦୀର ଧାର ପ୍ରବାହିତ ହେଉଛି ପ୍ରାୟ ୧୦୦ ଫୁଟ ଉଚ୍ଚତାରୁ । ଦେଖିବାକୁ ବେଶ୍ ସୁନ୍ଦର ସେ ପରିବେଶ । ଏଠାରେ ଆପଣ ପହଞ୍ଚିବାପରେ ସାନଘାଗରାର ପ୍ରକୃତି ଯାହା ଆପଣଙ୍କୁ  ସମ୍ମୋହନ କରିପକାଇବ ।  ଏହି ଅଞ୍ଚଳର ଚାରିପାଖରେ ଘେରି ହୋଇ ରହିଛି ୪୮୮ ହେକ୍ଟରର ଘଞ୍ଚ ଜଙ୍ଗଲ ଓ ପାହାଡ। ରାଜ୍ୟର ବିଭିନ୍ନ ସ୍ଥାନରୁ ଅନେକ ଲୋକ ନିଜର ବ୍ୟସ୍ତମୟ ଜୀବନ ମଧ୍ୟରୁ କିଛି ସମୟ ବାହାର କରି ଏହି ଜଳପ୍ରପାତ ପ୍ରକୃତିକୁ ଅନୁଭବ କରିବା ପାଇଁ ଅନେକ ପର୍ଯ୍ୟଟକ ଏଠାକୁ ଧାଇଁ ଆସନ୍ତି । ଚିରସ୍ରୋତା ଜଳପ୍ରପାତ ସାଙ୍ଗକୁ ଉଚ୍ଚ ପର୍ବତ ଶିଖର ଓ ଝରଣାର କୁଳୁକୁଳୁ ନାଦ, ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ହେଉଚି ସାନଘାଗରା ଜଳପ୍ରପାତ । ଖାସକରି ଶୀତଦିନରେ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଅଧିକ ଦେଖିବାକୁ ମିଳେ ।

Sana ghagra , a beutiful waterfall which is located in Kendujhar Dist
@Kamallochanm

କେନ୍ଦୁଝର ସହରଠାରୁ ଅଳ୍ପ ଦୂରରେ ଅବସ୍ଥିତ ଏହି ଜଳପ୍ରପାତ । ଭୁବନେଶ୍ୱରରୁ ସିଧା ବସ ଯୋଗେ ଆପଣ କେନ୍ଦୁଝର ଯାଇ ପାରିବେ । ଏହି ଜାଗାରେ ପାଦ ପଡ଼ିଲେ ପର୍ଯ୍ୟଟକମାନେ ନିଜକୁ ସତେ ଯେପରି ପ୍ରକୃତି କୋଳରେ ହଜାଇ ଦିଅନ୍ତି । ସାନମାଛ କାନ୍ଦଣା ନଦୀର ଜଳ, ତଳକୁ ସ୍ରୋତଟିଏ ହୋଇ ଅବିରତ ବହି ଚାଲିଛି । ଏଠାରେ ଛୋଟ ଛୋଟ ପିଲା ମାନଙ୍କ ପାଇଁ ଚିଲଡେ଼୍ରନ ପାର୍କ ମଧ୍ୟ ରହିଛି । ଏହି ବନ,ପାହାଡ଼ ଘେରା ପର୍ଯ୍ୟଟନ ସ୍ଥଳୀରେ ବିଭିନ୍ନ ପ୍ରକାରର ଜଙ୍ଗଲଜାତ ଦ୍ରବ୍ୟ ସହ ବିଭିନ୍ନ ଔଷଧିୟ ବୃକ୍ଷରାଜି ମଧ୍ୟ ବେଶ ଆକର୍ଷଣୀୟ ।