ଗଞ୍ଜାମ ଜିଲ୍ଲାର ପର୍ଯ୍ୟଟନ ବେଳାଭୂମି ପାତି ସୋନାପୁର

ଓଡ଼ିଶାର ଗଞ୍ଜାମ ଜିଲ୍ଲାର ପାତି ସୋନାପୁର ହେଉଛି ଏକ ମନୋରମ ବେଳାଭୂମି । ବଙ୍ଗୋପସାଗରର ମିଳନସ୍ଥଳରେ ଏହି ବେଳାଭୂମି ଅବସ୍ଥିତ ।

265

ଓଡ଼ିଶାର ଗଞ୍ଜାମ ଜିଲ୍ଲାର ପାତି ସୋନାପୁର ହେଉଛି ଏକ ମନୋରମ ବେଳାଭୂମି । ଅପ୍ରାକୃତିକ ଏବଂ ଅନ୍ୱେଷିତ ବେଳାଭୂମି ସମୁଦ୍ରକୂଳ ପର୍ଯ୍ୟଟକଙ୍କ ପାଇଁ ଏବଂ ପ୍ରକୃତି ପ୍ରେମୀଙ୍କ ପାଇଁ ବେଶ ମନଲୋଭା । ବଙ୍ଗୋପସାଗରର ମିଳନସ୍ଥଳରେ ଏହି ବେଳାଭୂମି ଅବସ୍ଥିତ । ଏଠାକାର ଦୃଶ୍ୟ ଅନ୍ୟ ସମୁଦ୍ର ବେଳାଭୂମି ଠାରୁ ତାଙ୍କୁ ସମ୍ପୂର୍ଣ୍ଣ ଅଲଗା ପରିଚୟ ଦେଇଥାଏ ।  ଓଡ଼ିଶାର ବେଳାଭୂମି ତାଲିକାରେ ପାତି ସୋନାପୁର ସ୍ୱତନ୍ତ୍ର ସ୍ଥାନ ମଧ୍ୟ ଅଧିକାର କରିଛି । ଏହାର ପ୍ରଶସ୍ତ ବେଳାଭୂମି, ଉତ୍ତାଳ ଢେଉ ଓ ସୂର୍ଯ୍ୟୋଦୟ ବେଶ ମନଲୋଭା ।

pati sonapur sea beach of Ganjam
@suryanandannet

ଗଞ୍ଜାମର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ପାତିସୋନାପୁର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର । ଏହି ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଦେଶବିଦେଶରୁ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି । ଘଞ୍ଚ ଝାଉଁବଣ ଓ ପ୍ରଶସ୍ତ ବେଳାଭୂମି ଏଠିକାର ଅନ୍ୟତମ ଆକର୍ଷଣ । ବ୍ରହ୍ମପୁର ଠାରୁ ୨୦ କିଲୋମିଟର ଓ ସୋରଳ ରେଳ ଷ୍ଟେସନ ଠାରୁ ମାତ୍ର ୧୦ କିଲୋମିଟର ଦୂରରେ ରହିଛି ସୁନପୁର । ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଲକ ଅନ୍ତର୍ଗତ ଅଞ୍ଚଳରେ ଅଛି ଏହି ସୁନ୍ଦର ବେଳାଭୂମି ।

pati sonapur sea beach of Ganjam 
@Odishatour_in

ବ୍ରହ୍ମପୁର ଠାରୁ ସୋନାପୁର ଯିବା ରାସ୍ତାରେ ପଡ଼େ ସିଦ୍ଧ ଭୈରବୀ ମନ୍ଦିର । ସେଠାରେ ରହିଛି ଜଗନ୍ନାଥ ମନ୍ଦିର ଓ ଭଗବାନଙ୍କ ୧୦୮ ଅବତାର ମନ୍ଦିର । ଏଠାରେ ମଧ୍ୟ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ । ଏଠାରୁ ୧୫ କିଲୋମିଟର ଯିବା ପରେ ପଡ଼େ ଚିକିଟି ବ୍ଲକରେ ଥିବା ସୋନାପୁର ପଞ୍ଚାୟତ । ଏଠିକାର ଆକର୍ଷଣ ହେଲା ବାହୁଦା ନଦୀରେ ନୌକାବିହାର, ଘଞ୍ଚ ଝାଉଁବଣ ଓ ଶେଷକୁ ରହିଛି ସମୁଦ୍ର ବେଳାଭୂମି । ବାହୁଦା ନଦୀ ଓ ସମୁଦ୍ରର ସଂଯୋଗ ସ୍ଥଳରେ ରହିଛି ଘଞ୍ଚ ଝାଉଁବଣ । ଝାଉଁବଣକୁ ଲାଗି ଦୁଇଟି ଗାଁ ପାତିସୁନପୁର ଓ ଅନନ୍ତରାୟପୁର । ସତେ ଯେମିତି ସମୁଦ୍ର ମଝିରେ କଇଁ ଫୁଲଟିଏ । ଏହାକୁ ଦ୍ୱୀପ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏଠାରୁ ରାସ୍ତା ଆନ୍ଧ୍ର ପ୍ରଦେଶକୁ ଯାଇଛି । ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଦୂରଦୂରାନ୍ତରୁ ପର୍ଯ୍ୟଟକ ଆସିଥାନ୍ତି ।

pati sonapur sea beach of Ganjam
@Ganjam_Admin

ବିଶେଷ କରି ଆନ୍ଧ୍ର ଓ ପଶ୍ଚିମବଙ୍ଗରୁ ବହୁ ପର୍ଯ୍ୟଟକ ଆସିଥାନ୍ତି । ସୁନାପୁର ଦେଇ ବହି ଯାଇଛି ବାହୁଦା ନଦୀ । ନଦୀ ପାର ହେଲେ ଘଞ୍ଚ ଝାଉଁ ବଣ ଓ ଝାଉଁ ବଣ ପାରି ହେଲେ ଆସେ ବେଳାଭୂମି । ଝାଉଁ ବଣରେ ପିକନିକ୍ କରିବାକୁ ଲୋକଙ୍କ ଭିଡ଼ ଜମେ । ଏଠାରେ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ଦୃଶ୍ୟ ବେଶ ମନୋରମ । ସୂର୍ଯ୍ୟାସ୍ତ ବେଳେ ସମୁଦ୍ର ଢେଉର ରଙ୍ଗ ବଦଳି ଯାଏ । ତେବେ ଏଠାରେ ରହିବାର କୌଣସି ବ୍ୟବସ୍ଥା ନାହିଁ । ଏଠାକୁ ବର୍ଷର ଯେକୌଣସି ସମୟରେ ଯାଇ ହେବ ।

pati sonapur sea beach of Ganjam
@Odishatour_in

ନିକଟସ୍ଥ ରେଳ ଷ୍ଟେସନ ସୋରଳ ଏଠାରୁ ୧୫ କିଲୋମିଟର ଦୂର । ଏଠାରୁ ବ୍ରହ୍ମପୁର ଷ୍ଟେସନର ଦୂରତା ୩୦ କିଲୋମିଟର । ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର ଇଚ୍ଛାପୁର ରେଳ ଷ୍ଟେନରୁ ୧୬ କିଲୋମିଟର ଦୂର । ଭୁବନେଶ୍ୱର ବିମାନ ବନ୍ଦରରୁ ପାତିସୋନାପୁର ଦୂରତା ପ୍ରାୟ ୨୦୦ କିଲୋମିଟର ।