ରଥଯାତ୍ରା ସହ ଜଡିତ ବିପଦା ତାରିଣୀ ବ୍ରତ

ଜଗନ୍ନାଥ ସଂସ୍କୃତିରୁ ସୃଷ୍ଟି ହୋଇଥିବା ତାରିଣୀ ମହିମାଙ୍କର ତାରିଣୀ ବ୍ରତ ଯାହାକି ରଥଯାତ୍ରା ସହିତ ବେସ ଜଡିତ ।

270

ଜଗନ୍ନାଥ ସଂସ୍କୃତିରୁ ସୃଷ୍ଟି ହୋଇଥିବା ତାରିଣୀ ମହିମାଙ୍କର ତାରିଣୀ ବ୍ରତ ଯାହାକି ରଥଯାତ୍ରା ସହିତ ବେସ ଜଡିତ । ରଥ ଯାତ୍ରାରୁ ବାହୁଡା ମଧ୍ୟ୍ଯରେ ଶ୍ରୀ ଜଗନ୍ନାଥ ଙ୍କର ଚାଲିଥିବା ସମସ୍ତ ରୀତିନୀତି ମଧ୍ୟରୁ ଏହି ବ୍ରତ ହେଉଛି ଅନ୍ୟତମ। ଏହି ବ୍ରତକୁ ମାଁ ତାରିଣୀଙ୍କ ଉଦ୍ଦେଶ୍ୟରେ ମଙ୍ଗଳବାର ଦିନ ପାଳନ କରାଯାଇଥାଏ। ପୁରାଣ ଅନୁଯାୟୀ ସମସ୍ତ ବିପଦରୁ ମୁକ୍ତି ପାଇବା ପାଇଁ ଏହି ବ୍ରତ କୁ ପାଳନ କରାଯାଇଥାଏ। ପରମ୍ପରା ଅନୁଯାୟୀ ରଥଯାତ୍ରା ଏବଂ ବାହୁଡା ଯାତ୍ରା ମଧ୍ୟରେ ଶ୍ରୀଜିଉ ମାଉସୀ ମାଁ ମନ୍ଦିରରେ ଥିବା ସମୟରେ ଯେଉଁ ମଙ୍ଗଳବାରଟି ପଡିଥାଏ ସେହି ଦିନ ଏହି ବ୍ରତ ପାଳନ କରାଯାଏ। ବିଭିନ୍ନ ଶକ୍ତି ପିଠରେ ମହିଳା ମାନେ ଏହି ତାରିଣୀ ବ୍ରତ କୁ ନିଷ୍ଠାର ସହ ପାଳନ କରିଥାନ୍ତି। ଏହି ତାରିଣୀ ବ୍ରତ ଅବସରରେ ଘଟଗାଁ ମାଁ ତାରିଣୀ ପିଠରେ ହଜାର ହଜାର ସଂଖ୍ଯାରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳେ । ଏହି ଦିନ ମହିଳା ମାନେ ମାଁ ଙ୍କ ବ୍ରତ ପାଳନ କରି ନିଜ ପରିବାର ପାଇଁ ମଙ୍ଗଳ କାମନା କରିଥାନ୍ତି । ତେବେ ଏହି ବ୍ରତକୁ ବିପଦା ତାରିଣୀ ବ୍ରତ ବୋଲି ମଧ୍ୟ କୁହାଯାଏ।

bipada-tarini-brata-ghata-gaon
                                                          @prashantsarangi

କେନ୍ଦୁଝର ଜିଲ୍ଲା ଅଧିଷ୍ଟାତ୍ରୀ ଦେବି ହେଉଛନ୍ତି ମାଁ ତାରିଣୀ । ପ୍ରତ୍ୟକ ବର୍ଷ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଓ ବାହୁଡା ଯାତ୍ରା ମଧ୍ୟରେ ମଙ୍ଗଳବାର ପାଳିତ ଏହି ବ୍ରତ ଦିନ ମାଁ ଙ୍କ ମନ୍ଦିରରେ ଭିଡ ଦେଖିବାକୁ ମିଳେ । ଏହି ଅବସରରେ ତାରିଣୀ ମନ୍ଦିରରେ ହଜାର ହଜାର ସଂଖ୍ଯାରେ ମହଳା ହାତରେ ଭୋଗ ଡାଲା ଓ ତାରିଣୀ ବ୍ରତ ଧରି ପୂଜା ଅର୍ଚ୍ଚନା କରିବା ପାଇଁ ଆସିଥାନ୍ତି । ଏହି ବ୍ରତରେ ମହିଳା ମାନେ ମାଁଙ୍କୁ ସ୍ମରଣ କରି ବ୍ରତ ରେ ୧୩ ଟି ଗଣ୍ଠି ପକାଇ ପରିବାରର ଶୁଭ କାମନା ମନାସି ଥାନ୍ତି ।

bipada-tarini-brata-ghata-gaon
                                                                                  @NewsOdisha5

ରଥ ଯାତ୍ରାରେ ତିନି ଠାକୁର ୯ଦିନ ପାଇଁ ମାଉସୀ ମା ଘରକୁ ଯାଇଥିବା ବେଳେ ପ୍ରଭୁଙ୍କ ମଙ୍ଗଳ କାମନା କରି ମାଆଙ୍କର ଏହି ପୂଜା କରାଯାଏ। ଏହା ତାରିଣୀ ପିଠରେ ମଧ୍ୟ ମହା ଆଡମ୍ବରରେ ପାଳନ କରାଯାଏ। ଏହି ତାରିଣୀ ବ୍ରତ ଅବସରରେ ଘଟଗାଁ ମା ତାରିଣୀଙ୍କୁ ସୁନା ବେଶ କରାଯିବା ସହ ମାଁ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଏହି ଅବସରରେ ମାଁ ଙ୍କ ସ୍ନାନ ମାଜଣା ଓ ଯଥା ରିତୀ ନୀତିରେ ପୂଜା କରାଯିବା ସହ ମାଁ ଙ୍କ ନିକଟରେ ବ୍ରତ ପାଳନ କରାଯାଏ ।