ବୁଦ୍ଧ ପୂର୍ଣ୍ଣିମା “ବୁଦ୍ଧ ଜୟନ୍ତୀ” ର ବିଶେଷତ୍ୱ

୨୬ ମଇ, ମାନେ ଆଜି ଦିନରେ ସାରା ଦେଶ ବୁଦ୍ଧ ପୂର୍ଣ୍ଣିମା ପାଳନ କରୁଛି । ଭଗବାନ ବୁଦ୍ଧଙ୍କ ଧରାଵତରଣର ଦିନ।

245

୨୬ ମଇ, ମାନେ ଆଜି ଦିନରେ ସାରା ଦେଶ ବୁଦ୍ଧ ପୂର୍ଣ୍ଣିମା ପାଳନ କରୁଛି । ଭଗବାନ ବୁଦ୍ଧଙ୍କ ଧରାଵତରଣର ଦିନ। ଇତିହାସ ଅନୁଯାୟୀ ବୈଶାଖ ମାସ ପୂର୍ଣ୍ଣିମା ତିଥିରେ ବୌଦ୍ଧ ଧର୍ମର ସଂସ୍ଥାପକ ଭଗବାନ ବୁଦ୍ଧ ଜନ୍ମ ନେଇଥିଲେ । ତେଣୁ ବୈଶାଖ ମାସର ପୂର୍ଣ୍ଣମୀ ତିଥିରେ ବୁଦ୍ଧ ଜୟନ୍ତୀ ପାଳିତ ହୁଏ । ତେଣୁ ଏହି ପୂର୍ଣ୍ଣିମାକୁ ବୌଦ୍ଧ ପୂର୍ଣ୍ଣିମା ବୋଲି କୁହାଯାଏ । ବୌଦ୍ଧ ଧର୍ମରେ ପର୍ବପର୍ବାଣି ଓ ଆଡମ୍ବର କମ୍ ଥିଲେ ହେଁ ଉପାସନା, ଆରାଧନା, ଧ୍ୟାନ ଓ ସାଧନା ଆଦି ଆଚରଣବିଧି ପାଇଁ ବର୍ଷର ବାରଟିଯାକ ପୂର୍ଣ୍ଣିମା ତିଥି ଅତ୍ୟନ୍ତ ପୁଣ୍ୟ ଦିବସ । ସେଥିପାଇଁ  ବୌଦ୍ଧ ଧର୍ମାବଲମ୍ବୀମାନେ ପ୍ରତ୍ୟେକ ପୂର୍ଣ୍ଣିମା ତିଥିରେ ପ୍ରାର୍ଥନା ଓ ଧ୍ୟାନ ବ୍ୟତୀତ ସ୍ୱତନ୍ତ୍ର ଉପାସନା ପର୍ଯ୍ୟନ୍ତ ଉପବାସ ରହିଥାନ୍ତି । ଭଗବାନ ବୁଦ୍ଧଙ୍କର ପିଲାବେଳର ନାଁ ଥିଲା ସିଦ୍ଧାର୍ଥ । ରାଜା ଶୁଦ୍ଧୋଦନଙ୍କ ପୁଅ ହେଉଛନ୍ତି ବୁଦ୍ଧ। ତାଙ୍କର ଜନ୍ମସ୍ଥାନ ନେପାଳର ଲୁମ୍ବିନୀ ପ୍ରଦେଶରେ। ପିଲାଟି ବେଳୁ ସେ ବୈରାଗୀ ମନୋଭାଵର ଥିଲେ। ଏଣୁ ଗୃହତ୍ୟାଗୀ ହୋଇ ସେ ସନ୍ନ୍ୟାସୀ ହୋଇଥିଲେ । ଅହିଂସା ଧର୍ମର ପରମ ପ୍ରବର୍ତ୍ତକ ଥିଲେ ସେ।  ମହାତ୍ମା ବୁଦ୍ଧଙ୍କୁ ଭଗବାନ ବିଷ୍ଣୁଙ୍କର ନବମ ଅବତାର ବୋଲି କୁହାଯାଏ । ବୁଦ୍ଧ ପୂର୍ଣ୍ଣମା କେବଳ ଭାରତରେ ନୁହେଁ , ବରଂ ଅନ୍ୟ କିଛି ଦେଶରେ ମଧ୍ୟ ଖୁବ୍ ଆନନ୍ଦ ଉହ୍ଲାସରେ ପାଳନ କରାଯାଇଥାଏ । ଯେପରିକି , ଶ୍ରୀଲଙ୍କା, କମ୍ବଡିଆ, ଭିଏତନାମ, ନେପାଳ, ଥାଇଲାଣ୍ଡ ଭଳି ଆଉ କିଛି ଦେଶ ମଧ୍ୟ ସାମିଲ ରହିଛି ।

buddha purnima
@tricyclemag

କେବଳ ବୌଦ୍ଧ ନୁହଁନ୍ତି ହିନ୍ଦୁ ମାନଙ୍କର ସେ ହେଉଛନ୍ତି ପରମ ପୂଜ୍ୟ । ସେଥିପାଇଁ ତ  ଜୟଦେବ ଗୋସାଇଁ ନିଜ ଗୀତ ଗୋବିନ୍ଦ କାବ୍ୟ ଖଣ୍ଡରେ ତାଙ୍କୁ ଭଗବାନ ବିଷ୍ଣୁଙ୍କ 9ମ ଅବତାର ଭାବେ ସ୍ଥାନ ଦେଇଛନ୍ତି । ବୁଦ୍ଧ ଜୟନ୍ତୀ ଦିବସର ତାତ୍ପର୍ଯ୍ୟ ହେଲା ସେହି ଦିନ ବୌଦ୍ଧ ଧର୍ମର ପ୍ରତିଷ୍ଠାତା ଗୌତମ ବୁଦ୍ଧ ଜନ୍ମଗ୍ରହଣ କରିଥିଲେ ଏବଂ ବୁଦ୍ଧତ୍ୱ ପ୍ରାପ୍ତ ଓ ନିର୍ବାଣ ପ୍ରାପ୍ତ ହୋଇଥିଲେ । ଗୌତମ ବୁଦ୍ଧଙ୍କ ଶୀଳ, ସମାଧି, ପ୍ରଜ୍ଞା ଏବଂ ସତ୍ୟ, ଅହିଂସା ଓ କରୁଣାର ବାଣୀ ରାଷ୍ଟ୍ର, ଧର୍ମ ନିର୍ବିଶେଷରେ ସମସ୍ତଙ୍କୁ ଆଜି ପ୍ରଭାବିତ କରିପାରିଛି । ବୌଦ୍ଧଧର୍ମର ସିଦ୍ଧାନ୍ତ ଓଡ଼ିଶାର ଧର୍ମ, ସଂସ୍କୃତି, ସାହିତ୍ୟ ଓ ଆଚାରବ୍ୟବହାର କ୍ଷେତ୍ରରେ ପ୍ରୟୋଗ ହୋଇ ଆସିଛି ।

buddha purnima
Hotels.com

ଗୌତମ ବୁଦ୍ଧଙ୍କ ବିଚାରରେ ମଣିଷର ଦୁଃଖର କାରଣ ଅନେକ। ଯାହା ଚାହୁଛ ତାହା ନ ପାଇବା ଯେପରି ଦୁଃଖର କାରଣ, ନ ଚାହୁଥିବା ଜିନିଷର ପ୍ରାପ୍ତି ମଧ୍ୟ ସେପରି ଦୁଃଖର କାରଣ। ପ୍ରିୟଜନକୁ ହରେଇବାର ଭୟ, ନିଜ ସୁଖ ସ୍ବାଚ୍ଛନ୍ଦ୍ୟର ଅସ୍ଥାୟିତ୍ବ, ଆଶଙ୍କା, ବ୍ୟାଧି, ଯନ୍ତ୍ରଣା ଓ ବିଫଳତା ଏସବୁ ଦୁଃଖର କାରଣ। ଏ ଦୁଃଖର କାରଣ ହେଉଛି ଆସକ୍ତି। ମଣିଷ ଯେତେବେଳେ ଅନ୍ୟକୁ ବା ନିଜ ପରିସ୍ଥିତିକୁ ନିୟନ୍ତ୍ରଣ କରିବାର ଆସ୍ଫାଳନ କରେ ସେତେବେଳେ ଦୁଃଖକୁ ଆମନ୍ତ୍ରଣ କରି ବସେ। ଅର୍ଥ, କାମ ଓ ଯଶର କାମନା ମଣିଷକୁ ଦୁଃଖୀ କରିଥାଏ। ଯେହେତୁ ଯନ୍ତ୍ରଣାର ଶେଷ ନାହିଁ ସେଥିପାଇଁ ମଣିଷ ଆସକ୍ତିକୁ ଅତିକ୍ରମ କରିବାକୁ ଉଦ୍ୟମ କରିବା ଦରକାର। ଏହାକୁ ନିରୋଧ କୁହାଯାଏ। ଆସକ୍ତିରୁ ମୁକ୍ତ ହେବା ହେଉଛି ଦୁଃଖ ଓ ଯନ୍ତ୍ରଣାକୁ ଅତିକ୍ରମ କରିବାର ଏକମାତ୍ର ମାର୍ଗ। ଗୌତମ ବୁଦ୍ଧ ଏଥିପାଇଁ ଅଷ୍ଟ ମାର୍ଗର କଥା କହିଥିଲେ। କାମନାର ବିନାଶରେ ହିଁ ଦୁଃଖର ବିନାଶ।

buddha purnima
Time and Date

ଗୌତମ ବୁଦ୍ଧଙ୍କର ଗୋଟିଏ ଉକ୍ତି ହେଲା, ‘ମୁହୂର୍ତ୍ତଟିଏ ଯେପରି ଗୋଟିଏ ଦିନକୁ ଓ ଦିନଟିଏ ଯେପରି ଗୋଟିଏ ଜୀବନକୁ ବଦଳାଇ ଦେଇଥାଏ, ସେହିପରି ଗୋଟିଏ ଜୀବନ ପୃଥିବୀକୁ ବଦଳାଇ ଦେଇପାରେ।’ ଗୌତମ ବୁଦ୍ଧଙ୍କର ନିଜ ଜୀବନ ସେହିପରି ଏକ ଜୀବନ ଥିଲା, ଯାହା ଏ ପୃଥିବୀକୁ ବଦଳେଇ ଦେଇପାରିଥିଲା।